Hindi News >>Home >>Odisha Trending

Uttar Pradesh: ଥାନାରେ ବିଜେପି ନେତାଙ୍କୁ ମାଡ଼ ମାରିଲା ପୋଲିସ, ଭିଡ଼ିଓ ଭାଇରାଲ

UP BJP Leader Beaten Case: ବିଜେପି ନେତାଙ୍କୁ ମାଡ ମାରିବା ଘଟଣାରେ ଉତ୍ତର ପ୍ରଦେଶ ପୋଲିସ ଏହାର ୨ ଜଣ କର୍ମଚାରୀଙ୍କୁ ଲାଇନ ହାଜର କରିଛି। ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ଥାନା ପରିସରରେ ବିଜେପି ନେତାଙ୍କୁ ମାଡ ମରା ଯାଉଥିବାର ଭିଡିଓ ରେକର୍ଡିଂ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Advertisement
 Uttar Pradesh: ଥାନାରେ ବିଜେପି ନେତାଙ୍କୁ ମାଡ଼ ମାରିଲା  ପୋଲିସ, ଭିଡ଼ିଓ ଭାଇରାଲ
Stop
Zee Odisha Desk|Updated: Jan 08, 2023, 08:39 PM IST

UP Police beat BJP Worker: ସଦ୍ୟ ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ଜଣେ ପୋଲିସ କନେଷ୍ଟବଳ ଥାନା ଭିତରେ ମାଡ଼ ମାରିଛନ୍ତି। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ସେହି କନେଷ୍ଟବଳ ଜଣଙ୍କ ବିଜେପି ନେତାଙ୍କୁ ଥାନାରେ ଲଗାତାର ଥାପଡ ମାରିବାରେ ଲାଗିଥିଲେ। କୌଣସି ମାମଲାରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିବା ପରେ ବିଜେପି ନେତାଙ୍କ ସହ ଅସଦାଚରଣ କରିଥିଲେ ସେହି କନେଷ୍ଟବଳ।

ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ଥାନା ପରିସରରେ ବିଜେପି ନେତାଙ୍କୁ ମାଡ ମରା ଯାଉଥିବାର (UP BJP Leader Beaten Case) ଭିଡିଓ ରେକର୍ଡିଂ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ବର୍ତ୍ତମାନ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି।

କାନପୁର ଜିଲ୍ଲାର (Kanpur District) ଏକ ଥାନାରେ ଜଣେ ପୋଲିସ କନଷ୍ଟେବଳ ବିଜେପି ନେତାଙ୍କୁ (UP BJP Leader) ମାଡ଼ ମାରିବା ପରେ ତାଲା ପକାଇ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଶହ ଶହ କ୍ରୋଧିତ ବିଜେପି କର୍ମୀ ଥାନା ଘେରାଉ (BJP Worker Gherao Police Station) କରିଥିଲେ।  ଥାନା ଘେରାଉ କରିଥିବା ବିଜେପି କର୍ମକର୍ତ୍ତା ଦଳୀୟ ନେତାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ଏପରିକି ସେମାନେ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଉତ୍ତର ପ୍ରଦେଶର (Uttar Pradesh) କାନପୁର ଜିଲ୍ଲାରେ ବିଜେପି ନେତାଙ୍କୁ ମାଡ ମରା ଯାଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ପୋଲିସ କନେଷ୍ଟବଳ (UP Police Constable) ବିଜେପି ନେତାଙ୍କୁ ମାଡ ମାରୁଛନ୍ତି। ପ୍ରଥମେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉଛି। ଏହା ପରେ କନଷ୍ଟେବଳ ଜଣଙ୍କୁ ବିଜେପି ନେତାଙ୍କୁ ମାଡ଼ ମାରିବା ଆରମ୍ଭ କରୁଛନ୍ତି। ମାଡ ମାରିବା ପରେ କନଷ୍ଟେବଳ ସେହି ବ୍ୟକ୍ତିଙ୍କ ଫୋନ୍ ଛଡ଼େଇ ନେବା ଆରମ୍ଭ କରିଥିଲେ ଯେଉଁଥିରେ ଏହି ଘଟଣାର ଭିଡିଓ ରେକର୍ଡ କରାଯାଇଥାନ୍ତା।

ଏହି ଘଟଣା ଆଗକୁ ବଢୁଥିବା ଦେଖିବା ପରେ ପୋଲିସ ପ୍ରଶାସନ (Uttar Pradesh Police) ସତର୍କ ହୋଇଉଠିଥିଲା। ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଥାନା ପ୍ରଭାରୀ ଆନନ୍ଦ ପାଣ୍ଡେ ଏବଂ କନେଷ୍ଟବଳ ଆଶିଷଙ୍କୁ ଲାଇନ ହାଜର କରିଛି। ବିଜେପି ନେତାଙ୍କୁ ମାଡ ମାରିବା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏସିପି ନୌବସ୍ତା ଅଭିଷେକ ପାଣ୍ଡେ ଉଭୟ ପୋଲିସ କର୍ମଚାରୀଙ୍କୁ ଲାଇନ ହାଜର କରାଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଏସିପି କହିଛନ୍ତି ଯେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ଦ୍ୱାରା ଜଣେ ବ୍ୟକ୍ତିଙ୍କୁ ମାଡ଼ ମରା ଯାଉଥିବାର ଦେଖିବାକୁ ମିଳିଛି। ଏହି ଘଟଣାର ତଦନ୍ତ କରାଯାଇଛି। ଏହି ମାମଲାରେ ଦୁଇ ପୋଲିସ କର୍ମଚାରୀଙ୍କୁ ଲାଇନ ହାଜର କରାଯାଇଛି।

 

Read More
{}{}