Hindi News >>Home >>Odisha Trending

Plastic doll birth: ବିବାହର ୧୮ ବର୍ଷ ପରେ ପ୍ଲାଷ୍ଟିକ କଣ୍ଢେଇକୁ ଜନ୍ମ ଦେଲେ ମହିଳା

Plastic doll birth: ଗର୍ଭବତୀ ହେବାର ୬ ମାସ ପରେ ମହିଳା ଜଣକ ପ୍ରସବ କରିଛନ୍ତି। କିନ୍ତୁ ତାଙ୍କ ପେଟରୁ ମଣିଷ ଛୁଆ ନୁହଁ ବାହାରିଛି ଏକ ପ୍ଲାଷ୍ଟିକ କଣ୍ଢେଇ। ଏଭଳି ଏକ ବିଚିତ୍ର ଘଟଣା ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ବାଦପୁରା ଥାନା ଅଞ୍ଚରେ ଘଟିଛି। 

Advertisement
Plastic doll birth: ବିବାହର ୧୮ ବର୍ଷ ପରେ ପ୍ଲାଷ୍ଟିକ କଣ୍ଢେଇକୁ ଜନ୍ମ ଦେଲେ ମହିଳା
Stop
Zee Odisha Desk|Updated: Nov 13, 2022, 07:45 PM IST

Plastic doll birth, ଲକ୍ଷ୍ନୌ: ସମୟ ବଦଳୁଛି କିନ୍ତୁ ଆମ ସମାଜ ଆଜି ମଧ୍ୟ ଶତାବ୍ଦି ପଛରେ ଅଛି। କାରଣ ସମାଜର ତାଡନା ସହି ନପାରି ଜଣେ ମହିଳା ବିବାହର ୧୮ ବର୍ଷ ପରେ ଗର୍ଭବତୀ ହୋଇଛନ୍ତି। ଗର୍ଭବତୀ ହେବାର ୬ ମାସ ପରେ ପ୍ରସବ ମଧ୍ୟ କରିଛନ୍ତି। କିନ୍ତୁ ତାଙ୍କ ପେଟରୁ ମଣିଷ ଛୁଆ ନୁହଁ ବାହାରିଛି ଏକ ପ୍ଲାଷ୍ଟିକ କଣ୍ଢେଇ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ। ଏଭଳି ଏକ ବିଚିତ୍ର ଘଟଣା ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ବାଦପୁରା ଥାନା ଅଞ୍ଚରେ ଘଟିଛି। 

ନିକଟରେ ଇଟାୱା ଜିଲ୍ଲାର ବାଦପୁରା ଥାନା ଅଞ୍ଚର ଉଡିମୋର ଗ୍ରାମରେ ଏକ ବିଚିତ୍ର ଘଟଣା ଘଟିଛି। ଛଅ ମାସର ଗର୍ଭବତୀ ପରେ ଜଣେ ମହିଳା ଗୋଟିଏ ମୃତ ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ହସ୍ପିଟାଲରେ ସବୁ ଓଲଟ ପାଲଟ ହୋଇଗଲା। କାରଣ ମହିଳା ଜଣକ ଜନ୍ମ ଦେଇଥିବା ସନ୍ତାନ କୌଣସି ମଣିଷ ଶିଶୁ ନୁହଁ ବରଂ ଏକ ପ୍ଲାଷ୍ଟିକ କଣ୍ଢେଇ ଥିଲା। ବିବାହର ଦୀର୍ଘ ୧୮ ବର୍ଷ ପରେ ମହିଳା ଏହି ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଏହି ପ୍ରସବ ଏକ ସୁପରିକଳ୍ପିତ ଯୋଜନା ଥିଲା। ମହିଳା ଜଣକ ସମାଜ ଓ ପରିବାର ଠାରୁ ଶୁଣୁଥିବା ବନ୍ଧ୍ୟା ଅପବାଦରୁ ମୁକ୍ତି ପାଇବା ପାଇଁ ଏହି ନାଟକ କରିଥିବା ଡାକ୍ତର କହିଛନ୍ତି।

Also Read: Husband Cheats Wife: ରାତିରେ ସ୍ୱାମୀ କରୁଥିଲେ ଦେହ ବେପାର, ସ୍ତ୍ରୀ ନେଲେ ଏମିତି ପଦକ୍ଷେପ

