Hindi News >>Home >>Odisha Trending

Bareilly: ପ୍ରେମକୁ ପାଇବା ପାଇଁ ନାମ ବଦଳାଇଲେ ଯୁବତୀ, ମୁସଲିମରୁ ହେଲେ ହିନ୍ଦୁ !

Bareilly: ଜଣେ ମୁସଲିମ ଯୁବତୀ ନିଜର ନାମ ବଦଳାଇ ଫରହାନାରୁ ହେଲେ ସରସ୍ୱତୀ । ହିନ୍ଦୁ ଯୁବକଙ୍କୁ କଲେ ବିବାହ ।

Advertisement
Bareilly: ପ୍ରେମକୁ ପାଇବା ପାଇଁ ନାମ ବଦଳାଇଲେ ଯୁବତୀ, ମୁସଲିମରୁ ହେଲେ ହିନ୍ଦୁ !
Stop
Soubhagya Ranjan Mishra|Updated: Jul 28, 2023, 08:40 PM IST

Bareilly: କଥାରେ ଅଛି ପ୍ରେମ ମାନେନା ଜାତି ଧର୍ମ, ପ୍ରେମ ମାନେନା ନିଚ୍ଚ ଉଚ୍ଚ କିମ୍ୱା ଗୋତ୍ର । ଆଜି ଆପଣଙ୍କୁ ଯେଉଁ ପ୍ରେମ କାହାଣୀ (Love story) ସମ୍ପର୍କରେ ଜଣାଇବୁ ତାହା ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏହି କାହାଣୀରେ ଆପଣ ଜଣେ ମୁସଲିମ ଝିଅ (Muslim girl)ର ହିନ୍ଦୁ ପୁଅ ପ୍ରତି ଭଲପାଇବା ସମ୍ପର୍କରେ ଜାଣିବାକୁ ପାଇବେ । ଏହି ଘଟଣାଟି ବରେଲି ଅଞ୍ଚଳରେ ଘଟିଛି । ଯେଉଁଥିରେ ଜଣେ ମୁସଲିମ ଝିଅ ନିଜ ପ୍ରେମକୁ ପାଇବା ପାଇଁ ନିଜର ଧର୍ମ ଓ ପରିବାର (Family)କୁ ଛାଡିଦେଇଛନ୍ତି । ଜଣେ ହିନ୍ଦୁ ଯୁବକ (Hindu boy)ଙ୍କୁ ବିବାହ କରିବା ପାଇଁ ଯୁବତୀ ଜଣକ ନିଜର ନାମ ପରିବର୍ତ୍ତନ କରିଛନ୍ତି । ତାଙ୍କର ନାମ ଥିଲା 'ଫରହାନା' ଯାହା ଯୁବତୀଙ୍କ ଘରଲୋକେ ଦେଇଥିଲେ । କିନ୍ତୁ ଯୁବତୀ ଜଣକ ପ୍ରେମିକଙ୍କ ପାଇଁ ନିଜର ନାମ ବଦଳାଇ ସରସ୍ୱତୀ (Saraswati) ରଖିଛନ୍ତି ।

କେବଳ ସେତିକି ନୁହେଁ ନିଜର ମୁସଲିମ ଧର୍ମକୁ ଭୁଲି ହିନ୍ଦୁ ଧର୍ମର ରୀତିନୀତି ଆପଣାଇ ହିନ୍ଦୁ ଯୁବକ ବିରେନ୍ଦ୍ର କାଶ୍ୟପଙ୍କୁ ବିବାହ (Marriage) କରିଛନ୍ତି ଯୁବତୀ ଜଣକ । କିନ୍ତୁ ଏହି ବିବାହକୁ ଉଭୟ ପକ୍ଷର ପରିବାର ଲୋକେ ସ୍ୱିକୃତି ଦେଇନଥିବା କାରଣରୁ ସମ୍ପର୍କିୟଙ୍କଠାରୁ ଦୂରରେ ରହୁଛନ୍ତି ପ୍ରେମରେ ସଫଳ ହୋଇଥିବା ନବ ଦମ୍ପତ୍ତି 9New couple) । ଫରହାନା କହିଛନ୍ତି ଯେ, ପରିବାର ବିରୁଦ୍ଧରେ ଯାଇଥିବାରୁ ଆମ ଜୀବନ ପାଇଁ ବିପଦ ରହିଛି । ସ୍ଥାନୀୟ ଏକ ମନ୍ଦିର (Temple)ରେ ବିବାହ କରିବା ପରେ ସୋସିଆଲ ମିଡିଆ (Social media) ମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ଫରହାନା କହିଛନ୍ତି ଯେ, ହିନ୍ଦୁ ଧର୍ମ ଗ୍ରହଣ କରିବା ସହ ପ୍ରେମ ବିବାହ କରିଥିବାରୁ ପରିବାର ସଦସ୍ୟ ଆମକୁ ଧମକ ଚମକ ଦେଉଛନ୍ତି । ଯଦି କୌଣସି ଅଘଟଣ ଘଟେ ତେବେ ଆମ ପରିବାର ଦାୟୀ ରହିବ ବୋଲି ଫରହାନା ମତ ପ୍ରକାଶ କରିଛନ୍ତି ।

