Hindi News >>Home >>Odisha Trending

Uniform Civil Code: ରାଜ୍ୟରେ ୟୁସିସି ଲାଗୁ କରି ଇତିହାସ ରଚିଲା ଉତ୍ତରାଖଣ୍ଡ ବିଧାନସଭା

UCC Passed in Uttarakhand Assembly by Voice Vote: ଫେବୃଆରୀ ୭ ତାରିଖ ବୁଧବାର ଉତ୍ତରାଖଣ୍ଡ ବିଧାନସଭାରେ ଧ୍ୱନିମତରେ ପାରିତ ହୋଇଛି ସମାନ ନାଗରିକତା ସଂହିତା ବିଲ। 

Advertisement
Uniform Civil Code: ରାଜ୍ୟରେ ୟୁସିସି ଲାଗୁ କରି ଇତିହାସ ରଚିଲା ଉତ୍ତରାଖଣ୍ଡ ବିଧାନସଭା
Stop
Zee Odisha Desk|Updated: Feb 07, 2024, 10:59 PM IST

Uniform Civil Code Bill Passed in Uttarakhand Assembly: ଫେବୃଆରୀ ୭ ତାରିଖ ବୁଧବାର ଏକ ଐତିହାସିକ ବିଲ ପାରିତ କରିଛି ଉତ୍ତରାଖଣ୍ଡ ବିଧାନସଭା। ବୁଧବାର ସମାନ ନାଗରିକତା ସଂହିତା ବିଲ ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବା ସହ ପାରିତ ହୋଇଯାଇଛି। ସ୍ୱାଧିନତ୍ତୋର ଭାରତ ବର୍ଷରେ ଉତ୍ତରାଖଣ୍ଡ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସମାନ ନାଗରିକତା ସଂହିତା ଲାଗୁ ହେବା ସ୍ପଷ୍ଟ ହୋଇଯାଇଛି। କୌଣସି ଧର୍ମକୁ ଖାତିର ନକରି ସମସ୍ତ ନାଗରିକଙ୍କ ପାଇଁ ସମାନ ବିବାହ, ଛାଡ଼ପତ୍ର, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଇନ ପ୍ରତିଷ୍ଠା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସରକାର ଉତ୍ତରାଖଣ୍ଡ ବିଧାନସଭାରେ ସମାନ ନାଗରିକତା ସଂହିତା ବିଲ ଆଗତ କରିଥିଲେ।

ବିଧାନସଭାରେ ସମାନ ନାଗରିକତା ସଂହିତା ବିଲ ପାରିତ ହେବା ଏହି ପ୍ରସଙ୍ଗରେ ଜୋରଦାର ବିତର୍କ ହୋଇଥିଲା। ବୁଧବାର ସମାନ ନାଗରିକତା ସଂହିତା ସମ୍ପର୍କରେ ବିଧାନସଭାରେ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା। ବିରୋଧି ଦଳର ସଦସ୍ୟମାନେ ପ୍ରଥମେ ସମାନ ନାଗରିକତା ସଂହିତା ବିଲ୍ ଗୃହର ଚୟନ କମିଟି ପାଖକୁ ପଠାଇବାକୁ ଦାବି କରିଥିଲେ। ହେଲେ ପରେ ବିଧାନସଭାରେ ଧ୍ୱନିମତରେ ସମାନ ନାଗରିକତା ସଂହିତା ବିଲ ପାରିତ ହୋଇଥିଲା। ସ୍ୱାଧିନତ୍ତୋର ଭାରତ ବର୍ଷରେ ସମାନ ନାଗରିକତା ସଂହିତା ବିଲ ପାରିତ କରି ଉତ୍ତରାଖଣ୍ଡ ଇତିହାସ ସୃଷ୍ଟି କରିଛି।

Also Read: Uniform Civil Code: କ୍ୟାବିନେଟ ଅନୁମୋଦନ ପାଇଲା ୟୁସିସି ଡ୍ରାଫ୍ଟ; ଦେଶରେ ଏହି ରାଜ୍ୟରେ ହେବ ପ୍ରଥମେ ଲାଗୁ

