Hindi News >>Home >>Odisha Trending

Top 10 News Headlines: ଦିନଯାକର ପ୍ରମୁଖ ୧୦ ଖବର

1st September 10 PM: Top 10 News Headlines: ଏଠାରେ ପଢ଼ନ୍ତୁ ଦିନଯାକର ପ୍ରମୁଖ ୧୦ ଖବର ।

Advertisement
ସୌ: ସୋସିଆଲ ମିଡିଆ
Stop
Zee Odisha Desk|Updated: Sep 01, 2023, 09:58 PM IST

Top 10 News Today: 1. Help to MSME ରାଜ୍ୟରେ ନିବେଶ କଲେ ମିଳିବ ଷ୍ଟକ୍‍ ଏକ୍ସଚେଞ୍ଜ ସହାୟତା: ଓଡ଼ିଶାରେ ନିବେଶ କରୁଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନଙ୍କୁ ରାଜ୍ୟ ସରକାର ଷ୍ଟକ୍‍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବା ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ଦେବେ।   ଏନେଇ ଏମ୍‍ଏସ୍‍ଏମ୍‍ଇ ବିଭାଗ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

2. Five Days Rain ପାଞ୍ଚଦିନଯାଏ ବର୍ଷା: ବଙ୍ଗାପସାଗରରେ ସୃଷ୍ଟ ଲଘୁଚାପ ହେତୁ ରାଜ୍ୟର ୨୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତା ୫ ଦିନଯାଏ ଏହିସବୁ ଜିଲ୍ଲାକୁ ପୀତ ସତର୍କତା (ୟେଲୋ ୱାର୍ଣ୍ଣିଂ) ଜାରିକରାଯାଇଛି। 

3. Nayagarh Brinjal gets GI କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ: ନୟାଗଡ଼ ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‍ ମିଳିଛି। ଓୟୁଏଟି ପକ୍ଷରୁ ଏନେଇ ଆବେଦନ କରାଯାଇଥିଲା। ଏବେ ଜିଆଇ ରେଜିଷ୍ଟ୍ରୀଙ୍କ ପାଖରେ ଓଡ଼ିଶାର ଖଜୁରୀଗୁଡ଼, କୋରାପୁଟର କଳା ଚାଉଳ, ମୟୁରଭଞ୍ଜର କାଇ ଚଟଣୀ, ଢେଙ୍କାନାଳର ମଗଜି ଲଡ୍ଡୁ ଏବଂ ଡୋଙ୍ଗରିଆ କନ୍ଧ ଶଲ୍‍ ପାଇଁ ଜିଆଇ ଆାବେଦନ ବିଚାରାଧୀନ ରହିଛି।  

4. Former Prez Kobind to Head One Nation-One Poll Panel: କୋବିନ୍ଦ ଦେବେ ରିପୋର୍ଟ: ଏକ ସମୟରେ ରାଜ୍ୟ ଓ କେନ୍ଦ୍ର ନିର୍ବାଚନ  ବିଷୟକୁ ସମୀକ୍ଷା କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ମୁଖ୍ୟ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ପ୍ରଧାନମନ୍ତ୍ରୀଙ୍କ ଏହି ଚିନ୍ତାଧାରା କେତେଦୂର ସମ୍ଭବ ସେନେଇ ରିପୋର୍ଟ ଦେବେ। ସମ୍ଭବତଃ ଏହି ରିପୋର୍ଟ ଆଗକୁ ଭାରତର ନିର୍ବାଚନ ପରିବେଶକୁ ବଦଳାଇପାରେ। 

5. 2nd Special session in Modi Regime: ସ୍ୱାଧୀନତା ପରେ ଚତୁର୍ଥ ସ୍ୱତନ୍ତ୍ର ଅଧିବେଶନ:  ସେପ୍ଟମ୍ବର ୧୮-୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି।  ‘ଅମୃତ କାଳ’ କୁ ଏହାର ବିଷୟ ଭାବେ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ମେଦୀଙ୍କ ନେତୃତ୍ୱରେ ଦ୍ୱିତୀୟଥର ପାଇଁ ଏମିତି ଅଧିବେଶନ ଡକାଯାଇଛି। ୨୦୧୭ ମସିହାରେ ଜିଏସ୍‍ଟି ସମ୍ବନ୍ଧରେ ଆଲୋଚନା ଲାଗି ପ୍ରଥମ ତଥା  ସ୍ୱାଧୀନତା ପରେ ତୃତୀୟ ବିଶେଷ ଅଧିବେଶନ ଡକାଯାଇଥିଲା। ଏହାପୂର୍ବରୁ ସ୍ୱାଧିନତାର ୫୦ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏପରି ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ୧୯୯୨ ମସିହାରେ ଭାରତ ଛାଡ଼ ଆାନ୍ଦାଳନର ୫୦ ବର୍ଷ ପୂର୍ତ୍ତି ଏବଂ ୧୯୭୨ରେ ଭାରତ ସ୍ୱାଧିନତାର ୨୫ ବର୍ଷ ପୂର୍ତ୍ତିକୁ ମନେ ପକାଇବାକୁ ଏପରି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ସ୍ୱାଧୀନତା ପୂର୍ବରୁ ୧୯୪୭ ମସିହାରେ ମଧ୍‍ୟ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। 