ହିନ୍ଦୁ ଯୁବକ ବିରେନ୍ଦ୍ର କାଶ୍ୟପଙ୍କ ସହ ମୁସଲିମ ଯୁବତୀ ଫରହାନାଙ୍କର ଦେଖା ସାକ୍ଷାତ ପ୍ରାୟ ୪ ବର୍ଷ ତଳେ ହୋଇଥିଲା । ଉଭୟେ ଉଭୟଙ୍କୁ ଦେଖି କଥାବାର୍ତ୍ତା ହେବା ପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱର ସମ୍ପର୍କ ଆରମ୍ଭ ହୋଇଥିଲା । କିନ୍ତୁ ସେହି ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଦୁହିଁଙ୍କ ସହ ଦୁହେଁ କଥା ନହେଲେ ରହିପାରୁନଥିଲେ । ପ୍ରାୟ ଅନେକ ସମୟରେ ଦୁହେଁ ଏକାଠି ସମୟ ବିତାଇବାକୁ ପସନ୍ଦ କରୁଥିଲେ । ପ୍ରେମ ସମ୍ପର୍କ ଏତେ ଆଗକୁ ଯାଇଥିଲା ଯେ, ଉଭୟେ ଏକାଠି ରହିବାକୁ ଓ ଏକାଠି ମରିବାକୁ ଶପଥ ନେଇଥିଲେ । ଏହି ଘଟଣା ଫରହାନାଙ୍କ ପରିବାର ଲୋକଙ୍କ କାନରେ ପଡିବା ପରେ ତାଙ୍କ ପରିବାରରେ ଉଠିଥିଲା ଝଡ଼ । ଉଭୟଙ୍କ ପ୍ରେମ ସମ୍ପର୍କ ଜାଣିବା ପରେ ଫରହାନାଙ୍କ ପାଠପଢା ବନ୍ଦ କରିଦେଲେ ପରିବାର ଲୋକେ । ପରିବାର ସଦସ୍ୟ ଫରହାନାଙ୍କୁ ଅନେକ ବୁଝାଇଥିଲେ ମଧ୍ୟ ତାହା କୌଣସି ପ୍ରଭାବ ପକାଇପାରିନଥିଲା । ପରେ ଫରହାନା ନିଜ ପ୍ରେମିକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଏପରି ପରିସ୍ଥିତି ଦେଖିବା ପରେ ଉଭୟେ  ଘରୁ ଫେରାର ହୋଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରେମୀଯୁଗଳ ଘରୁ ଫେରାର ହେବାପରେ ଏକ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଦୁହେଁ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଧର୍ମ ପରିବର୍ତ୍ତନ କରିବା ପରେ ଫରହାନା ସରସ୍ୱତୀ ନାମରେ ପରିଚିତ ହେଲେ । ସେ ନିଜ ଇଚ୍ଛା ଅନୁସାରେ ଇସଲାମ୍ ଧର୍ମ ଛାଡିଛନ୍ତି ବୋଲି ସୋସିଆଲ ମିଡିଆରେ କହିଥିବା ଜଣାପଡିଛି । ସେ ଆଗାମୀ ଜୀବନ ଏକ ହିନ୍ଦୁ ଗୃହିଣୀ ଭାବରେ ବିତାଇବାକୁ କହିଛନ୍ତି । ଏଥିସହ ତାଙ୍କ ଜୀବନରେ ଯେପରି କୌଣସି ସମସ୍ୟା ନଆସେ ସେନେଇ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

Also Read- Ollywood News: ଓଡ଼ିଆ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍ ଅଭିଯୋଗ

Read More
{}{}