Hindi News >>Home >>Odisha Trending

CM Yogi Adityanath Temple: ଅଯୋଧ୍ୟାରେ ଶ୍ରୀରାମଙ୍କ ରୂପରେ ପୂଜା ପାଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

CM Yogi Adityanath Temple In Ayodhya: ପ୍ରଭୁ ଶ୍ରୀରାମଙ୍କ ବେଶରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ହାତରେ ଧନୁ ତୀର ସହ ତିଆରି ହୋଇଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପୂଜାର୍ଚ୍ଚନା ସହ ଆଳତୀ ହେଉଥିବାବେଳେ ରହିଛି ପ୍ରସାଦ ସେବନର ବ୍ୟବସ୍ଥା ।

Advertisement
CM Yogi Adityanath Temple: ଅଯୋଧ୍ୟାରେ ଶ୍ରୀରାମଙ୍କ ରୂପରେ ପୂଜା ପାଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
Stop
Durga Madhaba Pattanayak|Updated: Sep 20, 2022, 01:56 PM IST

CM Yogi Adityanath Temple In Ayodhya, ଲକ୍ଷ୍ନୌ : ସିଏ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି , ସିଏ ଭଗବାନ । ଏ ଚିତ୍ର ହିଁ ବୟାନ କରୁଛି ଯୋଗୀଙ୍କ ମହିମା । ପ୍ରଭୁ ଶ୍ରୀରାମଙ୍କ ଅବତାରରେ ଅଯୋଧ୍ୟାରେ ପୂଜା ପାଇଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଯୋଧ୍ୟାର ଏକ ମନ୍ଦିରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନଙ୍କ ରୂପ ଦିଆଯାଇ ପୂଜା କରାଯାଉଥିବା ଜଣାପଡ଼ିଛି । ପ୍ରଭୁ ଶ୍ରୀରାମଙ୍କ ଭଳି ଚିତ୍ରଣ କରି ମୁଖ୍ୟମନ୍ତ୍ରୀଙ୍କ ଏକ ପ୍ରତିମାକୁ ଅଯୋଧ୍ୟାର ଭରତକୁଣ୍ଡରେ ଥିବା ମନ୍ଦିରରେ ପୂଜା କରାଯାଉଥିବା ଘଟଣା ସାମ୍ନାକୁ ଆସିଛି।

ପ୍ରଭୁ ଶ୍ରୀରାମଙ୍କ ଭଳି ହାତରେ ଧନୁ ତୀର ସହ ତିଆରି ହୋଇଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି । ସତେ ଯେମିତି ପ୍ରଭୁ ଶ୍ରୀରାମ । ହାତରେ ଆଳତୀ ଓ ମୁଖରେ ମନ୍ତ୍ର ଉଚ୍ଚାରଣ ସହ ଯୋଗୀ ଆଦିତ୍ୟନାଥଙ୍କର ଚାଲିଛି ପୂଜାର୍ଚ୍ଚନା ।
ଏ ମନ୍ଦିରଟି ଉତ୍ତରପ୍ରଦେଶ ଅଯୋଧ୍ୟାର ଭରତକୁଣ୍ଡ ନିକଟସ୍ଥ ପୁରୱା ଜିଲ୍ଲାରେ ତିଆରି ହୋଇଛି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପୂଜାର୍ଚ୍ଚନା ସହ ଆଳତୀ ହେଉଛି । ପୂଜା ଆରାଧନା ପରେ ପ୍ରସାଦ ସେବନ ମଧ୍ୟ ହେଉଛି। ବିଶ୍ୱାସ ରହିଛି ଯେ, ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ବନବାସ ଯିବା ପୂର୍ବରୁ ଏହି ଭରତକୁଣ୍ଡରେ ଭାଇ ଭରତ ତାଙ୍କୁ ଅନ୍ତିମ ବିଦାୟୀ ଦେଇଥିଲେ। ଅଯୋଧ୍ୟା ନିବାସୀ ପ୍ରଭାକର ମୌର୍ଯ୍ୟ ନାମକ ଜଣେ ଯୁବକ ଯୋଗୀ ଆଦିତ୍ୟନାଥଙ୍କୁ ସମର୍ପଣ କରି ଏହି ମନ୍ଦିର ନିର୍ମାଣ କରିଛନ୍ତି।  

