Hindi News >>Home >>Odisha Trending

Aligarh Muslim University: ପୁଣି ଥରେ ଚର୍ଚ୍ଚାରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ; ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି

Aligarh Muslim University Viral Video: ପୁନର୍ବାର ଆନ୍ଦୋଳନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ର। ଯାହାର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି।

Advertisement
 Aligarh Muslim University: ପୁଣି ଥରେ ଚର୍ଚ୍ଚାରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ; ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି
Stop
Zee Odisha Desk|Updated: Oct 09, 2023, 08:02 PM IST

Aligarh Muslim University Student Protest: ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ। ପୁନର୍ବାର ଆନ୍ଦୋଳନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବିଶ୍ୱବିଦ୍ୟାଳୟର ଛାତ୍ର। ସେମାନଙ୍କ ଦ୍ୱାରା କରାଯାଇଥିବା ଆନ୍ଦୋଳନର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଭାଇରାଲ ହେବା ପରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଠିଛି ଦାବି।  

ସମଗ୍ର ଘଟଣାକ୍ରମ ଇସ୍ରାଏଲ-ପାଲେଷ୍ଟାଇନ ବିବାଦ (Israel-Palestine Conflict) ସହ ଜଡ଼ିତ ରହିଥିବାର କୁହାଯାଉଛି। ପାଲେଷ୍ଟାଇନ ଗାଜା ଅଞ୍ଚଳରେ (Palestine Gaza Area) ସକ୍ରିୟ ରହିଥିବା ଆତଙ୍କବାଦୀ ଗୋଷ୍ଠୀ ହାମାସ (Hamas Terror Outfit) ଇସ୍ରାଏଲ (Israel) ଉପରେ ଗତ ଶନିବାର ବଡ଼ ଆକ୍ରମଣ କରିଥିଲା। ହାମାସ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୭ ଶହରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଉପରେ ହୋଇଥିବା ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ସମଗ୍ର ବିଶ୍ୱରେ ସମାଲୋଚନା କରାଯାଇଛି। ଏପରି ଏକ ସଂକଟ ସମୟ ଭାରତ ମଧ୍ୟ ଇସ୍ରାଏଲ (India Stand on Israel-Gaza War) ସହ ଛିଡ଼ା ହେବାକୁ ଘୋଷଣା କରିଛି। 

ହେଲେ ଏହା ମଧ୍ୟରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (Aligarh Muslim University) ଠାରେ ଘଟିଯାଇଛି ଏକ ଚମକାଇବା ଭଳି ଘଟଣା। ଗତ ରବିବାର ରାତିରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର (Aligarh Muslim University Student Protest) ଏକ ପଦଯାତ୍ରା କରି ଗାଜା ଉପରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣକୁ ବିରୋଧ କରି ସ୍ଲୋଗାନ ଦେଇଥିଲେ। ସେମାନେ ପାଲେଷ୍ଟାଇନ ସମର୍ଥନ ଏବଂ ଇସ୍ରାଏଲ ବିରୋଧରେ ନାରାବାଜି କରିବା ସହ ଇସଲାମୀୟ ଧାର୍ମିକ ସ୍ଲୋଗାନ ଦେଇଥିଲେ। ଏପରିକି ସେମାନେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ପାଲେଷ୍ଟାଇନ (AMU Stand With Palestine) ସହ ଛିଡ଼ା ହୋଇ ରହିଥିବାର ନାରା ଦେଇଥିଲେ। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ (Aligarh Muslim University Viral Video) ହୋଇଥିଲା।

ପାଲେଷ୍ଟାଇନ ସପକ୍ଷରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଥିବା ଆନ୍ଦୋଳନର ଭିଡିଓ ଆସିବା ପରେ ସୋସିଆଲ ମିଡିଆ ୟୁଜର ତାତି ଉଠିଛନ୍ତି। ଏନେଇ ଅନେକ ୟୁଜର କହିଛନ୍ତି ଯେ ଭାରତରେ ମଧ୍ୟ ଦେଶ ବିରୋଧି ତତ୍ତ୍ୱ ରହିଛନ୍ତି। ଏହି ସମୟରେ, କେହି କେହି ସେମାନଙ୍କୁ ଭାରତର ହାମାସ ବୋଲି କହିଥିଲେ। ଏହା ସହିତ ଅନେକ ଉପଭୋକ୍ତା ଉତ୍ତର ପ୍ରଦେଶ ପୋଲିସ  ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ ଯେ ଏପରି ତତ୍ତ୍ୱ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ହୋଇଥିବା ଆନ୍ଦୋଳନ ଉପରେ ସୋସିଆଲ ମିଡିଆ ୟୁଜର ରଖିଥିବା ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି। 

ଆପଣଙ୍କୁ କହିରଖୁଛୁ ଗତ ଶନିବାର ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିଥିବା ଯେ ହାମାସ, ସମଗ୍ର ବିଶ୍ୱରେ ଏକ ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଘୋଷିତ ହୋଇସାରିଛି। ଏହି ଭୟଙ୍କର ଆକ୍ରମଣ ପରେ ଇସ୍ରାଏଲ ହାମାସ ଆତଙ୍କବାଦୀ ସଙ୍ଗଠନକୁ ମାଟିରେ ମିଶାଇ ଦେବାକୁ ଘୋଷଣା କରିଛି।

ଇସ୍ରାଏଲ ସୀମାରେ ପ୍ରବେଶ କରି ହାମାସ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାର ଏବଂ ନିର୍ଦ୍ଦୟତାକୁ ସମଗ୍ର ବିଶ୍ୱରେ ସମାଲୋଚନା କରାଯାଉଛି। ଲୋକେ ହାମାସ ପକ୍ଷରୁ କରାଯାଇଥିବା ଆକ୍ରମଣକୁ ନିଷ୍ଠୁର ବୋଲି କହୁଛନ୍ତି। ଏପରିକି ଏହି ଆତଙ୍କବାଦୀ ସଙ୍ଗଠନ ବିରୋଧରେ ଲୋକଙ୍କ ମଧ୍ୟରେ ପ୍ରବଳ କ୍ରୋଧ ବ୍ୟାପିବାରେ ଲାଗିଛି। ହାମାସ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଆମେରିକା ଇସ୍ରାଏଲ ସେନାକୁ ସମସ୍ତ ସମ୍ଭାବ୍ୟ ସାମରିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି। ଏହା ଉପରେ ହମାସ୍ ମଧ୍ୟ ଆମେରିକାକୁ ଏହାର ପରିଣାମର ସାମ୍ନା କରିବାକୁ ଧମକ ଦେଇଛି।

Read More
{}{}