Hindi News >>Home >>Odisha Trending

DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲିରେ ବଢିବ ମହଙ୍ଗା ଭତ୍ତା!

DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର। ମୋଦି ସରକାର (modi govt) ଦେବାକୁ ଯାଉଛନ୍ତି ଖୁସି ଖବର। ଆସନ୍ତା ମାସ ବୃଦ୍ଧି ହୋଇପାରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA hike in March 2024 )। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ମାର୍ଚ୍ଚରେ ଏହି ଘୋଷଣା କରିବାକୁ ଯାଉଛନ୍ତି। 

Advertisement
DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲିରେ ବଢିବ ମହଙ୍ଗା ଭତ୍ତା!
Stop
Zee Odisha Desk|Updated: Feb 25, 2024, 11:20 AM IST

DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର।  ମୋଦି ସରକାର (modi govt) ଦେବାକୁ ଯାଉଛନ୍ତି ଖୁସି ଖବର। ଆସନ୍ତା ମାସ ବୃଦ୍ଧି ହୋଇପାରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA hike in March 2024 )। ଗଣମାଧ୍ୟମ ରିପୋର୍ଟ ଅନୁସାରେ,  କେନ୍ଦ୍ର ସରକାର ମାର୍ଚ୍ଚରେ  ଏହି ଘୋଷଣା କରିବାକୁ ଯାଉଛନ୍ତି।  କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ୪% ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ୪% ମହଙ୍ଗା ଭତ୍ତା ବୃଦ୍ଧି ପାଇବା ପରେ ଏହା ୪୬ % ରୁ ୫୦ % ରେ ପହଞ୍ଚିବାର  ସମ୍ଭାବନା ରହିଛି।  ବିଶେଷ କରି ଏହା ଦ୍ବାରା, ପ୍ରାୟତଃ ୪୮.୬୭ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରାୟ ୬୭.୯୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଏବଂ ଯାହାର ଫାଇଦା କେନ୍ଦ୍ରୀୟ କର୍ମଚାରୀ ମାନେ ଜୁଲାଇ ୧ , ୨୦୨୩ରୁ ବଦ୍ଧିତ ଭତ୍ତାର ଲାଭ ପାଇବେ। ଏବଂ ଗତବର୍ଷ ଅକ୍ଟୋବର ମାସରେ ୪% ଡିଏ ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ଚିଥିଲା। 

ALSO READ: Shukra Gochar 2024: ମାର୍ଚ୍ଚ ମାସରେ ରାଶି ପରିବର୍ତ୍ତନ କରିବେ ଶୁକ୍ର, ତୁଳା ସହ ଏହି ୪ ରାଶିର ଲୋକେ ହେବେ ଧନୀ

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ (DA) ବର୍ଷକୁ ଦୁଇଥର ବୃଦ୍ଧି କରାଯାଏ । ଜାନୁଆରୀ ଏବଂ ଜୁଲାଇରେ।  ଏହାପୂର୍ବରୁ ଅକ୍ଟୋବରରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏକୁ ଚାରି ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ଜୁଲାଇରୁ ଏହା କାର୍ଯ୍ୟକାରୀ ହୋଇଥିଲା । କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଡିଏ ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ (Consumer Price Index for Industrial Workers) ପାଇଁ ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ଗଣନା କରାଯାଏ । ଏଥିପାଇଁ ଏକ ସ୍ଥିର ସୂତ୍ର ଅଛି । ଯଦି କେନ୍ଦ୍ରୀୟ କର୍ମଚାରୀଙ୍କ (DA) ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହା ମୌଳିକ ବା ମୂଳ ବେତନର ୫୦ ପ୍ରତିଶତରେ ପହଞ୍ଚିବ।

ଦରମା କେତେ ବୃଦ୍ଧି ପାଇବ?
ଯଦି ଜଣେ କର୍ମଚାରୀ ପ୍ରତି ମାସରେ ୩୬,୫୦୦ ଟଙ୍କା ମୂଳ ଦରମା ପାଆନ୍ତି, ତେବେ ବର୍ତ୍ତମାନ ତାଙ୍କର ଡିଏ ହେଉଛି ୧୬,୭୯୦ ଟଙ୍କା । ଯଦି (DA) ଡିଏକୁ ଚାରି ପ୍ରତିଶତ ବୃଦ୍ଧି କରାଯାଏ, ତେବେ ଏହାର (DA) ୧,୪୬୦ ରୁ ୧୮,୨୫୦ ଟଙ୍କାକୁ ବୃଦ୍ଧି ପାଇବ । ଏହା ସହିତ ଜାନୁଆରୀରୁ ବକେୟା ଅର୍ଥ ମଧ୍ୟ ମିଳିବ । ସେହିଭଳି ଯଦି ଜଣେ ପେନସନଭୋଗୀଙ୍କ ମୂଳ ପେନସନ୍ ୯,୦୦୦ ଟଙ୍କା, ତେବେ ତାଙ୍କୁ DR(Dearness Relief) ଭାବରେ ୪୫୦୦ ଟଙ୍କା ମିଳିବ। ବର୍ତ୍ତମାନ ସେ DR ଭାବରେ ୪,୧୪୦ ଟଙ୍କା ପାଉଛନ୍ତି। 

Read More
{}{}