Hindi News >>Home >>Odisha Trending

CM Yogi Adityanath: ଅଧାରେ ରହିଯିବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନର ପ୍ରକଳ୍ପ! ଜାଣନ୍ତୁ ପୁରା ଘଟଣାକ୍ରମ

Yogi Adityanath Dream Project:  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନର ପ୍ରକଳ୍ପ ହେଉଛି ଉତ୍ତର ପ୍ରଦେଶରେ ଏକ ବୃହତ୍ତ ଫିଲ୍ମ ସିଟି ନିର୍ମାଣ କରିବା। ହେଲେ ଏହି ପ୍ରକଳ୍ପ ଟେଣ୍ଡର ଡକାଯିବା ପରେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁନାହିଁ। କୌଣସି କମ୍ପାନୀ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆଗ୍ରହ ପ୍ରକାଶ କରୁନାହାଁନ୍ତି।

Advertisement
CM Yogi Adityanath: ଅଧାରେ ରହିଯିବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନର ପ୍ରକଳ୍ପ! ଜାଣନ୍ତୁ ପୁରା ଘଟଣାକ୍ରମ
Stop
Zee Odisha Desk|Updated: Apr 04, 2023, 12:50 PM IST

Yogi Adityanaths Dream Project: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବଡ଼ ସ୍ୱପ୍ନର ପ୍ରକଳ୍ପ ପୂରଣ ହେବାର ନାଁ ନେଉନାହିଁ। ଏହି ପ୍ରକଳ୍ପ ଲାଗି ଯମୁନା ପ୍ରାଧିକରଣ ଦ୍ୱିତୀୟ ଥର ପାଇଁ ଏକ ବିଶ୍ୱସ୍ତରୀୟ ଟେଣ୍ଡର ଜାରି କରିଥିଲେ। ହେଲେ ଗତ ଥର ଭଳି ଏଥର ମଧ୍ୟ କୌଣସି କମ୍ପାନୀ ଏହି ପ୍ରକଳ୍ପ ଲାଗି ଆଗ୍ରହ ଦେଖାଇ ନାହାଁନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନର ପ୍ରକଳ୍ପ ହେଉଛି ଉତ୍ତର ପ୍ରଦେଶରେ ଏକ ବୃହତ୍ତ ଫିଲ୍ମ ସିଟି ନିର୍ମାଣ କରିବା। ହେଲେ ଏହି ପ୍ରକଳ୍ପ ଟେଣ୍ଡର ଡକାଯିବା ପରେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁନାହିଁ। କୌଣସି କମ୍ପାନୀ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆଗ୍ରହ ପ୍ରକାଶ କରୁନାହାଁନ୍ତି। ଏହି କାରଣରୁ  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। 

ପିପିପି ମଡେଲ ମାଧ୍ୟମରେ ବିକଶିତ ହେବ ଫିଲ୍ମ ସିଟି ପ୍ରକଳ୍ପ
ରାଜ୍ୟରେ ଏକ ବୃହତ୍ତ ଫିଲ୍ମ ସିଟି ପ୍ରକଳ୍ପ (Film City Project) ନିର୍ମାଣ କରିବା ନେଇ ଜଣାଇଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥ (Yogi Adityanath)। ଏପରିକି ଏହି ପ୍ରକଳ୍ପ ପାଇଁ ବହୁତ ଜୋରସୋରରେ ପ୍ରଚାର କରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ। ହେଲେ ବର୍ତ୍ତମାନ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କୌଣସି କମ୍ପାନୀ ଆଗକୁ ଆସୁ ନ ଥିବାରୁ ଯମୁନା ପ୍ରାଧିକରଣ (Yamuna Authority) ଲାଗି ଚିନ୍ତା ବଢିଯାଇଛି। ଏହା ସହିତ କର୍ତ୍ତୃପକ୍ଷ ବର୍ତ୍ତମାନ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରିବା ଆରମ୍ଭ କରିଛନ୍ତି। ଯମୁନା ପ୍ରାଧିକରଣ ସେକ୍ଟର ୨୧ ଠାରେ ପ୍ରାୟ ୧୦୦୦ ଏକର ଜମିରେ ୟୁପି ଫିଲ୍ମ ସିଟି ପ୍ରକଳ୍ପ (UP Film City Project) କାର୍ଯ୍ୟକାରୀ କରିବାକୁ ଯାଉଛି। ଏହି ପ୍ରକଳ୍ପ ସରକାରୀ-ଘରୋଇ ସହଭାଗିତା (Public Private Partnership) ପିପିପି ମଡେଲ (PPP Model) ମାଧ୍ୟମରେ ବିକଶିତ ହେବ।

