Hindi News >>Home >>Odisha Trending

Apple iPhone 16 Pro ଫିଚର୍ ହେଲା ଲିକ୍, ଜାଣନ୍ତୁ କଣ ରହିଛି ଖାସ୍

iPhone 16 Pro Series Leaks: ଅନୁମାନ କରାଯାଉଛି ଯେ, କମ୍ପାନୀ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଆଇଫୋନର ନୂଆ ସିରିଜ୍ ଲଞ୍ଚ କରିବ। 

Advertisement
Apple iPhone 16 Pro ଫିଚର୍ ହେଲା ଲିକ୍, ଜାଣନ୍ତୁ କଣ ରହିଛି ଖାସ୍
Stop
Soubhagya Ranjan Mishra|Updated: May 22, 2024, 04:37 PM IST

iPhone 16 Pro Series Leaks: ଆପଲର ଫୋନ ଲଞ୍ଚ ହେବାର କିଛି ମାସ ପୂର୍ବରୁ ନୂଆ ମଡେଲରେ ଥିବା ଫିଚରକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଏ । ଠିକ୍ ସେହିପରି ଆଗକୁ ଆସୁଥିବା ନୂଆ ମଡେଲ୍ ଆଇଫୋନ୍ ୧୬ ସିରିଜ୍ ସମ୍ପର୍କରେ ତଥ୍ୟ ଲିକ୍ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଯଦି ରିପୋର୍ଟ ଗୁଡିକୁ ବିଶ୍ୱାସ କରାଯାଏ ତେବେ କମ୍ପାନୀ ଆଇଫୋନ୍ ୧୬ ପ୍ରୋ ସିରିଜ କିଛି ନୂଆ ଭେଟିଦେବାକୁ ଯାଉଛି । ଉନ୍ନତ କ୍ୟାମେରା ଏବଂ ବଡ଼ ପରଦା ଆକାର ସହିତ ଏହି ଫୋନ ଲଞ୍ଚ ହେବାକୁ ଯାଉଛି । ଏହା ସହିତ କମ୍ପାନୀ ଏହି ଫୋନରେ ବଡ ବ୍ୟାଟେରୀ ମଧ୍ୟ ପ୍ରଦାନ କରିବ ବୋଲି କୁହାଯାଉଛି ।

ଆପଲ୍ ଖୁବ୍ ଶୀଘ୍ର ଆଇଫୋନ୍ ୧୬ ସିରିଜ୍ ଲଞ୍ଚ କରିବାକୁ ଯାଉଛି। ଅନୁମାନ କରାଯାଉଛି ଯେ, କମ୍ପାନୀ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଆଇଫୋନର ନୂଆ ସିରିଜ୍ ଲଞ୍ଚ କରିବ। ପ୍ରତିବର୍ଷ, ନୂଆ ସିରିଜ୍ ଲଞ୍ଚ ପୂର୍ବରୁ ଅନେକ ଲିକ୍ ରିପୋର୍ଟ ଆସିବା ଆରମ୍ଭ କରିଥାଏ । ଯେଉଁଥିରେ ଏହି ଫୋନ୍ଗୁଡ଼ିକ ବିଷୟରେ ସୂଚନା ମିଳିଥାଏ । ଆଇଫୋନ୍ ୧୬ ସିରିଜ୍ ସମ୍ପର୍କରେ ମଧ୍ୟ ଅନେକ କିଛି ତଥ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବା ଆରମ୍ଭ କଲାଣି ।

ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆପଲ କମ୍ପାନୀ ଆଇଫୋନ୍ 16 SE ଏବଂ SE ପ୍ଲସ୍ ଲଞ୍ଚ କରିପାରେ । ତେବେ ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଏ ବାବଦରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଷ୍ଟାଣ୍ଡାର୍ଡ ଆଇଫୋନ୍ 16 ଫୋନ୍ ସହିତ କମ୍ପାନୀ ଆଇଫୋନ୍ 16 ପ୍ରୋ ଏବଂ ଆଇଫୋନ୍ 16 ପ୍ରୋ ମ୍ୟାକ୍ସ ମଧ୍ୟ ଲଞ୍ଚ କରିବ ବୋଲି କୁହାଯାଉଛି । ଏହାର କିଛି ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି।

