Hindi News >>Home >>Odisha Trending

Success Story: ଟ୍ରକରେ ହେଲପର ହୋଇ କରୁଥିଲେ କାମ; REET ପରୀକ୍ଷାରେ ହେଲେ ଟପ୍ପର

 କଥାରେ ଅଛି ତୁଳସୀ ୨ ପତ୍ରରୁ ବାସେ । ଯିଏ କଠିନ ପରିଶ୍ରମ କରେ ସେ ଦିନେ ନା ଦିନେ ନିଶ୍ଚେ ସଫଳତା (success)ର ଶୀର୍ଷରେ ପହଞ୍ଚେ । ରାଜସ୍ଥାନ (Rajasthan)ର ଜଣେ ଛାତ୍ର ଏହାକୁ ସତ ପ୍ରମାଣ କରିଛନ୍ତି । ନିକଟରେ REET ପରୀକ୍ଷାର ଫଳାଫଳ ଆସିଥିଲା । ଏହି ପରୀକ୍ଷାରେ ଏପରି ରେଖାରାମ ନାମକ ଜଣେ ଛାତ୍ର (student) ଟପ୍ପର ହୋଇଛନ୍ତି ଯିଏ ଟ୍ର

Advertisement
Success Story: ଟ୍ରକରେ ହେଲପର ହୋଇ କରୁଥିଲେ କାମ; REET ପରୀକ୍ଷାରେ ହେଲେ ଟପ୍ପର
Stop
Soubhagya Ranjan Mishra|Updated: Jun 12, 2023, 08:37 PM IST

Success Story: କଥାରେ ଅଛି ତୁଳସୀ ୨ ପତ୍ରରୁ ବାସେ । ଯିଏ କଠିନ ପରିଶ୍ରମ କରେ ସେ ଦିନେ ନା ଦିନେ ନିଶ୍ଚେ ସଫଳତା (success)ର ଶୀର୍ଷରେ ପହଞ୍ଚେ । ରାଜସ୍ଥାନ (Rajasthan)ର ଜଣେ ଛାତ୍ର ଏହାକୁ ସତ ପ୍ରମାଣ କରିଛନ୍ତି । ନିକଟରେ REET ପରୀକ୍ଷାର ଫଳାଫଳ ଆସିଥିଲା । ଏହି ପରୀକ୍ଷାରେ ଏପରି ରେଖାରାମ ନାମକ ଜଣେ ଛାତ୍ର (student) ଟପ୍ପର ହୋଇଛନ୍ତି ଯିଏ ଟ୍ରକରେ ହେଲପର (helper) ଭାବରେ କାର୍ଯ୍ୟ କରନ୍ତି । ନିଜର ସଫଳତା ବିଷୟରେ ଜାଣିବା ପରେ ସେ ଖୁବ୍ ଖୁସି ହୋଇଥିଲେ । ତାଙ୍କର ଏହି ସଫଳତା ସାରା ରାଜସ୍ଥାନ ସମେତ ଦେଶର ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି । ରେଖାରାମଙ୍କ ସଫଳତା ପାଇଁ ରାଜସ୍ଥାନ ପୋଲିସ (Rajasthan police) ମଧ୍ୟ ଖୁସି ବ୍ୟକ୍ତ କରିଛି। ରାଜସ୍ଥାନ ପୋଲିସ ଟ୍ୱିଟର ଆକାଉଣ୍ଟ (twitter account)ରେ ଟ୍ୱିଟ୍ କରି ଏହାର ସଫଳତାକୁ ଖୁବ୍ ପ୍ରଶଂସା କରିଛି । ଧୋଲପୁର ପୋଲିସ ରେଖାଙ୍କ ଫଟୋ (Photo) ସେୟାର କରି ଲେଖିଛି ଯେ, କଠିନ ପରିଶ୍ରମ (hard work) କେବେ ନଷ୍ଟ ହୁଏ ନାହିଁ, ଯେଉଁମାନେ ନିଜର ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା (Try) କରନ୍ତି ସେମାନେ କେବେ ହାରନ୍ତି ନାହିଁ । ପରିସ୍ଥିତି ଯେତେ ଖରାପ ହେଉନା କାହିଁକି, ଆମେ କେବେ ବି ଆଶା (hope) ଛାଡିବା ଉଚିତ୍ ନୁହେଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେତେବେଳେ REET ଗଣିତ, ବିଜ୍ଞାନର ଫଳାଫଳ ଆସିଲା ସେହି ସମୟରେ ରେଖା ମେଘୱାଲ ଟାଣ ଖରାରେ ଶ୍ରମିକ ଭାବରେ ଏକ ସିମେଣ୍ଟ ବୋଝେଇ ଟ୍ରକ (cement truck)ରୁ ବସ୍ତା ଖାଲି କରୁଥିଲେ । ସେହି ସମୟରେ ଏହି ଖବର ପାଇ ସେ ଅତ୍ୟନ୍ତ ଖୁସି ହୋଇଗଲେ । ମଜୁରି ଆଣିବା ଟଙ୍କାରେ ମିଠା କିଣି ଘରକୁ ନେଇଥିଲେ ।