Also Read: ମୋଦିଙ୍କ ମନ୍ଦିର ତିଆରି କଲେ ବିଜେପି କର୍ମୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରଭାକର କହିଛନ୍ତି ଯେ, ସେ  ଯୋଗୀ ଆଦିତ୍ୟନାଙ୍କୁ ଭଗବାନ ମାନନ୍ତି । ସେ ପ୍ରତିଦିନ ଏହି ମନ୍ଦିରରେ ଯୋଗୀଙ୍କ ପ୍ରତିମୂର୍ତ୍ତି ଆଗରେ ମନ୍ତ୍ର ଉଚ୍ଚାରଣ କରନ୍ତି। ଯେମିତି ସେ ପ୍ରଭୁ ଶ୍ରୀ ରାମଙ୍କ ପାଖରେ କରନ୍ତି । ମିଳିଥିବା ସୂଚନା ମୁତାବକ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ମୂର୍ତ୍ତି ତିଆରି କରି ପୂଜା କରିବେ ବୋଲି ସଂକଳ୍ପ ନେଇଥିଲେ ‌ପ୍ରଭାକର। ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ  ହେଉଥିବା ସହ ଏହି ସ୍ବପ୍ନ ପୂରଣ କରିବାରେ ଯୋଗୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ପ୍ରଭାକର ମନ୍ଦିରରେ ତାଙ୍କ ପ୍ରତିମୂର୍ତ୍ତି ରଖି ପୂଜା କରୁଥିବା କହିଛନ୍ତି ।

 

୨୦୧୪ରୁ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ପ୍ରଚାରକ ଥିବା ପ୍ରଭାକର ମୌର୍ଯ୍ୟ ଭଜନ ମଧ୍ୟ ଲେଖିଛନ୍ତି । ଏହି ମନ୍ଦିର ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ ଭଜନର ଅଡିଓ ଏବଂ ଭିଡିଓ କ୍ୟାସେଟ୍ ପ୍ରସ୍ତୁତ କରାଯାଉଥିବା ସାମ୍ନାକୁ ଆସିଛି । ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଚାଲୁଥିବା ବେଳେ ଏହି ଖବର ଆସିବା ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଭାକର ମୌର୍ଯ୍ୟ, ଅଯୋଧ୍ୟାଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଏହି ମନ୍ଦିର ନିର୍ମାଣ କରିଛନ୍ତି, ଯାହାକୁ ଭଗବାନ ରାମଙ୍କ ଜନ୍ମସ୍ଥାନ ବୋଲି କୁହାଯାଉଛି। ଅଯୋଧ୍ୟା-ଗୋରଖପୁର ରାଜପଥରେ ଥିବା ଭରତକୁଣ୍ଡ ନିକଟରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତି ଥିବ‌େ ଏହି ମନ୍ଦିରଟି ନିର୍ମାଣ କରାଯାଇଛି। ତେବେ ଏହି ମନ୍ଦିରର ନିର୍ମାଣ ପାଇଁ ପ୍ରାୟ ୮.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବାଳେ ଯୋଗୀଙ୍କର ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ରାଜସ୍ଥାନରୁ ଅର୍ଡ଼ର ଦିଆଯାଇଥିବା କୁହାଯାଉଛି ।

Also Read: Odisha Weather Update: ପୁଣି ସୃଷ୍ଟି ହେବ ବନ୍ୟା ପରିସ୍ଥିତି! ଫୁଲୁଛି ମହାନଦୀ, ଆଜି ୧୬ ଜିଲ୍ଲାକୁ ପ୍ରବଳ ବର୍ଷା ଚେତାବନୀ

ଅନ୍ୟପଟେ ଏବେ ଏହି ମନ୍ଦିରକୁ ନେଇ ରାଜନୈତିକ ମହଲଲେ ଚର୍ଚ୍ଚା ଆଲୋଚନା ଜୋର ଧରିବାରେ ଲାଗିଛି । ଏହି ମନ୍ଦିରକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  ସେ ଟ୍ୱିଟ କରି  ପ୍ରଭାକରଙ୍କୁ ସମାଲୋଚନା କରିଛନ୍ତି । ଗତ ବର୍ଷ ବିଜେପି କର୍ମୀ ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ଦିର ନିର୍ମାଣ କରିଥିଲେ। ମୟୂର ମୁଣ୍ଡେ ନାମକ ଜଣେ ବ୍ୟକ୍ତି ମୋଦିଙ୍କ ମନ୍ଦିର ନିର୍ମାଣ କରିଥିଲେ। ମୟୂରଙ୍କ କହିବା ଅନୁଯାୟୀ, ମୋଦି ଦେଶରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି।  ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ, ତିନ ତଲାକ ରଦ୍ଦ ଭଳି କାର୍ଯ୍ୟ ମୋଦିଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିଛି। ତେଣୁ ଏହା ମଧ୍ୟ ଏକ ବାଚାଳାମୀ ବୋଲି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ।

 

 

 

 

 

Read More
{}{}