ଆଇଫୋନ୍ 16 ପ୍ରୋ ସିରିଜରେ କ’ଣ ଖାସ୍?
ଯଦି ରିପୋର୍ଟ ଗୁଡିକୁ ବିଶ୍ୱାସ କରାଯାଏ, ତେବେ ଆଇଫୋନ୍ ୧୬ ପ୍ରୋରେ କୌଣସି ବଟନ୍ ରହିବ ନାହିଁ । କମ୍ପାନୀ ଆପଣଙ୍କୁ କ୍ୟାପସିଟିଭ୍ ବଟନ୍ ଦେଇପାରେ । ଯାହା ହାପ୍ଟିକ୍ ପ୍ରତିକ୍ରିୟାରେ ଚାଲିବ । ଏହି ବଟନ୍ଗୁଡ଼ିକ ଚାପ ଅନୁଭବ କରିବା ପରେ ପ୍ରକୃତ ବଟନ୍ ପରି କାମ କରିବ । ଏହା ବ୍ୟତୀତ, ଶୀଘ୍ର ଭିଡିଓ କ୍ୟାପଚର ଆରମ୍ଭ କରିବାକୁ କମ୍ପାନୀ ଗୋଟିଏ ବଟନ୍ ପ୍ରଦାନ କରିପାରିବ ବୋଲି କୁହାଯାଉଛି । ଅତ୍ୟାଧୁନିକ ମଡେଲଗୁଡିକରେ, ଗ୍ରାହକଙ୍କୁ ପଞ୍ଚ୍ ହୋଲ୍ କଟ୍ଆଉଟ୍ ସହିତ ଏକ ଡିଜାଇନ୍ ମିଳିବ । ଏହା ସହିତ, ଆଇଫୋନ୍ 15ରେ ଦିଆଯାଇଥିବା ପରି USB ଟାଇପ୍-ସି ପୋର୍ଟ ଉପଲବ୍ଧ ରହିବ । ଆଇଫୋନ୍ 16 ପ୍ରୋ ଏବଂ ଆଇଫୋନ୍ 16 ପ୍ରୋ ମ୍ୟାକ୍ସରେ ବଡ଼ ପରଦା ମିଳିବାକୁ ଯାଉଛି ।

ରିପୋର୍ଟ ଅନୁଯାୟୀ, କମ୍ପାନୀ ଆଇଫୋନ୍ 16 ପ୍ରୋରେ ୬.୩ ଇଞ୍ଚ ସ୍କ୍ରିନ୍ ଏବଂ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସରେ ୬.୯ ଇଞ୍ଚ ସ୍କ୍ରିନ୍ ପ୍ରଦାନ କରିପାରେ । ସ୍କିନ୍ ବଡ଼ ହୋଇଥିବା କାରଣରୁ ବ୍ୟବହାରକାରୀଙ୍କୁ ଭଲ ଅଭିଜ୍ଞତା ମିଳିବ । କିନ୍ତୁ ଗୋଟିଏ ହାତରେ ବଡ଼ ପରଦା ଚଳାଉବାକୁ ସାମାନ୍ୟ ସମସ୍ୟା ହୋଇପାରେ ବୋଲି କିଛି ମତ ପ୍ରକାଶ ପାଉଛି ।

ଆଇଫୋନ୍ ୧୬ ପ୍ରୋ ମଡେଲରେ A18 ପ୍ରୋ ଚିପସେଟ୍ ଦିଆଯାଇପାରେ । ଉଭୟ ମଡେଲରେ ବଡ ବ୍ୟାଟେରୀ ଉପଲବ୍ଧ ହୋଇପାରେ । ପ୍ରୋ ମ୍ୟାକ୍ସ ମଡେଲରେ 4676mAh ବ୍ୟାଟେରୀ ପ୍ରଦାନ କରାହେବ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ପ୍ରୋ ମଡେଲର ବ୍ୟାଟେରୀ କ୍ଷମତା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଆଇଫୋନ୍ 16 ପ୍ରୋ ମ୍ୟାକ୍ସରେ ସୁପର ଟେଲିଫୋଟୋ ଲେନ୍ସ ଦିଆଯାଇପାରେ ।

କ୍ୟାମେରା ସମ୍ପର୍କରେ କହିବାକୁ ଗଲେ ଆଇଫୋନ୍ 16 ପ୍ରୋ ରେ 5X ଅପ୍ଟିକାଲ୍ ଜୁମ୍ ମିଳିପାରେ । ଏହା ବ୍ୟତୀତ ଆପଲ୍ ଆଣ୍ଟି-ରିଫ୍ଲେକ୍ଟିଭ୍ କଟିଂ ଟେକନୋଲୋଜୀ ଉପରେ କାର୍ଯ୍ୟ କରୁଛି । ଯାହା ସାହାଯ୍ୟରେ ଫଟୋର ଗୁଣବତ୍ତା ଉନ୍ନତ ହୋଇପାରିବ । ପ୍ରୋ ସିରିଜ୍ ରେ କମ୍ପାନୀ 48MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ପ୍ରଦାନ କରିପାରେ ।

Also Read- ମେ' ୨୬ରେ ବାହାରିବ ଦ୍ବାଦଶ ପରୀକ୍ଷା ରେଜଲ୍ଟ

Read More
{}{}