Hindi News >>Home >>Odisha Trending

Digital Payment in India: ଦେଶରେ ରେକର୍ଡ ଭାଙ୍ଗିଲା ୟୁପିଆଇ କାରବାର

Unified Payments Interface:  ନୋଟ ବନ୍ଦୀ ପରେ ଦେଶର ଡିଜିଟାଲ୍ ପେମେଣ୍ଟ ବ୍ୟବହାର ବଢିବାରେ ଲାଗିଛି। ବର୍ତ୍ତମାନ ଲୋକେ ନିଜ ପାଖରେ ନଗଦ ଟଙ୍କା ପ୍ରାୟ ରଖିବା ଭୁଲି ଯାଇଛନ୍ତି।   

Advertisement
Digital Payment in India: ଦେଶରେ ରେକର୍ଡ ଭାଙ୍ଗିଲା ୟୁପିଆଇ କାରବାର
Stop
Updated: Apr 05, 2024, 01:20 AM IST

UPI Payment in India: ବିମୁଦ୍ରାକରଣ ପରେ ଦେଶରେ ଡିଜିଟାଲ୍ ପେମେଣ୍ଟ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ବର୍ତ୍ତମାନ ଲୋକେ ନିଜ ପାଖରେ ନଗଦ ଟଙ୍କା ରଖିବା ପ୍ରାୟତଃ ଭୁଲି ଗଲେଣି। ଏବେ ଅଧିକାଂଶ ଲୋକ ଡିଜିଟାଲ୍ ପେମେଣ୍ଟ୍ କରୁଛନ୍ତି। କାର୍ଡ ଏବଂ ନଗଦ ଟଙ୍କାର କାରବାର ହ୍ରାସ ପାଉଛି। ଡିଜିଟାଲ ପେମେଣ୍ଟ ମାମଲାରୁ ଭାରତ ବିଶ୍ୱର ଅନେକ ଅଗ୍ରଣୀ ଦେଶକୁ ପଛରେ ପକାଇ ଦେଇଛି। ଡିଜିଟାଲ୍ ପେମେଣ୍ଟ ମଧ୍ୟରେ ୟୁପିଆଇ ଦବଦବା ରହିଛି। ୟୁପିଆଇ ପେମେଣ୍ଟ ସମ୍ପର୍କରେ ଆସିଥିବା ତଥ୍ୟରୁ ଆପଣ ଏହାର ଲୋକପ୍ରିୟତା ଜାଣିପାରିବେ। ୟୁପିଆଇ ପେମେଣ୍ଟ ପାଇଁ ରହିଥିବା ଚାହିଦ କାରଣରୁ ମୋବାଇଲ୍ ମାଧ୍ୟମରେ ହେଉଥିବା କାରବାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଦ୍ୱାରା ହେଉଥିବା ଡିଜିଟାଲ୍ ପେମେଣ୍ଟ ମାମଲାରେ ୟୁପିଆଇ ଶୀର୍ଷ ସ୍ଥାନରେ ରହିଛି।

