Hindi News >>Home >>Odisha Trending

Russia vs USA: ଆକାଶରେ ମୁହାଁମୁହିଁ ହେଲେ ଆମେରିକା ଡ୍ରୋନ-ଋଷୀୟ ଯୁଦ୍ଧ ବିମାନ, କିଏ କାହା ଉପରେ ପଡ଼ିଲା ଭାରୀ

USA Drone Face To Face With Russian Fighter Jet:  ନିକଟରେ କୃଷ୍ଣ ସାଗରରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଡ୍ରୋନ ଏବଂ ଋଷୀୟ ଯୁଦ୍ଧ ବିମାନ ପରସ୍ପର ସହ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଆମେରିକା ସେନାର କହିବା ଅନୁସାରେ କୃଷ୍ଣ ସାଗରରେ ଏକ ଋଷୀୟ ଯୁଦ୍ଧ ବିମାନ ଆମେରିକୀୟ ଡ୍ରୋନ ଉପରେ ଇନ୍ଧନ ପକାଇଥିଲା ଏବଂ ପରେ  ଯୁଦ୍ଧ ବିମାନ ସହ ଧକ୍କା ହେବାରୁ ଡ୍ରୋନ ଖସିପଡିଥିଲା।   

Advertisement
Russia vs USA: ଆକାଶରେ ମୁହାଁମୁହିଁ ହେଲେ ଆମେରିକା ଡ୍ରୋନ-ଋଷୀୟ ଯୁଦ୍ଧ ବିମାନ, କିଏ କାହା ଉପରେ ପଡ଼ିଲା ଭାରୀ
Stop
Zee Odisha Desk|Updated: Mar 15, 2023, 04:21 PM IST

MQ-9 Reaper Drone Su-27 Fighter Jet: ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ସଦ୍ୟ ଏକ ଚମକଇବା ଭଳି ଘଟଣା ଘଟିଛି। ନିକଟରେ କୃଷ୍ଣ ସାଗରରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଡ୍ରୋନ ଏବଂ ଋଷୀୟ ଯୁଦ୍ଧ ବିମାନ ପରସ୍ପର ସହ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଆମେରିକା ସେନାର କହିବା ଅନୁସାରେ କୃଷ୍ଣ ସାଗରରେ ଏକ ଋଷୀୟ ଯୁଦ୍ଧ ବିମାନ ଆମେରିକୀୟ ଡ୍ରୋନ ଉପରେ ଇନ୍ଧନ ପକାଇଥିଲା ଏବଂ ପରେ  ଯୁଦ୍ଧ ବିମାନ ସହ ଧକ୍କା ହେବାରୁ ଡ୍ରୋନ ଖସିପଡିଥିଲା। 

ଏନେଇ କୁହାଯାଉଛି ଯେ ଏହି ଘଟଣାରେ ଆମେରିକୀୟ ଡ୍ରୋନ୍ MQ 9 Reaper ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନ୍ୟପଟେ ଋଷୀୟ ଯୁଦ୍ଧ ବିମାନ Su-27 ଡ୍ରୋନ ସହ ଧକ୍କା ହୋଇଥିଲା। ଯଦିଓ ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହାର ଯୁଦ୍ଧ ବିମାନ ଆମେରିକୀୟ ଡ୍ରୋନ୍ ସହିତ ମୁହାଁମୁହିଁ ହୋଇନାହିଁ, ହେଲେ ଡ୍ରୋନ୍ ପୂର୍ବରୁ କୃଷ୍ଣ ସାଗରରେ ଖସି ପଡ଼ିଥିଲା। ଆମେରିକୀୟ MQ 9 Reaper Drone ଏବଂ ଋଷୀୟ ଯୁଦ୍ଧ ବିମାନ Su-27 ଆକାଶର ଅନ୍ୟତମ ଚମତ୍କାର ଯୋଦ୍ଧା। MQ 9 Reaper ଡ୍ରୋନ କାମ ହେଉଛି ଶତ୍ରୁପକ୍ଷଙ୍କ ଉପରେ ନଜର ରଖିବା। ଏହା ସହିତ Su-27 ଯୁଦ୍ଧ ବିମାନର କାମ ହେଉଛି ଶତ୍ରୁ ପକ୍ଷକୁ ଦେଖିବା ମାତ୍ରେ ଆକ୍ରମଣ କରିବା। MQ 9 Reaper ଡ୍ରୋନ ଏବଂ Su-27 ଯୁଦ୍ଧ ବିମାନ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ ତାହା ଜାଣନ୍ତୁ।

