Hindi News >>Home >>Odisha Trending

ବରଯାତ୍ରୀ ଉପରକୁ ମାଡ଼ିଗଲା ଟ୍ରକ୍: ୫ ମୃତ ଅନେକ ଆହତ, ଆଧାରେ ରହିଲା ବାହାଘର

Road Accident: କେନ୍ଦୁଝରରେ ସଡ଼କ ଦୁର୍ଘଟଣା ।  ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେଥିରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Abhaya mohanty|Updated: Jun 28, 2023, 10:59 AM IST

Road Accident: କେନ୍ଦୁଝର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା (Road Accident) । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ମାନଙ୍କୁ କେନ୍ଦୁଝର ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଜିଲ୍ଲା ଷଠିଘର ସାହି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନାଯୋଗ୍ୟ, ଏକ ବରଯାତ୍ରୀ ଦଳ ୨୦ ନମ୍ବର ଜାତୀୟ ରାଜପଥରେ ବାଜା ବଜାଇ ରୋଷଣ ନେଇ ଆସୁଥିଲେ । ବରଯାତ୍ରୀ ଷଠିଘର ନିକଟରେ ପହଁଞ୍ଚିବା ସମୟରେ ଏକ ଟ୍ରକଟି ଦୁତ୍ର ଗତିରେ ଆସି ବରଯାତ୍ରୀ (wedding procession) ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେଥିରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା (Accident) ପରେ ଉତ୍ତ୍ୟକ୍ତ ଲୋକେ ରାଜମୁଣ୍ତା- ପାଣିକୋଇଲି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଛି । ଏହି ଦୁର୍ଘଟଣା ପରେ ବର ବାହା ନ ହୋଇ ଫେରିଯାଇଥିବା ଜଣାପଡ଼ିଛି ।

ଦିନକ ପୂର୍ବରୁ ଅର୍ଥାତ୍ ସୋମବାର ଦିନ ଦିଗପହଣ୍ତିରେ ଘଟିଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା (Digapahandi Bus Accident) । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଥାଉ କି, ବସଟି ଦ୍ରୁତ ଗତିରେ ଯାଉଥିବାବେଳେ OSRTC ବସ ଡ୍ରାଇଭରଙ୍କ ଆଖି ଲାଗିଯାଇଥିବାରୁ ଘଟିଯାଇଥିଲା ଏହି ଭୟଙ୍କର ଦୁର୍ଘଟଣା । ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିବା ପରେ ଡ୍ରାଇଭରକୁ ଗିରଫ କରାଯାଇଛି । ତେବେ ବିବାହ ଓ ଉତ୍ସବ ଲାଗି ନୂତନ SOP ଆସିବ ବୋଲି ପରିବହନ ବିଭାଗ (Transport department govt of odisha) ପକ୍ଷରୁ କୁହାଯାଇଛି । ମୃତକମାନେ ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଓ ସିଙ୍ଗିପୁର ଗାଁର ବାସିନ୍ଦା ବୋଲି ସୂଚନା ମିଳିଛି। ତେବେ, ସବୁଠୁ ବଡ କଥା ହେଉଛି, ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ରହିଥିଲେ । ଯାହାକୁ ନେଇ ମୃତକଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି।  ସେପଟେ ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ (Naveen Patnaik) ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଘୋଷଣା କରାଯାଇଛି । ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି।

Also Read- Bahuda Yatra: ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଆଜି ବାହୁଡୁ଼ବେ ମହାବାହୁ, ଏହି ସମୟରୁ ଆରମ୍ଭ ହେବ ରଥଟଣା

Also Read-Tomato Price: ଟମାଟୋକୁ ନେଇ ଆସିଲା ଖୁସି ଖବର, ଖୁବ ଶୀଘ୍ର ଖସିବ ଦର

ପ୍ରକାଶ ଥାଉ କି, ମଙ୍ଗଳବାର ଦିନ କୋରାପୁଟ ଜୟପୁରରୁ ଏକ ପରିବାରର ୩ ଜଣ ସଦସ୍ୟ କାର ଯୋଗେ ବିଶାଖାପାଟଣାକୁ କୌଣସି କାମରେ ଯାଉଥିଲେ । ଏହି ସମୟରେ  ଏକ ଟ୍ୟାଙ୍କର୍ ବିଶାଖାପାଟଣାରୁ ଦାମନଯୋଡ଼ି ଅଭିମୁଖେ ଦ୍ରୃତ ଗତିରେ ଆସୁଥିଲା । ଟ୍ୟାଙ୍କରଟି ପୁଙ୍ଗାର ନିକଟରେ ପହଞ୍ଚି ଥିବା ସମୟରେ କାରକୁ ଧକ୍କା ଦେଇଥିଲା । ଫଳରେ କାର୍ ମଧ୍ୟରେ ଥିବା ବାପା, ମାଆ ଓ ଝିଅର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏମନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । 

 

Read More
{}{}