ବଢୁଛି ୟୁପିଆଇ ଚାହିଦା
ଦେଶରେ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବୃଦ୍ଧି ହୋଇଥିବା ବେଳେ ପୂର୍ବ ବର୍ଷ ତୁଳନାରେ ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ୟୁପିଆଇ ଏକ ରେକର୍ଡ କରିଥିଲା। କାରବାର ସଂଖ୍ୟା ଦୃଷ୍ଟିରୁ ୟୁପିଆଇ କାରବାରରେ ପ୍ରାୟ ୫୬ ପ୍ରତିଶତ ଅଭିବୃଦ୍ଧି ହୋଇଥିବାବେଳେ ମୂଲ୍ୟ ଦୃଷ୍ଟିରୁ ୪୩ ପ୍ରତିଶତ ବୃଦ୍ଧି ହୋଇଛି। ଏହା ପ୍ରଥମ ଥର ପାଇଁ ଯେତେବେଳେ ୟୁପିଆଇ ମାଧ୍ୟମରେ କାରବାର ୧୦୦ ବିଲିୟନ ଅର୍ଥାତ ୧୦ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ଗତ ୨୦୨୩-୨4 ଆର୍ଥିକ ବର୍ଷରେ ୟୁପିଆଇ କାରବାର ମାଧ୍ୟମରେ କାରବାର ୧୩୧ ବିଲିୟନ ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ଏହାର ପରିମାଣ ୮୪ ବିଲିୟନ ରହିଥିଲା। ଦେୟ ପ୍ରଦାନ ସେବା କ୍ଷେତ୍ରରେ ବିଶ୍ୱସ୍ତରୀୟ କମ୍ପାନୀ ୱାର୍ଲ୍ଡଲାଇନ ରିପୋର୍ଟ ଅନୁଯାୟୀ ଗତ ବର୍ଷର ଦ୍ୱିତୀୟାର୍ଦ୍ଧରେ ୟୁପିଆଇ କାରବାରରେ ୫୬ ପ୍ରତିଶତ ବୃଦ୍ଧି ଘଟିଛି। ଏହି କାରବାର ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ଭାରତର ୟୁପିଆଇ କେବଳ ଭାରତ ନୁହେଁ ବିଶ୍ୱର ବିଭିନ୍ନ ଅନ୍ୟ ଦେଶରେ ମଧ୍ୟ ପହଞ୍ଚୁଛି। ୱାର୍ଲ୍ଡଲାଇନ ରିପୋର୍ଟ ଅନୁଯାୟୀ ଡିଜିଟାଲ ପେମେଣ୍ଟ ସିଷ୍ଟମ କ୍ଷେତ୍ରରେ ୟୁପିଆଇ ଏକ ବଡ଼ ଭାଗ ଅଧିକାର କରିଛି। 

ବୃଦ୍ଧି ପାଇବାରେ ଲାଗିଛି ୟୁପିଆଇ କାରବାର
ରିପୋର୍ଟ ଅନୁଯାୟୀ ଗତ ବର୍ଷର ଦ୍ୱିତୀୟାର୍ଦ୍ଧରେ ୟୁପିଆଇ କାରବାରର ପରିମାଣ ୬୫.୭୭ ବିଲିୟନ ରହିଥିଲା। ସେହିପରି ଗତ ୨୦୨୨ ବର୍ଷର ଦ୍ୱିତୀୟାର୍ଦ୍ଧରେ ଏହାର ପରିମାଣ ୪୨.୦୯ ବିଲିୟନ ରହିଥିଲା। କାରବାର ପରିମାଣ ଦର୍ଶାଉଛି ଯେ ୟୁପିଆଇ ଦେୟରେ ୪୪ ପ୍ରତିଶତ ବୃଦ୍ଧି ହୋଇଛି। ଯାହା ୨୦୨୨ ବର୍ଷର ଦ୍ୱିତୀୟ ତ୍ରୈମାସରେ ୬୯.୩୬ ବିଲିୟନ ରହିଥିଲା। ଏଥର ଏହାର ପରିମାଣ ୯୯.୬୮ ବିଲିୟନ ହୋଇଛି। ୟୁପିଆଇ କାରବାରର ହାରାହାରି ଟିକେଟ୍ ଆକାର ୮ ପ୍ରତିଶତ ହ୍ରାସ ପାଇଛି। ଯାହା ପୂର୍ବରୁ ୧୬୪୮ ଟଙ୍କା ରହିଥିଲା ବର୍ତ୍ତମାନ ଏହାର ପରିମାଣ ୧୫୧୫ ଟଙ୍କାକୁ ଖସି ଆସିଛି। ଲୋକ ବର୍ତ୍ତମାନ ଛୋଟ କାରବାର ପାଇଁ ୟୁପିଆଇ ଦେୟ ଗ୍ରହଣ କରୁଛନ୍ତି। 

 

 

Read More
{}{}