ସମସ୍ତ ଧାର୍ମି ପାଇଁ ଲାଗୁ ହେବ ସମାନ ନିୟମ
ସମାନ ନାଗରିକତା ସଂହିତା ଉପରେ ଆଇନ ପ୍ରଣୟନ କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନେତୃତ୍ୱାଧିନ ସରକାର ଉତ୍ତରାଖଣ୍ଡ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ। ବିବାହ, ଛାଡପତ୍ର, ଉତ୍ତରାଧିକାରୀ, ପୋଷ୍ୟ ସନ୍ତାନ ଏବଂ ଅନ୍ୟାନ୍ୟ ମାମଲାରେ ସମାନ ନାଗରିକତା ସଂହିତା ସମସ୍ତ ଧାର୍ମିକ ସମ୍ପ୍ରଦାୟ ପାଇଁ ସାଧାରଣ ନିୟମ ପ୍ରଣୟନ କରିଥାଏ। ଏହାର ବିଧେୟକ ପ୍ରସ୍ତୁତ କରିବାକୁ ଏକ ୪ ଜଣିଆ କମିଟି ଗଠନ କରିଥିଲେ ଉତ୍ତରାଖଣ୍ଡ ସରକାର। ଅବସରପ୍ରାପ୍ତ ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ କମିଟି ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟ ଆଧାରରେ ସମାନ ନାଗରିକତା ସଂହିତା ବିଧେୟକ ଫେବୃଆରୀ ୭ ତାରିଖ ବୁଧବାର ଉତ୍ତରାଖଣ୍ଡ ବିଧାନସଭା ପାରିତ ହେବା ପରେ ଏବେ ଏକ ଆଇନରେ ପରିଣତ ହୋଇଯାଇଛି।

ସମାନ ନାଗରିକତା ସଂହିତା ବିଲ୍ ପାରିତ ହେବା ପରେ କ'ଣ କହିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ?
ଫେବୃଆରୀ ୭ ତାରିଖ ବୁଧବାର ଉତ୍ତରାଖଣ୍ଡ ବିଧାନସଭା ପାରିତ ହୋଇଥିଲା ସମାନ ନାଗରିକତା ସଂହିତା ବିଲ। ଏହା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ ଏହା ଏକ ସାଧାରଣ ବିଲ୍ ନୁହେଁ। ବରଂ ଭାରତ ବର୍ଷକୁ ଏକତା ସୂତ୍ରରେ ବାନ୍ଧି ରଖିବାର ଏକ ଉପାୟ। ଯେଉଁ ସଂକଳ୍ପ ସହିତ ଭାରତୀୟ ସମ୍ବିଧାନର ପ୍ରତିଷ୍ଠାତା ଏହାର ରଚନା କରିଥିଲେ। ଦେବଭୂମି ଉତ୍ତରାଖଣ୍ଡରୁ ଏହା ପ୍ରଥମେ କାର୍ଯ୍ୟକାରୀ ହେବାକୁ ଯାଉଛି। ସମାନ ନାଗରିକତା ସଂହିତା ବିଲ୍ ହେଉଛି ଐତିହାସିକ। ଦେବଭୂମି ଉତ୍ତରାଖଣ୍ଡ ରାଜ୍ୟ ହିସାବରେ ପ୍ରଥମ ସୁଯୋଗ ପାଇଛି ଯେଉଁଠି ପ୍ରଥମେ   ଭାଗ୍ୟ ଏହା ହିଁ ଏହି ସୁଯୋଗ ପାଇଛି। ଭାରତରେ ଅନେକ ବଡ ରାଜ୍ୟ ଅଛି କିନ୍ତୁ ଉତ୍ତରାଖଣ୍ଡ ଏହି ସୁଯୋଗ ପାଇଛି | ଆମେ ସମସ୍ତେ ଗର୍ବିତ ଯେ ଇତିହାସ ଲେଖିବାର ସୁଯୋଗ ପାଇଛୁ |
 

Read More
{}{}