Hindi News >>Home >>Odisha Trending

Cuttack News: କ୍ରିକେଟ ଖେଳରୁ ହତ୍ୟାକାଣ୍ଡ,‘ନୋ ବଲ’ କହିଲେ ବୋଲି ଅମ୍ପେୟାରର ଜୀବନ ନେଇଗଲା ଖେଳାଳି

Cuttack News In Odia: ବିଶ୍ବର ସବୁଠୁ ଅଧିକ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ (Cricket)। ଅନ୍ୟ ଖେଳ ଅପେକ୍ଷା ଲୋକେ କ୍ରିକେଟକୁ (Cricket) ଅଧିକ ଭଲ ପାଆନ୍ତି । କିନ୍ତୁ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ଘଟିଛି ହତ୍ୟାକାଣ୍ତ (Umpire Killed Over No Ball Decision)। ଗୋଟିଏ ନିଷ୍ପତ୍ତି ଅମ୍ପାୟାରଙ୍କ(Umpire) ଜୀବନ ନେଇଛି । ବୋଲରଙ୍କର ଏକ ବଲକୁ ‘ନୋ ବଲ’ (No Ball )ଘୋଷଣା କରିବାରୁ ରାଗରେ ଖେଳାଳିମାନେ ଅମ୍ପାୟାରଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 02, 2023, 06:26 PM IST

Cuttack News In Odia: ବିଶ୍ବର ସବୁଠୁ ଅଧିକ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ (Cricket)। ଅନ୍ୟ ଖେଳ ଅପେକ୍ଷା ଲୋକେ କ୍ରିକେଟକୁ (Cricket) ଅଧିକ ଭଲ ପାଆନ୍ତି । କିନ୍ତୁ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ଘଟିଛି ହତ୍ୟାକାଣ୍ତ (Umpire Killed Over No Ball Decision)। ଗୋଟିଏ ନିଷ୍ପତ୍ତି ଅମ୍ପାୟାରଙ୍କ(Umpire) ଜୀବନ ନେଇଛି । ବୋଲରଙ୍କର ଏକ ବଲକୁ ‘ନୋ ବଲ’ (No Ball )ଘୋଷଣା କରିବାରୁ ରାଗରେ ଖେଳାଳିମାନେ ଅମ୍ପାୟାରଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କ୍ରିକେଟ ବ୍ୟାଟ ଏବଂ ଛୁରୀ ଭଳି ଅସ୍ତ୍ରରେ ଅମ୍ପାୟାରଙ୍କୁ ଆକ୍ରମଣ କରିଥିଲେ ଅସନ୍ତୋଷ ଖେଳାଳି । କଟକ ଚୌଦ୍ଵାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ ଏଭଳି ହତ୍ୟାକାଣ୍ତ ଘଟିଛି (Cricket Match In Cuttack)।  

କ୍ରିକେଟକୁ ଜେଣ୍ଟଲମ୍ୟାନ ଗେମ୍ କୁହାଯାଏ । କ୍ରୀଡା ମନୋଭାବ ନେଇ ଖେଳାଳିମାନଙ୍କ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ଭାବେ ଖେଳ ସମ୍ପନ୍ନ କରିବା ପାଇଁ ସେମାନେ ଶପଥ ନେଇଥାନ୍ତି । କିନ୍ତୁ କଟକ ଚୌଦ୍ୱାର ଅଞ୍ଚଳରେ ଦେଖିବାକୁ ମିଳିଛି ଏହାର ସମ୍ପୂର୍ଣ୍ଣ ବିପରୀତ ଘଟଣା । ଅମ୍ପାୟାରଙ୍କ ନିଷ୍ପତ୍ତିରେ ଖେଳାଳିଙ୍କ ଅସନ୍ତୋଷ ଭୟଙ୍କର ରାଗର ରୂପ ନେଇଥିଲା, ଯାହା ପରେ ଅମ୍ପାୟାରଙ୍କ ହତ୍ୟାରେ ଶେଷ ହୋଇଛି । ସୂଚନା ଅନୁସାରେ, ଚୌଦ୍ୱାରରେ ସ୍ଥାନୀୟ ଅଞ୍ଚଳର ଦୁଇଟି ଟିମ ମଧ୍ୟରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଜଣେ ଖେଳାଳିଙ୍କୁ ବଲକୁ ‘ନୋ ବାଲ’ ବୋଲି ଘୋଷଣା କରିଥିଲେ ଅମ୍ପାୟାର ଲକି ରାଉତ (୨୨) । ଏହି ନିଷ୍ପତ୍ତିକୁ ନେଇ ଜୋର ଧରିଥିଲା ବିବାଦ । ବୋଲିଂ ଟିମର ଖେଳାଳିମାନେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଲକିଙ୍କୁ ଆକ୍ରମଣ କରିଥିଲେ । କ୍ରିକେଟ ବ୍ୟାଟରେ ତାଙ୍କୁ ପଛପଟୁ ମାଡ ମାରିବା ସହ ଛୁରୀରେ ମଧ୍ୟ ଆକ୍ରମଣ ହୋଇଥିବା ଜାଣିବାକୁ ମିଳିଛି ।

Also Read : Actress Lipsa Mishra: ହନିମୁନରେ ଲିପ୍ସା, ସୋସିଆଲ ମିଡ଼ିଆରେ ସେୟାର କଲେ କ୍ୱାଲିଟି ଟାଇମ ଫଟୋ

Also Read : Kandhamal News: ବିଦ୍ୟାଳୟରେ ଶ୍ରମିକ ହୋଇ କାମ କରୁଥିଲେ ଛାତ୍ର, ଅସାବଧାନତା ହେତୁ ମଳଦ୍ୱାରରେ ପଶିଗଲା ଶାବଳ

ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ଅମାନୁଷିକ ଭାବରେ ଲକିଙ୍କ ଉପରେ ଆକ୍ରମଣ କରିଥିବା ଖେଳାଳିଙ୍କୁ ଗ୍ରାମବାସୀ କାବୁ କରିବା ସହ ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଉତ୍ତେଜନା ପରିସ୍ତିତିକୁ ନଜରରେ ରଖି ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ତେବେ କ୍ରିକେଟ ସମୟରେ ଅମ୍ପାୟାରଙ୍କ ଉପରକୁ ଏଭଳି ଏକ ଆକ୍ରମଣ ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି । କିନ୍ତୁ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ମହିଷାନଣ୍ଡା ଅଞ୍ଚଳରେ ଏହି ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Also Read : Subarnapur News: ବୋହୂକୁ ବଞ୍ଚାଇବାକୁ ଯାଇ ପୁଅଠୁ ଗୁଳି ଖାଇଲା ବାପା, ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

 

Also Read : Road Accident: ବୁଲିବା ଖୁସି ଥିଲା ଅଳ୍ପ ସମୟ, ଦେଖୁ ଦେଖୁ ଘାଟିରୁ ତଳକୁ ଖସିଗଲା ବସ୍...

Also Read : Vastu Tips: ପର୍ସରେ ଟଙ୍କା ରହୁନାହିଁ କି? କରନ୍ତୁ ଏହି କାମ, କେବେବି ହେବନି ଅର୍ଥର ଅଭାବ!

Also Read : Kendrapara News: ବୁଲିବା ଡ଼ାକି ଯୁବକଙ୍କ ଯୌନାଙ୍ଗ କାଟି ଦେଇ ସାଙ୍ଗ ଫେରାର, କାରଣ ଅସ୍ପଷ୍ଟ

Read More
{}{}