Hindi News >>Home >>Odisha Trending

World Record: ବିଶ୍ୱ ରେକର୍ଡ କରିବା ପାଇଁ ଏହି ବ୍ୟକ୍ତି କଲେ ଏପରି କାମ, ଶୁଣିଲେ ଉଡ଼ିଯିବ ହୋସ

Shocking News: ନଶୋଇ ୧୧ ଦିନ ଧରି ଜାଗ୍ରତ ରହିବା ଜଣେ ଆମେରକୀୟଙ୍କୁ ମହଙ୍ଗା ପଡ଼ିଛି।  ବିଶ୍ରାନ ନ ନେବା କାରଣରୁ ତାଙ୍କର ମାନସିକ ଅବସ୍ଥା ବିଗିଡ଼ି ଯାଇଛି। 

Advertisement
World Record: ବିଶ୍ୱ ରେକର୍ଡ କରିବା ପାଇଁ ଏହି ବ୍ୟକ୍ତି କଲେ ଏପରି କାମ, ଶୁଣିଲେ ଉଡ଼ିଯିବ ହୋସ
Stop
Zee Odisha Desk|Updated: Apr 11, 2023, 06:53 PM IST

Importance Of Sleep For Health: ମଣିଷ ଜୀବନରେ ଶୋଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ୟକ୍ତି ସଠିକ୍ ଭାବରେ ଶୁଅନ୍ତି ନାହିଁ, ତାହେଲେ ତାଙ୍କର ଅବସ୍ଥା ଖରାପ ହୋଇଯାଏ ଏବଂ ତାଙ୍କୁ ରୋଗ ଘେରି ହୋଇ ରହିଥାଏ। ସଦ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ବ୍ୟକ୍ତି ଏକ ଅଜବ ଧରଣର କାର୍ଯ୍ୟ କରିଛନ୍ତି। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାଗ୍ରତ ରହିବାର ରେକର୍ଡ କରିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ସେ ୧୧ ଦିନ ଧରି ଜାଗ୍ରତ ରହିଥିଲେ। ହେଲେ ଜାଗ୍ରତ ରହିବା ସମୟରେ ସେ ଯାହା ଅନୁଭବ କରିଥିଲେ ସେ ବିଷୟରେ ଏକ ବଡ ଖୁଲାସା ମଧ୍ୟ କରିଛନ୍ତି।

 ଯୁକ୍ତରାଷ୍ଟ୍ର ଆମେରିକାରେରେ ରହୁଥିବା ଟନି ରାଇଟ୍ ନାମକ ଜଣେ ବ୍ୟକ୍ତି ଏକ ଅଦ୍ଭୂତ କାର୍ଯ୍ୟ କରିଛନ୍ତି। ସେ ବିଶ୍ୱ ରେକର୍ଡ ସ୍ଥାପନ କରିବା ପାଇଁ ୧୧ ଦିନ ଧରି ଜାଗ୍ରତ ରହିଛନ୍ତି। ହେଲେ ଏହା ପରେ ତାଙ୍କୁ ଅନେକ ଦିନ ଧରି ଜାଗ୍ରତ ରହିବାର ପରିଣାମର ସାମ୍ନା କରିବାକୁ ପଡିଛି। ଏପରିକି ତାଙ୍କର ମାନସିକ ଅବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।

