Hindi News >>Home >>Odisha Trending

UPI transactions: ରେକର୍ଡ ଭାଙ୍ଗିଲା ୟୁପିଆଇ ପେମେଣ୍ଟ: ୧୪ ବିଲିୟନରୁ ଅଧିକ ହେଲା ଟ୍ରାଞ୍ଜାକସନ

UPI breaks record: ନେସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ ଅର୍ଥାତ ଏନପିସିଆଇର ସଂଖ୍ୟା ଅନୁସାରେ, ମେ ମାସରେ ୟୁପିଆଇ ଜରିଆରେ ୧୪.୦୪ ବିଲିୟନ କାରବାର କରାଯାଇଛି। ଏହା ପ୍ରଥମଥର ପାଇଁ ରେକର୍ଡ ସୃଷ୍ଟି କରିଛି। ୟୁପିଆଇ ଜରିଆରେ ୧୪ ବିଲିୟନରୁ ଅଧିକ କାରବାର ପ୍ରୋସେସ କରାଯାଇଛି ।  

Advertisement
UPI transactions set new record
Stop
Zee Odisha Desk|Updated: Jun 02, 2024, 08:14 PM IST

UPI transactions set new record: ବ୍ୟସ୍ତବହୁଳ ଜୀବନରେ ସମସ୍ତ କାର୍ଯ୍ୟକୁ ସରଳ ଓ ସହଜ ଉପାୟରେ କରିବାକୁ ଆମେ କେତେ ଟେକ୍ନୋଲୋଜି ର ସାହାଯ୍ୟ ନେଉଛୁ। ସେମିତି ଏକ ସରଳ ଅ ସହଜ ଉପାୟ ହେଉଛି ୟୁପିଆଇ ଡିଜିଟାଲ। ଯାହାକୁ ପିଲା ଠୁ ବୁଢ଼ା ସମସ୍ତଙ୍କ ବ୍ୟବହାର ଉପଯୋଗୀ ହୋଇପାରୁଛି। ଚୋରି,ଡକାୟତିକୁ ରୋକିବାରେ ୟୁପିଆଇ ହେଉଛି ପ୍ରମୁଖ ମଧ୍ୟମ।ତେଣୁ ଅର୍ଥବ୍ୟବସ୍ଥାର ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏଥିପାଇଁ ପେମେଣ୍ଟ କରିବା ସହଜ ହୋଇଯାଇଛି । ୟୁପିଆଇରେ ପେମେଣ୍ଟ ସହଜ ହେବାରୁ ଏହା ଲୋକମାନଙ୍କ ମନ ପସନ୍ଦ ମାଧ୍ୟମ ଅଟେ । ଏହି କାରଣରୁ  ମେ ମାସରେ ୟୁପିଆଇରେ ପେମେଣ୍ଟର ନୂଆ ରେକର୍ଡ ସୃଷ୍ଟି ହୋଇଛି ।

ନେସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ ଅର୍ଥାତ ଏନପିସିଆଇର ସଂଖ୍ୟା ଅନୁସାରେ, ମେ ମାସରେ ୟୁପିଆଇ ଜରିଆରେ ୧୪.୦୪ ବିଲିୟନ କାରବାର କରାଯାଇଛି । ଏହା ପ୍ରଥମଥର ପାଇଁ ରେକର୍ଡ ସୃଷ୍ଟି କରିଛି । ୟୁପିଆଇ ଜରିଆରେ ୧୪ ବିଲିୟନରୁ ଅଧିକ କାରବାର ପ୍ରୋସେସ କରାଯାଇଛି ।

ଏହା ପୂର୍ବରୁ ଏପ୍ରିଲ ମାସରେ ୟୁପିଆଇରୁ ୧୩.୩ ବିଲିୟନ ଟ୍ରାଞ୍ଜାକ୍ସନ ହୋଇଥିଲା । ଏପ୍ରିଲ ମାସରେ ୟୁପିଆଇ କାରବାରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ମାର୍ଚ୍ଚ ମାସରେ ୟୁପିଆଇରୁ ସମୁଦାୟ ୧୩.୪୪ ବିଲିୟନ ଟ୍ରାଞ୍ଜାକ୍ସନ କରାଯାଇଥିଲା । ଏପ୍ରିଲରେ ସଂଖ୍ୟା ପ୍ରାୟ ୧ ପ୍ରତିଶତ କମିଥିଲା 

ମୂଲ୍ୟ ହିସାବରେ ମଧ୍ୟ ୟୁପିଆଇ କାରବାରରେ ଗ୍ରୋଥ ଆସିଛି । ସଂଖ୍ୟା ଅନୁଯାୟୀ, ମେ ମାସରେ ୟୁପିଆଇରେ କରାଯାଇଥିବା କାରବାରର ମୂଲ୍ୟ ୨୦.୪୫ ଲକ୍ଷ କୋଟି ଟଙ୍କା ରହିଛି । ଏହାର ଗୋଟିଏ ମାସ ପୂର୍ବରୁ ଏପ୍ରିଲରେ ୟୁପିଆଇରେ ହୋଇଥିବା ଟ୍ରାଞ୍ଜାକ୍ସନର ଭ୍ୟାଲ୍ୟୁ ୧୯.୬୪ ଲକ୍ଷ କୋଟି ଟଙ୍କା ରହିଥିଲା । ଅର୍ଥାତ ଗୋଟିଏ ମାସରେ ୟୁପିଆଇରୁ କାରବାରରେ ମୂଲ୍ୟ ହିସାବରେ ୪ ପ୍ରତିଶତରୁ ଅଧିକ ଗ୍ରୋଥ ଆସିଥିଲା ।

ତେବେ ଗତ ମାସରେ ୟୁପିଆଇ ମାଧ୍ୟମରେ ପ୍ରତିଦିନ ହାରାହାରି ୪୫.୩ କୋଟି କାରବାର କରାଯାଇଥିଲା । ଦୈନନ୍ଦିନ କାରବାରର ହାରାହାରି ପରିଣାମ ଥିଲା ୬୫,୯୬୬ କୋଟି ଟଙ୍କା । ବାର୍ଷିକ ଭିତ୍ତିରେ ଏହା ୪୯ ପ୍ରତିଶତ ଅଭିବୃଦ୍ଧି ଅଟେ ।

(Written By- Tapasa Gyanadarshini)

Read More
{}{}