Hindi News >>Home >>Odisha Trending

Shocking News: ଚର୍ଚ୍ଚାରେ କୁକୁରର ବିଶ୍ୱସ୍ତତା, ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ପାଇଁ ସାପ ସହ କଲା ଜବରଦସ୍ତ ଲଢେଇ

Loyalty of Pet Dog: ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ପୋଷା କୁକୁରର ବିଶ୍ୱସ୍ତତା। ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବାକୁ ଯାଇ ପୋଷା କୁକୁର ଯାହା କରିଛି ତାହା ଏବେ ଚର୍ଚ୍ଚର ବିଷୟ ପାଲଟିଛି। 

Advertisement
Shocking News: ଚର୍ଚ୍ଚାରେ କୁକୁରର ବିଶ୍ୱସ୍ତତା, ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ପାଇଁ ସାପ ସହ କଲା ଜବରଦସ୍ତ ଲଢେଇ
Stop
Subhramjit Ray|Updated: Nov 05, 2022, 10:40 PM IST

Dog Snake Fight: ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି କୁକୁରର ବିଶ୍ୱସ୍ତତା। ସଦ୍ୟ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଗୋଟିଏ ପୋଷା କୁକୁର ନିଜ ଜୀବନ ସହ ଖେଳି ଏକ ବିଷାକ୍ତ ସାପ ସାପକୁ ମାଲିକ ଘରେ ପ୍ରବେଶ କରିବାରୁ ଅଟକାଇଛି। ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବାକୁ ଯାଇ ସାପ ସହ ଲଢିବାକୁ ପଛେଇ ନାହିଁ ପୋଷା କୁକୁର। ଏହି ଲଢେଇ ସେ ପର୍ଯ୍ୟନ୍ତ ଚାଲିଥିଲା ଯେ ପର୍ଯ୍ୟନ୍ତ ହାର ମାନିନଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଏହି କୁକୁରର ବିଶ୍ୱସ୍ତତା ଗଣମାଧ୍ୟମରେ ଶିରୋନାମା ପାଲଟିଛି। 

ଉତ୍ତର ପ୍ରଦେଶ (uttar pradesh) ମିର୍ଜାପୁର ଜିଲ୍ଲାରେ (Mirzapur District) ଦେଖିବାକୁ ମିଳିଛି ଏହି କୁକୁର ସାପ (Dog Snake Fight) ଲଢେଇ। ଜିଲ୍ଲାର ଚିହ୍ଲା ଥାନା ଅଧିନରେ ଅବସ୍ଥିତ ରହିଛି ତିଲଠି ଗ୍ରାମ। ଯେଉଁଠାରେ ଉମେଶ କୁମାର ଦୁବେ ନାମକ ଜଣେ ବ୍ୟକ୍ତିଙ୍କ ଘର ରହିଛି। ତାଙ୍କର କୁକୁର ପ୍ରତି ବହୁତ ଭଲପାଇବା ରହିଛି। ଯେଉଁଥିପାଇଁ ସେ ଏକ ମାଈ କୁକୁର ପାଳି ରଖିଛନ୍ତି। ଯାହାର ନାଁ ସେ ଜୁଲି ରଖିଛନ୍ତି। ଉମେଶ ପରିବାର ସଦସ୍ୟ ତାଙ୍କ ପୋଷା କୁକୁରକୁ ଜୁଲି ବୋଲି ଡାକିଥାନ୍ତି। ଅନ୍ୟପଟେ ଜୁଲି ପରିବାର ସଦସ୍ୟଙ୍କ ସହିତ ଏକାଠି ରହିଥାଏ। 

Also Read: Shocking News: ଜଙ୍ଗଲକୁ ଯାଇ ହଠାତ୍ ଅଦୃଶ୍ୟ ହୋଇଗଲେ ମହିଳା, ଆଉ ତାପରେ...

ଜୁଲି ଏତେ ବିଶ୍ୱସ୍ତ ଯେ ସେ ଘର ଆଖପାଖ ଅଞ୍ଚଳରେ କୌଣସି ଅଜ୍ଞାତ ବ୍ୟକ୍ତି କିମ୍ବା ପଶୁଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇନଥାଏ। ଜୁଲିର ବିଶ୍ୱସ୍ତତାକୁ ନେଇ ଉମେଶ ଦୁବେଙ୍କ ପରିବାର ସଦସ୍ୟ ମଧ୍ୟ ବହୁତ ଖୁସି ଅଛନ୍ତି। ଏନେଇ ଘର ମାଲିକ ଉମେଶ କୁହନ୍ତି ଯେ ଦିନେ ଜୁଲି ଘର ବାହାରେ ଥିବା ବେଳେ ପରିବାର ଲୋକ ଘର ଭିତରେ ଥିଲେ। ହେଲେ ଯେତେବେଳେ ଜୁଲିକୁ ଭୁକିବାର ଶୁଣାଗଲା ସେତେବେଳେ ପରିବାର ବାହାରକୁ ବାହାରି ଆସିଥିଲେ। ବାହାରକୁ ଆସିବା ପରେ ଜୁଲି ଏକ ବିରାଟ ବିଷାକ୍ତ ସାପ ସହିତ ଲଢୁଖିବାର ଦେଖା ଯାଇଥିଲା।

 

ସାପ ସହ ଲଢୁଥିବାର ଦେଖି ପରିବାର ସଦସ୍ୟ ଜୁଲି ପାଖକୁ ଯାଇନଥିଲେ। ଜୁଲି ଏବଂ ସାପ ମଧ୍ୟରେ ଲଢେଇ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏହି ଲଢେଇ ସେ ପର୍ଯ୍ୟନ୍ତ ଚାଲିଥିଲା ଯେ ପର୍ଯ୍ୟନ୍ତ ସାପ ମରି ନ ଥିଲା। ବର୍ତ୍ତମାନ ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜୁଲିର ମାଲିକ ଉମେଶ କୁମାର ଦୁବେ। ଏନେଇ ସେ କହିଛନ୍ତି ପ୍ରାୟ ୫-୬ ଦିନ ପୂର୍ବରୁ ଏହି ଘଟଣା ଘଟିଥିଲା। ପ୍ରାୟ ୭-୮ ଫୁଟ ଲମ୍ବା ଏକ ବିଷାକ୍ତ ସାପ ଆମ ଘର ଭିତରକୁ ଆସୁଥିଲା। ହେଲେ ଏହି ସାପକୁ ଘର ଭିତରେ ପଶୁଥିବାର ଦେଖିବା ପରେ ଜୁଲି ସାପ ସହ ଲଢି ଏହାକୁ ମାରି ଦେଇଥିଲା।

Read More
{}{}