 କୌଣସି କଥା ମନେ ପକାଇ ପାରୁନାହାଁନ୍ତି ଟନି ରାଇଟ୍
ଏକ ରିପୋର୍ଟ ଅନୁଯାୟୀ, ଜାଗ୍ରତ ଥିବାବେଳେ ଟନି ରାଇଟ୍ ପ୍ରାୟ ୨୬୬ ଘଣ୍ଟା ଧରି ଶୋଇ ନଥିଲେ। ହେଲେ ତଥାପି ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାଗ୍ରତ ରହିବାର ରେକର୍ଡ ସୃଷ୍ଟି କରିପାରି ନଥିଲେ। ନିଜର ତାଙ୍କ ଅଭିଜ୍ଞତା ବିଷୟରେ ନିଜେ ଟନି ରାଇଟ କହିଛନ୍ତି ଯେ. ଜାଗ୍ରତ ରହିବାର ୨୬୬ ଘଣ୍ଟା ମଧ୍ୟରେ ସେ ତାଙ୍କ ମାନସିକ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିଥିଲେ। ସେ କହିଛନ୍ତି ଯେ ଏତେ ଦିନ ପର୍ଯ୍ୟନ୍ତ ଜାଗ୍ରତ ରହିବା ଦ୍ୱାରା ଭ୍ରମ, ମୁଣ୍ଡବିନ୍ଧା ଏବଂ ବିଭିନ୍ନ ପ୍ରକାରର ସମସ୍ୟା ଆରମ୍ଭ ହୋଇଥାଏ ଏବଂ ଧୀରେ ଧୀରେ ମନ ଏବଂ ଶରୀର ମଧ୍ୟ ପ୍ରଭାବିତ ହେବାକୁ ଲାଗେ।

ଟନି ରାଇଟ୍ କହିଛନ୍ତି ଯେ ଅନେକ ଘଣ୍ଟା ଜାଗ୍ରତ ରହିବା ଆପଣଙ୍କୁ ଏପରି ଲାଗେ ଯେ, ଯେପରି ଆପଣ ଆନ୍ୟ ଗୋଟିଏ ଅବସ୍ଥା ଆଡକୁ ଗତି କରୁଛନ୍ତି। ସେ କହିଛନ୍ତି ଯେ ସେ ବହୁତ ଲୋକଙ୍କ ସହ କଥା ହୋଇଥିଲେ ଏବଂ ଅଧିକାଂଶ ଲୋକ ଯେଉଁମାନେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ପାର୍ଟି କରିଥାନ୍ତି କିମ୍ବା ଅଫିସ କାମ କରିଥାନ୍ତି ସେମାନେ ସେମାନଙ୍କରଙ୍କ କାର୍ଯ୍ୟକଳାପ ସହିତ ଜଡ଼ିତ କିଛି କିଛି କଥା ସେମାନଙ୍କର ମନେ ରହିଥାଏ। ହେଲେ ସେହି ୨୬୬ ଘଣ୍ଟା ଧରି ତାଙ୍କ ସହିତ କ’ଣ ହେଲା, ତାଙ୍କର କିଛି ମନେନାହିଁ ବୋଲି କହିଛନ୍ତି ଟନି ରାଇଟ୍।  

ଆମେ ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ମାର୍ଚ୍ଚରେ ଗିନିଜ ବୁକ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ବର୍ତ୍ତମାନ ନିଦ୍ରା ଅଭାବ ସହିତ ଜଡିତ ଅନ୍ତର୍ନିହିତ ବିପଦ କାରଣରୁ ସଙ୍ଗଠନ ଏଭଳି ରେକର୍ଡ ଉପରେ ନଜର ରଖିବ ନାହିଁ ଏବଂ ଏହାକୁ ଭାଙ୍ଗିବା ପାଇଁ କାହାକୁ ପୁରସ୍କୃତ କରାଯିବ ନାହିଁ। ସୂଚନା ଅନୁଯାୟୀ, ରୋବର୍ଟ ମ୍ୟାକଡୋନାଲ୍ଡ ହେଉଛନ୍ତି ଶେଷ ବ୍ୟକ୍ତି ଯିଏକି ୧୯୮୬ ମସିହାରେ ଦୀର୍ଘ ସମୟ ଧରି ଜାଗ୍ରତ ରହି ସମଗ୍ର ବିଶ୍ୱରେ ଏକ ରେକର୍ଡ କରିଥିଲେ। ପ୍ରାୟ ୪୫୩ ଘଣ୍ଟା ୪୦ ମିନିଟ ପର୍ଯ୍ୟନ୍ତ ଜାଗ୍ରତ ରହି ବିଶ୍ୱରେ ଏକ ନୂଆ ରେକର୍ଡ କରିଥିଲେ  ରୋବର୍ଟ ମ୍ୟାକଡୋନାଲ୍ଡ। 

{}{}