6. Election in 5 States may be extended:   ୫ ରାଜ୍ୟର ନିର୍ବାଚନ ଘୁଞ୍ଚିପାରେ: ଦେଶରେ ବିଜେପି ନେତୃତ୍ୱାଧୀନ ସରକାର ସମୟ ପୂର୍ବରୁ ଭଙ୍ଗ ହେବ କି? ଗୁରୁବାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଆଜି ସକାଳୁ ଏହି ଆଲୋଚନା ନୂଆ ମୋଡ଼ ନେଇଛି, ତାହା ହେଲା,  କେନ୍ଦ୍ର ସରକାର ଭାଙ୍ଗିବନି ବରଂ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ସରକାରଙ୍କ କ୍ଷମତାକୁ ଆହୁରି ୬ ମାସ ଯାଏ  ସମ୍ପ୍ରସାରିତ କରିବା। ଏହାଦ୍ୱାରା ‘ଏକଦେଶ-ଏକ ନିର୍ବାଚନ’ ବିଷୟରେ ଆଲୋଚନା ଲାଗି ଅଧିକ ସମୟ ମିଳିବ ବୋଲି ଆଶା କରାଯାଉଛି ।

7.  Void children can claim right on Parental property:  ଅବୈଧ ସନ୍ତାନବି ପାଇବେ ସମ୍ପତ୍ତି ଅଧିକାର :  ଜାଲି ବିବାହରୁ  ଜାତ  ତଥା ଅବୈଧ ସନ୍ତାନ ବି ପିତାମାତାଙ୍କ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବେ। ସୁପ୍ରିମ୍ କୋର୍ଟ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହିନ୍ଦୁ ଉତ୍ତରାଧିକାର ନିୟମ ଅନୁସାରେ ଏହି ଦାବି ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି। 

8. Odisha gives more Power to Resident commissioner:  ଦିଲ୍ଲୀ ଆବାସିକ କମିଶନର  ଯିଏ କେବିକେ ପ୍ରଶାସକ ବି ସିଏ, ପୁଣି ରାଜସ୍ୱ ପାର୍ଷଦ ସଦସ୍ୟ ବି ସିଏ : ସରକାରଙ୍କ ଆଦେଶ ଅନୁସାରେ ଦିଲ୍ଲୀରେ ରହୁଥିବା ଓଡ଼ିଶା ସରକାରଙ୍କ ଆବାସିକ କମିଶନର ରାଜ୍ୟର ପଛୁଆ ଅଞ୍ଚଳ ଭାବେ ପରିଚିତ କେବିକେ ଅଞ୍ଚଳର ପ୍ରଶାସକ ସହିତ ଅତିରିକ୍ତ ଭାବେ କଟକ ରାଜସ୍ୱ ପାର୍ଷଦଙ୍କ ସଦସ୍ୟ  ଦାୟିତ୍ୱ ବି ବହନ କରିବେ। ଖାଲି ସେତିକି ନୁହେଁ, ଉନ୍ନୟନ ସଚିବଙ୍କ ଜଳସେଚନ ବିଭାଗର ଅତିରିକ୍ତ ଦାୟିତ୍ୱ ସହ ଏବେ ଗୋପବନ୍ଧୁ ପ୍ରଶାସନିକ ତାଲିମ ଅନୁଷ୍ଠାନର ଦାୟିତ୍ୱ ବି ବୁଝିବାକୁ ହେବ। 

9.  Tickets for Sri Jagannath Darshan: ଶ୍ରୀମନ୍ଦିରରେ ଆରମ୍ଭ ହେବ ଟିକେଟ୍‍ ଦର୍ଶନ: ସନାତନ ଧର୍ମର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀର ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ଟିକେଟ୍‍ ଦେବାକୁ ପଡ଼ିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି।  ସାତବର୍ଷ ତଳେ ଏପରି ଟିକେଟ୍‍ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ଲାଗୁ କରିଥିଲା, କିନ୍ତୁ ଲୋକଙ୍କ ବିରୋଧ କାରଣରୁ ତାହାକୁ ରଦ୍ଦ କରାଯାଇଥିଲା। 

10. Vibration recorded by Chandrayaan3  ଚନ୍ଦ୍ରରେ ଭୂକମ୍ପ: ଚନ୍ଦ୍ରପୃଷ୍ତଠର ଦକ୍ଷିଣ ମେରୁରେ ଥିବା ରୋଭର ପ୍ରଜ୍ଞାନ କିଛି ଭୂକମ୍ପନ ରେକର୍ଡ କରିଛି। ଇସ୍ରୋ ତାହାକୁ ସବିଶେଷ ଅନୁଧ୍ୟାନ କରୁଛି ବୋଲି କହିଛି।

Read More
{}{}