Hindi News >>Home >>Odisha Trending

Road Accident: ବସ୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଚାଲି ଗଲା ୬ ଜଣ ଯାତ୍ରୀଙ୍କ ପ୍ରାଣ, ୧୫ ଆହତ

Road Accident: ଉନ୍ନାଓରେ ଏକ ଟ୍ରକ୍ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣା ଦେଖି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

Advertisement
Unnao Road Accident
Stop
Zee Odisha Desk|Updated: Apr 28, 2024, 06:36 PM IST

Unnao Road Accident: ଉନ୍ନାଓରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଉନ୍ନାଓ-ହାରଦୋଇ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଓ ବସ୍ ମଧ୍ୟରେ ଏକ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପରେ ନିକଟରେ ଥିବା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ଦୁର୍ଘଟଣା ସମୟରେ ପ୍ରାୟ ୨୦ ଜଣ ଲୋକ ବସ୍‌ରେ ଯାତ୍ରା କରୁଥିଲେ। ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ ଚୁରମାର ହୋଇଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଓ ୟୁପି କର୍ମଚାରୀମାନେ ଶୀଘ୍ର ଉଦ୍ଧାର କାର୍ଯ୍ୟ କରି ଆହତମାନଙ୍କୁ ବସ୍‌ରୁ ବାହାର କରି ନେଇଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୧୨ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କ ସହାୟତାରେ ଆହତ ଓ ମୃତ ଲୋକଙ୍କୁ ଉଦ୍ଧାର କରିଥିଲା। ଏହା ପରେ ୧୨ରୁ ଅଧିକ ଲୋକଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣା ଉନ୍ନାଓର ସଫିପୁର କୋଟୱାଲିର ଜମାଲଦିପୁର ଗ୍ରାମରେ ଘଟିଛି। ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଗାଁର ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲେ। ଏହି ଦୁର୍ଘଟଣା ପରେ CO ସଫିପୁର ଋଷିକାନ୍ତ ଶୁକ୍ଲା ୬ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି, ଯେଉଁଥିରେ ୪ ଜଣ ପୁରୁଷ, ୨ ଜଣ ମହିଳା ଥିଲେ ଓ ୧୨ ଜଣ ଆହତ ହୋଇଛନ୍ତି।

Read More
{}{}