Also Read: CM Yogi Adityanath: ଅଧାରେ ରହିଯିବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନର ପ୍ରକଳ୍ପ! ଜାଣନ୍ତୁ ପୁରା ଘଟଣାକ୍ରମ 

କ୍ରମାଗତ ଦ୍ୱିତୀୟ ଥର ପାଇଁ କେହି ଆଗକୁ ଆସିଲେ ନାହିଁ 

ପ୍ରାୟ ବର୍ଷ ପୂର୍ବେ ଯମୁନା ପ୍ରାଧିକରଣ ୟୁପି ଫିଲ୍ମ ସିଟି ପ୍ରକଳ୍ପ ଲାଗି ଏକ ବିଶ୍ୱସ୍ତରୀୟ ଟେଣ୍ଡର ଜାରି କରିଥିଲେ। ହେଲେ ସେହି ସମୟ ମଧ୍ୟରେ ଫିଲ୍ମ ସିଟି ପ୍ରକଳ୍ପର ବିକାଶ ପାଇଁ କୌଣସି କମ୍ପାନୀ ଆଗକୁ ଆସିନଥିଲେ। ଏହି କାରଣରୁ ଯମୁନା ପ୍ରାଧିକରଣ, ନିୟମରେ କିଛି ପରିବର୍ତ୍ତନ କରିବା ପରେ ପୁଣି ଥରେ ବିଶ୍ୱସ୍ତରୀୟ ଟେଣ୍ଡର ବାହାରିଥିଲା। ଯାହାର ଶେଷ ତାରିଖ ୩୧ ମାର୍ଚ୍ଚ ରହିଥିଲା। ହେଲେ ଏଥର ମଧ୍ୟ ଶେଷ ତାରିଖ ଅତିକ୍ରମ କରି ଯାଇଥିଲା ଏବଂ କୌଣସି କମ୍ପାନୀ ଟେଣ୍ଡର ଦାଖଲ କରିବାକୁ ଆଗେଇ ଆସିଲେ ନାହିଁ। ଏଭଳି ପରିସ୍ଥିତିରେ ଫିଲ୍ମ ସିଟି କାମ ପଛେଇ ଯାଇଥିବା ଭଳି ମନେହୁଏ।

Also Read: ମାୟା ନଗରୀର ରୂପ ନେବ ନୋଏଡା, ନିର୍ମିତ ହେବ ବୃହତ୍ତମ ଫିଲ୍ମ ସିଟି

ବର୍ତ୍ତମାନ ଅନ୍ୟ ବିକଳ୍ପ ଉପରେ କରାଯିବ ବିଚାର

ଏହା ନୁହେଁ ଯେ ୟୁପି ଫିଲ୍ମ ସିଟି ପ୍ରତି କାହାର ଆଗ୍ରହ ନାହିଁ। ନିକଟରେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ନିର୍ମାତା-ନିର୍ଦ୍ଦେଶକ କେସି ବୋକାଡିଆ ଏବଂ ଚଳଚ୍ଚିତ୍ର ତାରକା ରଜନୀକାନ୍ତ ମଧ୍ୟ ଏଠାରେ ଜମି ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଯମୁନା ପ୍ରାଧିକରଣ ଏହା ମଧ୍ୟ ବିଚାର କରୁଛି ଯେ ଏହାକୁ ପିପିପି ମଡେଲ ମାଧ୍ୟମରେ ଫିଲ୍ମ ସିଟି ବିକଶିତ କରିବା ପରିବର୍ତ୍ତେ ଏହି ପ୍ରକଳ୍ପକୁ ଚାରି ଭାଗରେ ବିଭକ୍ତ କରି ଏହାକୁ ବିକଶିତ କରିବା ଆବଶ୍ୟକ।

 

Read More
{}{}