Hindi News >>Home >>Odisha Trending

Elon Musk: ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ମନ୍ଦବୁଦ୍ଧି କହିଲେ ଟ୍ୱିଟର ମାଲିକ! ତତକ୍ଷଣାତ ମିଳିଗଲା ଜବରଦସ୍ତ ଜବାବ

Twitter Owner Elon Musk:  ପ୍ରଥମ ଥର ଲାଗି  ସୋସିଆଲ ମିଡ଼ିଆଲ ଆପ୍ ଇନଷ୍ଟାଗ୍ରାମ ଉଦ୍ଦେଶ୍ୟରେ ଟାର୍ଗେଟ କରିନାହାଁନ୍ତି ଟ୍ୱିଟର ମାଲିକ ଏଲୋନ୍ ମସ୍କ। 

Advertisement
Elon Musk: ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ମନ୍ଦବୁଦ୍ଧି କହିଲେ ଟ୍ୱିଟର ମାଲିକ! ତତକ୍ଷଣାତ ମିଳିଗଲା ଜବରଦସ୍ତ ଜବାବ
Stop
Zee Odisha Desk|Updated: Apr 04, 2023, 11:56 PM IST

Twitter Owner on Instagram Users: ନିଜର ରୋକଠୋକ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଟ୍ୱିଟର ମାଲିକ ଏଲୋନ୍ ମସ୍କ। ନିକଟରେ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ନେଇ ଦେଇଥିବା ବିବୃତ୍ତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଏଲୋନ୍ ମସ୍କ। ଟ୍ୱିଟର ମାଲିକଙ୍କ ବୟାନକୁ ନେଇ ତାତି ଉଠିଛନ୍ତି ଇନଷ୍ଟାଗ୍ରାମ ବ୍ୟବହାରକାରୀ। ଏଲୋନ୍ ମସ୍କ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏକ ପ୍ରକାର ମନ୍ଦ ବୁଦ୍ଧି ସମ୍ପନ୍ନ ବୋଲି କହିଥିଲେ। ବ୍ୟଙ୍ଗାତ୍ମକ ଶୈଳୀରେ ଟ୍ୱିଟର ମାଲିକ କହିଥିଲେ ଯେ ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ଲୋକଙ୍କ IQ ସ୍ତର ଶହେରୁ କମ୍ ରହିଛି। କୌଣସି ପ୍ରତିବନ୍ଧକ ବିନା ସୋସିଆଲ ମିଡ଼ିଆ କମ୍ପାନୀ ମେଟା କମ୍ପାନୀ ସାଇନ୍ ଅପ୍ ପ୍ରକ୍ରିୟାକୁ ଏଲନ ମସ୍କ  ସମାଲୋଚନା କରିଛନ୍ତି।

ଟ୍ୱିଟର ମାଲିକ ଏଲୋନ୍ ମସ୍କଙ୍କୁ ଜବାବ ଦେଲେ ଲୋକେ 
ଟ୍ୱିଟର ମାଲିକ (Twitter Owner) ଏଲୋନ୍ ମସ୍କ (Elon Musk) ଟ୍ୱିଟ୍ କରିଛନ୍ତି ଯେ, ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ୍ (Instagram Account) ସୃଷ୍ଟି କରିବାକୁ ବାସ୍ତବରେ ୧୦୦ ଆଇକ୍ୟୁ ସ୍ତରର (100 IQ Level) ସର୍ବାଧିକ ସୀମା ରହିବା ଆବଶ୍ୟକ। ହେଲେ ତଥାପି ଇନଷ୍ଟାଗ୍ରାମ ବ୍ୟବହାରକାରୀ (Instagram User) ଟ୍ୱିଟର ମାଲିକ ଏଲୋନ୍ ମସ୍କଙ୍କୁ (Twitter Owner on Instagram User) ଜବାବ ଦେଇ କହିଛନ୍ତି ଏପରି କେତେ ଟ୍ୱିଟର ୟୁଜର (Twitter User) ଅଛନ୍ତି ଯାହାର IQ ସ୍ତର ଏକ ଶହରୁ କମ୍ ରହିଛି। ଇନଷ୍ଟାଗ୍ରାମ ୟୁଜର ଟ୍ୱିଟର ମାଲିକ ଉଦ୍ଦେଶ୍ୟରେ ଆହୁରି ଜବାବ ଦେଇ କହିଛନ୍ତି ଯେ କ'ଣ IQ ଆଧାରରେ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ (Twitter Blue Subscription) ଦିଆଯାଉଛି।

IQ ସ୍ତର କିପରି ନିର୍ଣ୍ଣୟ କରାଯାଏ?
ମାନବୀୟ ବୁଦ୍ଧି ମାନକ ପରୀକ୍ଷା (Standard Test on Human Intelligence) ଦ୍ୱାରା ମାପ କରାଯାଏ। ଏହି ପରୀକ୍ଷଣରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ସ୍କୋର କରିଥାନ୍ତି। ଯେକୌଣସି ବ୍ୟକ୍ତିଙ୍କ ଜ୍ଞାନ, ଶିକ୍ଷା ଗ୍ରହଣ ଏବଂ ଚିନ୍ତାଧାରା ଆଧାରରେ IQ ସ୍ତର ନିର୍ଣ୍ଣୟ କରାଯାଏ। IQ ସ୍ତର ୧ ଶହରୁ କମ୍ ରହିଥିବା ବ୍ୟକ୍ତି ହାରାହାରି ବୁଦ୍ଧିମାନ ବୋଲି ବିବେଚନା କରାଯାଏ। ଯେଉଁ ବ୍ୟକ୍ତିଙ୍କ ଠାରେ IQ ସ୍ତର ୧୩୦ କିମ୍ବା ଏହା ଠାରୁ ଅଧିକ ରହିଥାଏ  ସେହି ବ୍ୟକ୍ତିଙ୍କୁ ବୁଦ୍ଧିମାନ ବୋଲି ବିବେଚନା କରାଯାଏ।

କ'ଣ ଇନଷ୍ଟାଗ୍ରାମ ବ୍ୟବହାର କରିବା ବିପଜ୍ଜନକ?
ଟ୍ୱିଟର ମାଲିକ ଏଲୋନ୍ ମସ୍କ ଇନଷ୍ଟାଗ୍ରାମ ଉଦ୍ଦେଶ୍ୟରେ ଟାର୍ଗେଟ କରିବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଏଲୋନ୍ ମସ୍କ ଦାବି କରିଛନ୍ତି ଯେ ଇନଷ୍ଟାଗ୍ରାମ କାରଣରୁ ବହୁ ସଂଖ୍ୟକ ଲୋକ ଉଦାସୀନତାର ଶିକାର ହେଉଛନ୍ତି। ଆହୁରି ମଧ୍ୟ ଇନଷ୍ଟାଗ୍ରାମ ହେତୁ ଲୋକେ କ୍ରୋଧିତ ହୋଇଥିଲେ ବୋଲି ଦାବି କରାଯାଇଥିଲା। ଯଦି ଏଲୋନ ମସ୍କଙ୍କ କଥାକୁ ବିଶ୍ୱାସ କରାଯାଏ, ତାହେଲେ ଲୋକେ ଟ୍ୱିଟର କାରଣରୁ ଅଧିକ କ୍ରୋଧିତ ହୁଅନ୍ତି ନାହିଁ, ବରଂ ଦିନସାରା ଖୁସି ଅନୁଭବ କରିଥାନ୍ତି।

 

Read More
{}{}