Hindi News >>Home >>Odisha Trending

UP Govt School: ରାଜ୍ୟରେ ସରକାରୀ ସ୍କୁଲ ସମୟ ବଦଳାଇଲେ ଉତ୍ତର ପ୍ରଦେଶ ସରକାର, କେତେ ଘଣ୍ଟା ହେବ କ୍ଲାସ?

UP Govt School Timing Change: ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ସରକାରୀ ବିଦ୍ୟାଳୟ ଖୋଲିବା ବନ୍ଦ ହେବା ସମୟ ପରିବର୍ତ୍ତନ କରିଛନ୍ତି। ସରକାରୀ ବିଦ୍ୟାଳୟ ଯଥା ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ସମୟ ସାରଣୀ ବଦଳାଯାଇଛି।

Advertisement
UP Govt School: ରାଜ୍ୟରେ ସରକାରୀ ସ୍କୁଲ ସମୟ ବଦଳାଇଲେ ଉତ୍ତର ପ୍ରଦେଶ ସରକାର, କେତେ ଘଣ୍ଟା ହେବ କ୍ଲାସ?
Stop
Zee Odisha Desk|Updated: Oct 01, 2023, 08:29 PM IST

UP Govt School Timings: ରାଜ୍ୟରେ ସରକାରୀ ସ୍କୁଲ ସମୟ ବଦଳାଇ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର। ଏ ସମ୍ପର୍କରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଣାଇଛନ୍ତି। ଏନେଇ ମିଳିଥିବା ଖବର ଅନୁଯାୟୀ ଉତ୍ତର ପ୍ରଦେଶ ସରକାର ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ସମୟକୁ ପରିବର୍ତ୍ତନ କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଏହି ପରିବର୍ତ୍ତନ ପ୍ରତିବର୍ଷ ଅକ୍ଟୋବର ୧ ତାରିଖରୁ ଲାଗୁ ହୋଇଥାଏ। ଏନେଇ ହେଉଥିବା ପରିବର୍ତ୍ତନରେ ଶୀତ ଏବଂ ଗ୍ରୀଷ୍ମ ଋତୁରେ ବିଦ୍ୟାଳୟ ଖୋଲିବା ଏବଂ ବନ୍ଦ ହେବା ସହିତ ମଧ୍ୟାହ୍ନ ଭୋଜନ ବିରତି ସମୟ ମଧ୍ୟ ପରିବର୍ତ୍ତନ କରାଯାଇଥାଏ। ଏହି ପରିବର୍ତ୍ତନ ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ କାର୍ଯ୍ୟକାରୀ ହେବ।

ଏନେଇ ମିଳିଥିବା ଖବର ଅନୁଯାୟୀ ଅପ୍ରେଲ ୧ ତାରିଖରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ଅବସ୍ଥିତ ସରକାରୀ ବିଦ୍ୟାଳୟ (Govt School in Uttar Pradesh) ସମୟ ସକାଳ ଆଠଟାରୁ ଖୋଲି ମଧ୍ୟାନ୍ନ ଦୁଇଟା ସମୟରେ ବନ୍ଦ ହୋଇଥାଏ। ଯାହାକୁ ବର୍ତ୍ତମାନ ଅକ୍ଟୋବର ୧ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସକାଳ ନଅଟାରୁ ଖୋଲି ଅପରାହ୍ନ ତିନିଟା (Govt School in Timings in Uttar Pradesh) ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଛି। ଅର୍ଥାତ ଆଜି ଠାରୁ ରାଜ୍ୟରେ ଅବସ୍ଥିତ ସରକାରୀ ବିଦ୍ୟାଳୟ ସକାଳ ୦୯:୦୦ ସମୟରୁ ଖୋଲି ଦିନ ୦୩:୦୦ ସମୟରେ ବନ୍ଦ ହୋଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ବିଦ୍ୟାଳୟ ଖୋଲିବାର ୧୫ ମିନିଟ୍ ମଧ୍ୟରେ ଏକ ପ୍ରାର୍ଥନା ସଭା (Prayer Class in UP Govt School) ସହ ଯୋଗଭ୍ୟାସ ଆୟୋଜିତ ହୋଇଥାଏ। ଏହା ସହିତ ଗ୍ରୀଷ୍ମ ଋତୁରେ ମଧ୍ୟାନ୍ନ ଭୋଜନ ବିରତି ସକାଳ ୧୦:୩୦ ସମୟରୁ ୧୧:୦୦ ଏବଂ ଶୀତ ଋତୁରେ ୧୨:୦୦ ସମୟରୁ ୧୨:୩୦ ପର୍ଯ୍ୟନ୍ତ ହୋଇଥାଏ।

ରବିବାର ଖୋଲା ରହିଛି ସମସ୍ତ ବିଦ୍ୟାଳୟ  
ଅକ୍ଟୋବର ୧ ତାରିଖ ରବିବାର ଉତ୍ତର ପ୍ରଦେଶରେ ରାଜ୍ୟର ସମସ୍ତ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ (Primary and Secondary Schools in UP) ଖୋଲା ରହିଛି। ଗାନ୍ଧୀ ଜୟନ୍ତୀ ଅବସରରେ ପାଳିତ ହେଉଥିବା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଅକ୍ଟୋବର ୧ ତାରିଖରେ ସରକାରୀ ବିଦ୍ୟାଳୟରେ ଏକ ଘଣ୍ଟିଆ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath) ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଛାତ୍ରାଛାତ୍ରୀଙ୍କୁ ନେଇ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ବିଦ୍ୟାଳୟ ପରିସର ସଫେଇ କାର୍ଯ୍ୟ କରିବେ। 

 

Read More
{}{}