Hindi News >>Home >>Odisha Trending

USA Bridge Collapses: ତାସ ମୁଠା ଭଳି ଭୁଷୁଡ଼ିଗଲା ପୋଲ; ଦେଖନ୍ତୁ ଭିଡ଼ିଓ

Francis Scott Key Bridge: ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଟିମୋର ସହରରେ ଅବସ୍ଥିତ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ସିଙ୍ଗାପୁର ପତାକା ରହିଥିବା କଣ୍ଟେନର ଜାହାଜ "ଡାଲି" ଧକ୍କା ହେବା ପରେ ଭୁଷୁଡ଼ି ଯାଇଛି।

Advertisement
USA Bridge Collapses: ତାସ ମୁଠା ଭଳି ଭୁଷୁଡ଼ିଗଲା ପୋଲ; ଦେଖନ୍ତୁ ଭିଡ଼ିଓ
Stop
Updated: Mar 26, 2024, 05:05 PM IST

Baltimore Bridge Collapses: ସଦ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଟିମୋର ସହରରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯେଉଁଠି ଏକ ଜାହାଜ ସହ ଧକ୍କା ହେବା ପରେ ଏକ ପୋଲ ତାସ ମୁଠା ଭଳି ଭୁଷୁଡ଼ି ଯାଇଛି। ଏହି ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ବାଲ୍ଟିମୋର ସହରରେ ଥିବା "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ଏକ କଣ୍ଟେନର ଜାହାଜ ସହ ଧକ୍କା ହୋଇଥିଲା। ଯାହା ପରେ ଏହି ପୋଲ ସମ୍ପୂର୍ଣ୍ଣ ଭୁଷୁଡି ଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାତି ୦୧:୩୦ (ସ୍ଥାନୀୟ ସମୟ) ସମୟରେ ପୋଲ ଜାହାଜ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାର ଭିଡିଓ ଫୁଟେଜ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜାହାଜ ସହ ଧକ୍କା ହେବା ପରେ ପୋଲ ମୁଠା ଭଳି ଭୁଷୁଡ଼ି ଯାଇଥିଲା।

ବ୍ରିଟିଶ ଗଣମାଧ୍ୟମ ବିବିସି ରିପୋର୍ଟ ଅନୁଯାୟୀ ବାଲ୍ଟିମୋର ସହର ଅଗ୍ନିଶମ ବିଭାଗ (Baltimore City Fire Department) ସୂଚନା ଅନୁସାରେ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" (Francis Scott Key Bridge) ସହ ଏକ କଣ୍ଟେନର ଜାହାଜ ଧକ୍କା (Container Collided with Baltimore City Bridge) ହେବା ପରେ ପ୍ରାୟ ୨୦ ଜଣ ଲୋକ ଏବଂ ଅନେକ ଗାଡ଼ି ନଦୀରେ ଖସି ପଡ଼ିଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବାର ଖବର ମିଳିଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଅଗ୍ନିଶମ ବିଭାଗ ମୁଖପାତ୍ର ସ୍ୱୀକାର କରିଛନ୍ତି ଯେ ପୋଲ ଭୁଷୁଡ଼ିବା କାରଣରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ହେଲେ ଏହି ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ସେ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

"ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ସହ ପିଟି ହୋଇଥିଲା ୩୦୦ ମିଟର ଲମ୍ବା ଜାହାଜ
ଜାହାଜ ଟ୍ରାକିଂ ତଥ୍ୟ ଅନୁଯାୟୀ ସିଙ୍ଗାପୁର ପତାକା ରହିଥବା 'ଡାଲି' କଣ୍ଟେନର ଆମେରିକାର ବାଲ୍ଟିମୋର ସହରରେ ଅବସ୍ଥିତ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଜାହାଜ ପ୍ରାୟ ୩୦୦ ମିଟର ଲମ୍ବା ହେବ ବୋଲି କୁହାଯାଇଛି।  ଯିଏ ଶ୍ରୀଲଙ୍କା କଲମ୍ବୋ ଅଭିମୁଖେ ଯାତ୍ରା କରୁଥିଲା।

ଦୁର୍ଘଟଣା ପର ପ୍ରତିକ୍ରିୟା ରଖିଲା ସିପିଂ କମ୍ପାନୀ 
ରିପୋର୍ଟ ଅନୁଯାୟୀ ସିପିଂ କମ୍ପାନୀ ସିନର୍ଜି ମରିନ ଗ୍ରୁପ୍ (Shipping Company Synergy Marine Group) ସ୍ପଷ୍ଟ କରିଛି ଯେ ସିଙ୍ଗାପୁର ପତାକା ରହିଥିବା ଏହାର କଣ୍ଟେନର "ଡାଲି" (Singapore Flagged Container Ship The Dali) ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଟିମୋର ସହରରେ (Baltimore City US) ଅବସ୍ଥିତ "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" (Baltimore City Francis Scott Key Bridge) ସହ ମୁହାଁମୁହିଁ ଧକ୍କା ହୋଇଛି। ଏନେଇ କମ୍ପାନୀ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଜାହାଜରେ ୨ ନାବିକଙ୍କ ସମେତ ଚାଳକ ଦଳର ସମସ୍ତ ସଦସ୍ୟଙ୍କ ସମ୍ପର୍କରେ ଖବର ନିଆଯାଇଛି। ଏହି ଘଟଣାରେ କେହି ଆହତ ହୋଇଥିବାର ଖବର ଆସିନାହିଁ।

ଅନ୍ୟପକ୍ଷରେ ବାଲ୍ଟିମୋର ସହର ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେତେବେଳେ ପୋଲ ଭୁଷୁଡ଼ିଥିଲା ସେତେବେଳେ ଏହା ଉପରେ ଏକ ବଡ଼ ଟ୍ରାକ୍ଟର ଟ୍ରଲର ରହିଥିଲା। ଦୁର୍ଘଟଣା ପରେ ପାଣିରେ ଖସି ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବା ଉଦ୍ଧାରକାରୀ ଦଳଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।

Read More
{}{}