କେବଳ ମହିଳା ଜନ୍ମ କରିଥିବା ଶିଶୁ ନକଲି ନଥିଲା। ସେ ନିୟମିତ ଭାବେ ମେଡିକାଲ ଯାଞ୍ଚ କରୁଥିବା ରିପୋର୍ଟ ମଧ୍ୟ ମିଛ ଥିବା ଡାକ୍ତରା ଜାଣିବାକୁ ପାଇଥିଲେ। ମହିଳାଙ୍କ ଅନୁସାରେ, ବିବାହକୁ ୧୮ ବର୍ଷ ହେଲା ତାଙ୍କର କୌଣସି ସନ୍ତାନ ହେଉନଥିଲେ। ଏଥିପାଇଁ ସେ ଉଭୟ ଶାଶୁଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କ ତାଡନାର ଶୀକାର ହେଉଥିଲେ। ମହିଳାଙ୍କ ବନ୍ଧ୍ୟା ଦୋଷ ଥିବା ଲୋକେ ଦାବି କରିଥିଲେ। ଆଉ ଲୋକଙ୍କ ଏପରି କଥା ନ ଶୁଣିବା ପାଇଁ ମହିଳା ଜଣକ ଏକ କାହାଣୀ ରଚନା କରିଥିଲେ। ଦୀର୍ଘ ଛଅ ମାସ ପର୍ଯ୍ୟନ୍ତ ସେ ଗର୍ଭବତୀ ଭଳି ଅଭିନୟ କରିଥିଲେ। କାହାକୁ ସନ୍ଦେହ ନ ହେଉ, ସେଥିପାଇଁ ସେ ଅଙ୍ଗନୱାଡିରେ ନାମ ଲେଖାଇବା ସହ ନିୟମିତ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ।

ତେବେ ଗର୍ଭବତୀ ହେବାର ଛଅ ମାସ ପରେ ପେଟ ଦରଜ ହେଉଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ଏକ ଅପରିପକ୍ୱ ମୃତଶିଶୁ ଜନ୍ମ ହୋଇଥିବା କହିଥିଲେ। ପରିବାର ଲୋକ ସେହି କଥିତ ଶିଶୁକୁ କପଡାରେ ଗୁଡାଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଯାଞ୍ଚବେଳେ ତାହା ନବଜାତକ ନୁହଁ ବରଂ ପ୍ଲାଷ୍ଟିକ କଣ୍ଢେଇ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ମହିଳାଙ୍କ ମେଡିକାଲ ରିପୋର୍ଟ ମଧ୍ୟ ଦେଖିଥିଲେ। ତେବେ ମହିଳା ନିୟମିତ ହସ୍ପିଟାଲ ଯାଉଥିଲେ କିନ୍ତୁ ଗର୍ଭ ପରୀକ୍ଷା ବଦଳରେ ପେଟ ସଂକ୍ରମଣ ନେଇ ଡାକ୍ତରଙ୍କୁ ଦେଖାଉଥିଲେ। ଏହି ଖବର ଆସିବା ପରେ ପରିବାର ଲୋକ ଆଚମ୍ବିତ ହୋଇଯାଇଥିଲେ।

Also Read: ସୂର୍ଯ୍ୟକିରଣ ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ ଜରୁରୀ, ଫାଇଦା ଜାଣି ଆପଣ ବି ହୋଇଯିବେ ଚକିତ

ମେଡିକାଲ ସୁପରିଟେଣ୍ଟ ଡାକ୍ତର ହର୍ଷିତଙ୍କ କହିବା ଅନୁସାରେ, ମହିଳା ନିୟମିତି ମେଡିକାଲ ଆସୁଥିଲେ। କିନ୍ତୁ ସେ ଗର୍ଭ ପରୀକ୍ଷା ନ କରି ପେଟ ସଂକ୍ରମଣ ସମ୍ପର୍କୀୟ ସମସ୍ୟା ବିଷୟରେ ଡାକ୍ତରଙ୍କୁ କହୁଥିଲେ। ତାଙ୍କର ଏକ୍ସରେ ଓ ମେଡିକାଲ ରିପୋର୍ଟ ମିଛ। ସେ ଦୀର୍ଘ ବର୍ଷ ହେଲା ବିବାହ କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ହୋଇନଥିଲା। ଏଥିପାଇଁ ତାଙ୍କୁ ନିଜ ଶାଶୁ ଘର ଓ ଗାଁ ଲୋକଙ୍କ ଠାରୁ ନା ନା କଥା ଶୁଣିବାକୁ ପଡୁଥିଲା। ଆଉ ଏଥିରୁ ମୁକ୍ତି ପାଇବା ପାଇଁ ମହିଳା ଜଣକ ମିଥ୍ୟା ପ୍ରସବର ଅଭିନୟ କରିଥିଲେ।                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                         

Read More
{}{}