 
MQ 9 Reaper ଡ୍ରୋନ

-------------------------

  • MQ 9 Reaper ଡ୍ରୋନ ହେଉଛି Long Range Endurance ଡ୍ରୋନ। ଯାହା ଆକାଶ ମାର୍ଗରୁ ଭୂପୃଷ୍ଠକୁ ମାଡ଼ କରାଯାଉଥିବା କ୍ଷେପଣାସ୍ତ୍ର ସହିତ ସଜ୍ଜିତ। 
  • MQ 9 Reaper ଡ୍ରୋନ ଲମ୍ବା ହେଉଛି ୩୬.୧ ଫୁଟ। ଏହାର ଡେଣାର ଲମ୍ବା ହେଉଛି ୬୫.୭ ଫୁଟ ଏବଂ ଉଚ୍ଚତା ୧୨.୬ ଫୁଟ। 
  • MQ 9 Reaper ଡ୍ରୋନ  ବେଗ ଘଣ୍ଟା ପ୍ରତି ୪୮୨ କିଲୋମିଟର।
  • ଏହା ପାଇଲଟ୍ ବିନା ଗତି କରିଥାଏ। ଏହା ଏକ ଜୋଷ୍ଟିକ୍ ମାଧ୍ୟମରେ କମ୍ପ୍ୟୁଟର ସହାୟତାରେ ଉଡ଼ାଣ ଭରିଥାଏ।
  • ଶତ୍ରୁପକ୍ଷ ଉପରେ ସତର୍କ ନଜର ରଖିବା, ଗୁପ୍ତଚର କାର୍ଯ୍ୟ, ଗୁରୁତ୍ୱପୂର୍ଣ୍ଣ ସୂଚନା ସଂଗ୍ରହ କରିବା ହେଉଛି ଏହାର ମୁଖ୍ୟ କାର୍ଯ୍ୟ।
  • ଏହି ଡ୍ରୋନ ସହାୟତାରେ ଶତ୍ରୁ ପକ୍ଷ ଲୁଚି ରହିଥିବା ସ୍ଥାନ ଉପରେ ଗୁପ୍ତ ଆକ୍ରମଣ କରାଯାଇଥାଏ।
  • MQ 9 Reaper ଡ୍ରୋନ ଅଧିକ ଉଚ୍ଚତାରୁ ନୀରିକ୍ଷଣ କରିପାରିବ। ଏହା ୫୦ ହଜାର ଫୁଟ ପର୍ଯ୍ୟନ୍ତ ଉଡିପାରେ।
  • MQ 9 Reaper ଡ୍ରୋନ ପରିସର ହେଉଛି ୧୯୦୦ କିଲୋମିଟର। ଏହା ସହିତ ଡ୍ରୋନ ୧୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଅସ୍ତ୍ରଶସ୍ତ୍ର ବହନ କରିପାରିବ। ଏହାର ଇନ୍ଧନ କ୍ଷମତା ହେଉଛି ୧୮୦୦ କିଲୋଗ୍ରାମ। 

 
Su-27 ଯୁଦ୍ଧ ବିମାନ

----------------------

  • Su-27 ଯୁଦ୍ଧ ବିମାନ ଋଷୀୟ ସୁଖୋଇ କମ୍ପାନୀ ଦ୍ୱାରା ନିର୍ମିତ। ଏହାକୁ ଜଣେ ପାଇଲଟ୍ ଉଡାଇଥାନ୍ତି। 
  • Su-27 ହେଉଛି ଏକ ଯୁଦ୍ଧ ବିମାନ ଏବଂ ଯାହାର ମୁଖ୍ୟ କାର୍ଯ୍ୟ ହେଉଛି ଆକ୍ରମଣ।
  • Su-27 ଯୁଦ୍ଧ ବିମାନରେ ତିନି ପ୍ରକାରର ରକେଟ୍, ଦୁଇ ପ୍ରକାରର ଆକାଶରୁ ଆକାଶ ମାର୍ଗକୁ ଟାର୍ଗେଟ କରାଯାଇ ପାରୁଥିବା କ୍ଷେପଣାସ୍ତ୍ର ଏବଂ ୩ ପ୍ରକାର ବନ୍ଧୁକ ସ୍ଥାପନ କରାଯାଇ ପାରିବ।
  • Su-27 ଯୁଦ୍ଧ ବିମାନ ଗୁଳିମାଡ଼ କରି ପାରୁଥିବା ବନ୍ଧୁକ ସହିତ ସଜ୍ଜିତ। ଏହି ବନ୍ଧୁକ ପ୍ରତି ମିନିଟରେ ୧୫୦ ରାଉଣ୍ଡ ଗୁଳି ଚଳାଇପାରେ।
  • Su-27 ଯୁଦ୍ଧ ବିମାନ ୬୨ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ। ଏହାର ପରିସର ହେଉଛି ୩୫୩୦ କିଲୋମିଟର। ଏହି ଯୁଦ୍ଧ ବିମାନରେ ୯୪୦୦ କିଲୋଗ୍ରାମ ଇନ୍ଧନ ରହିପାରିବ। 
Read More
{}{}