Hindi News >>Home >>Odisha Trending

Satanic Temple: ସୈତାନ ମନ୍ଦିରର ସବୁଠାରୁ ବଡ ପୂଜା, ଏକାଠି ହେବେ ସମଗ୍ର ବିଶ୍ୱର କଳା ଯାଦୁ ପୁଜାରୀ

Boston Satanic Temple: ସୈତାନ ମନ୍ଦିରରେ ହେବାକୁ ଥିବା ପୂଜା ଆସନ୍ତା ୨୮ ଅପ୍ରେଲରେ ଅନୁଷ୍ଠିତ ହେବ। ଏହାର ଆୟୋଜକ ଲୋକଙ୍କୁ ନିବେଦନ କରିଛନ୍ତି ଯେ ଏହି ପୂଜାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଆବଶ୍ୟକ। ଏପରିକି ସେମାନେ ନିଜର କୋରୋନା ରିପୋର୍ଟ ମଧ୍ୟ ଦେଖାଇବା ଉଚିତ୍। ଏହି ପୂଜାର ନାମ "ସତାନକନ୍ ୨୦୨୩" ରଖାଯାଇଛି। 

Advertisement
Satanic Temple: ସୈତାନ ମନ୍ଦିରର ସବୁଠାରୁ ବଡ ପୂଜା, ଏକାଠି ହେବେ ସମଗ୍ର ବିଶ୍ୱର କଳା ଯାଦୁ ପୁଜାରୀ
Stop
Zee Odisha Desk|Updated: Jan 13, 2023, 10:55 PM IST

SatanCon 2023: ଯୁକ୍ତରାଷ୍ଟ୍ର ଆମେରିକାର ବୋଷ୍ଟନ୍ ସହରରେ ସବୁଠାରୁ ଏକ ବଡ ପୂଜା ଆୟୋଜିତ ହୋବାକୁ ଯାଉଛି। ଏହି ପୂଜା ଅନେକ ଦୃଷ୍ଟିକୋଣରୁ ବହୁ ଅଲଗା ରହିଛି। କାରଣ ଏହି ପୂଜାରେ ଭାଗ ନେଉଥିବା ଲୋକ କଳା ଯାଦୁର ଉପାସକ ହୋଇଥାନ୍ତି। ପୂଜା ଆୟୋଜନ ପାଇଁ ସ୍ଥାନୀୟ ପ୍ରଶାସନ ପାଖରୁ ଅନୁମତି ନେବାକୁ ଚେଷ୍ଟା କରିଥିଲେ। ହେଲେ ଦେଶରେ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଏହି ପୂଜା ପାଇଁ ଅନୁମତି ଦେଇନଥିଲେ ଆମେରିକା ବୋଷ୍ଟନ ସହରର ମେୟର। 

ସୈତାନ ମନ୍ଦିରରେ (Satanic Temple) ହେବାକୁ ଥିବା ପୂଜା ଆସନ୍ତା ୨୮ ଅପ୍ରେଲରେ ଅନୁଷ୍ଠିତ ହେବ। ଏହାର ଆୟୋଜକ ଲୋକଙ୍କୁ ନିବେଦନ କରିଛନ୍ତି ଯେ ଏହି ପୂଜାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଆବଶ୍ୟକ। ଏପରିକି ସେମାନେ ନିଜର କୋରୋନା ରିପୋର୍ଟ ମଧ୍ୟ ଦେଖାଇବା ଉଚିତ୍। ଏହି ପୂଜାର ନାମ "ସତାନକନ୍ ୨୦୨୩" (SatanCon 2023) ରଖାଯାଇଛି। 

ସୈତାନିକ ମନ୍ଦିରର ୧୦ ବର୍ଷ ପୂର୍ତ୍ତି ଅବସରରେ ଏହି ପୂଜାର ଆୟୋଜନ କରାଯାଉଛି। ଏହି ସମୟ ମଧ୍ୟରେ ଯେଉଁମାନେ କଳା ଯାଦୁରେ (Black Magic) ବିଶ୍ୱାସ କରିଥାନ୍ତି ସେମାନେ ଏହି ପୂଜାରେ ଅଂଶଗ୍ରହଣ କରିବେ। ଯେଉଁ ରାତିରେ ଏହି ପୂଜା କରାଯିବ, ସେହି ରାତିକୁ 'ହେକ୍ସେନାଚଟ୍' (Hexennacht) କୁହାଯାଏ। ଏହା ଏକ ଜର୍ମାନ ଭାଷା ଶବ୍ଦ, ଯାହାର ଅର୍ଥ ହେଉଛି ଡାହାଣୀର ରାତି (Night of Witches)।

ଗତଥର ଆୟୋଜକଙ୍କୁ ଏହି ପୂଜା ସମ୍ପର୍କରେ ସହରର ସର୍ବସାଧାରଣ ସ୍ଥାନରେ ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ଦେବାକୁ ମନା କରାଯାଇଥିଲା। ଏହା ସତ୍ତ୍ୱେ କାର୍ଯ୍ୟକ୍ରମ ଆୟୋଜକ ଉତ୍ସାହର ସହ କହିଛନ୍ତି ଯେ ଗତ ବର୍ଷ ଟିକେଟ୍ ବିକ୍ରି ଶେଷ ହୋଇଯାଇଥିଲା ଏବଂ ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ହେବା ନେଇ ଆଶା କରିଛନ୍ତି ସେମାନେ। 

ଆୟୋଜକ ପୂର୍ବରୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ସରକାରଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ସରକାର ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ସପକ୍ଷରେ ନାହାଁନ୍ତି। ହେଲେ ଏଥର ଆୟୋଜକ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ଆୟୋଜକ କହିଛନ୍ତି ଯେ ସରକାରଙ୍କ ଅସାମ୍ବିଧାନିକ ନିଷ୍ପତ୍ତି ବିରୋଧରେ ଯାଇ ଆମେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛୁ। ଗତ ବର୍ଷ ସ୍କଟ୍ସଡେଲ ଏରିଜ ଠାରେ ଏହି ମନ୍ଦିର ପ୍ରଥମ ଜାତୀୟ ବିକ ଆଉଟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ବୋଷ୍ଟନ ମେୟର ମିସେଲ ୱୁ ଅନୁମତି ଦେବାକୁ ମନା କରିବା ପରେ ସହରର ସର୍ବସାଧାରଣ ସ୍ଥାନ ବାହାରେ ଏହି ଉତ୍ସବ ପାଳନ କରିବାକୁ ସୈତାନ ମନ୍ଦିର ନିଷ୍ପତ୍ତି ନେଇଛି। ଆୟୋଜକ କହିଛନ୍ତି ଯେ ମେୟର ନେଇଥିବା ଅସାମ୍ବିଧାନିକ ନିଷ୍ପତ୍ତି ବିରୋଧରେ ସେମାନେ ଏହି ଉତ୍ସବର ଆୟୋଜନ କରୁଛନ୍ତି। ଗତ ବର୍ଷ ସିଟି କାଉନସିଲ୍ ବୈଠକରେ ଏହି ଉତ୍ସବ ଆୟୋଜନ କରିବାକୁ ଅନୁମତି ଦେବାକୁ ମନା କରାଯିବା ବିରୋଧରେ ଏକ କୋର୍ଟ ମାମଲା ମଧ୍ୟ ଦାଖଲ କରିଥିଲେ ଆୟୋଜକ।

Read More
{}{}