ପୁଅ (Son)ର କଠିନ ପରିଶ୍ରମ ଓ ସଫଳତା ଉପରେ ପରିବାର ଲୋକେ (Family member) ବେଶ୍ ଖୁସି ପ୍ରକାଶ କରିଥିବା ଜଣା ପଡିଛି । ରେଖାଙ୍କ ସଫଳତା ପାଇଁ ପୁରା ପରିବାରରେ ବର୍ତ୍ତମାନ ଆନନ୍ଦର ଲହରୀ ଖେଳିଯାଇଛି । ପରିବାର ସଦସ୍ୟ କହିଛନ୍ତି ଯେ, ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ରେଖା କୌଣସି କୋଚିଂ ସେଣ୍ଟର (coaching centre) ଯାଇ ଶିକ୍ଷା ନେଇନାହାନ୍ତି । କିମ୍ୱା ତାଙ୍କୁ କୌଣସି ବଡ଼ ସ୍କୁଲରେ ପାଠ ପଡାଯାଇନାହିଁ । ସାଧାରଣ ଭାବରେ ସେ ନିଜେ ଘରେ (house) ପାଠ ପଢି REET ପରୀକ୍ଷାରେ ଏତେ ଭଲ ମାର୍କ (mark) ରଖି ସଫଳତା ପାଇଛନ୍ତି । ଭବିଷ୍ୟତରେ ଜଣେ ଭଲ ଶିକ୍ଷକ ହେବା ତାଙ୍କର ଲକ୍ଷ ରହିଛି । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଯେତେବେଳେ ଟିକେ ବି ସମୟ ପାଆନ୍ତି ସେ ସମୟ ନଷ୍ଟ ନକରି ପାଠ ପଢାରେ ଲାଗିଯାଆନ୍ତି । ଖୁବ୍ କଠିନ ପରିଶ୍ରମ ଫଳରେ ସେ ସଫଳତାର ପାହାଚ ଆଜି ଚଢିପାରିଛନ୍ତି ।

ରେଖାଙ୍କ ସଫଳତା ହାସଲ ପରେ ପ୍ରିୟଜନ, ପଡୋଶୀଙ୍କ ସମେତ ଗ୍ରାମବାସୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା (Good wishes) ଓ ଅଭିନନ୍ଦନ ଜଣାଇଛନ୍ତି ।

 

ଏଥିସହ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି ରେଖା । ଖୁବଶୀଘ୍ର ସେ ଏକ ସରକାରୀ ବିଦ୍ୟାଳୟ (Govt School)ରେ ଶିକ୍ଷକ ଭାବରେ ପିଲାଙ୍କୁ ପାଠ ପଢାଇବେ । ଆଶା କରୁଛୁ ଯେଉଁ ପିଲାମାନେ ତାଙ୍କଠାରୁ ଶିକ୍ଷା ଲାଭ କରିବେ ସେମାନଙ୍କ ଭବିଷ୍ୟତ (future) ଖୁବ ଉଜ୍ୱଳ ହେବ । ଆଉ ସେମାଙ୍କର ଭାଗ୍ୟ ସେମାନେ ରେଖାଙ୍କ ପରି ଜଣେ ଶିକ୍ଷକ ପାଇବେ ।

Also read- ମୁସଲିମ ପୁଅ ସହ ଫେରାର ହେଲା ଝିଅ: ମରିଗଲା କହି ପିଣ୍ଡ ଦେଇଦେଲେ ପରିବାର

Read More
{}{}