Hindi News >>Home >>Odisha Trending

Top 10 News Headlines: ଦିନଯାକର ପ୍ରମୁଖ ୧୦ ଖବର

AUG 31: Top 10 News Headlines: ଏଠାରେ ପଢ଼ନ୍ତୁ ଦିନଯାକର ପ୍ରମୁଖ ୧୦ ଖବର  

Advertisement
ସୌ: ସୋସିଆଲ ମିଡିଆ
Stop
Zee Odisha Desk|Updated: Aug 31, 2023, 09:58 PM IST
1. Special session of Parliament to Summon on 18th september : 18ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ:  ସେପ୍ଟମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ। ‘ଅମୃତ କାଳ’ରେ ସକରାତ୍ମକ ଆଲୋଚନାକୁ ନୂଆ ଦିଶା ଦେଖାଇବା ଲାଗି ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବା ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଏହି ୫ ଦିନିଆ ଅଧିବେଶନ ନୂତନ ସଂସଦ ଭବନରେ ଅନୁଷ୍ଠିତ ହୋଇପାରେ। 
 
2. Monsoon session of  Odisha Legislative Assemby to begin on 22 September:  ୨୨ରୁ ଓଡ଼ିଶା ବିଧାନସଭା: ବିଧାନସଭାର ମୌସୁମୀ ଅଧିବେଶନ ୨୨ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ କରାଯିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ଜଣାପଡ଼ିଛି। ଏହି ଅଧିବେଶନ ଅକ୍ଟାବର ୪ ତାରିଖଯାଏ ଚାଲିବ। ୩ ତାରିଖରେ ଅତିରିକ୍ତ ବଜେଟ୍‍ ଉପସ୍ଥାପନ ହେବାର ସମ୍ଭାବନା ରହିଛି।
 
3. OTET result Out: ଓଟିଇଟି ପରୀକ୍ଷାଫଳ ପ୍ରକାଶିତ: ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କୁଲରେ ଶିକ୍ଷକତା ପାଇଁ ସର୍ବନିମ୍ନ ଯୋଗ୍ୟତା ଭାବେ ବିବେଚନା କରାଯାଉଥିବା ଓଟିଇଟି ବା Odisha Teacher Eligibility Test-୨୦୨୨ ର ପରୀକ୍ଷାଫଳ ପ୍ରକାଶ ପାଇଛି। ବିଏସ୍‍ଇ ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯାଇଥାଏ। ଏଥିରେ ପାସ୍‍ କରିଥିବା ପରୀକ୍ଷାର୍ଥୀଙ୍କ ଲାଗି ଏହା ଏକ ଆଜୀବନ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଏ। ପରୀକ୍ଷାର୍ଥୀମାନେ www.bseodisha.ac.in ରେ ନିଜ ପରୀକ୍ଷାଫଳ ଯାଞ୍ଚ କରିପାରିବେ। 
 
4. Jajpur Visit of 5T secretary continues: 5T ସଚିବଙ୍କ ଯାଜପୁର ଜିଲ୍ଲାଗସ୍ତ ଜାରି:  ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5T ସଚିବଙ୍କ ଯାଜପୁର ଜିଲ୍ଲାଗସ୍ତ ଜାରି ରହିଛି। ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସ୍ଥିତି ସମୀକ୍ଷା ତଥା ଧାର୍ମିକ ଅନୁଷ୍ଠାନଗୁଡ଼ିକର ରୂପାନ୍ତରଣକୁ ଧ୍ୟାନ ଏହି ଗସ୍ତରେ ଧ୍ୟାନ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଚାହୁଁଥିବା ସାଧାରଣ ଲୋକଙ୍କ ସମସ୍ୟା ତଥା ଅଭିଯୋଗକୁ ମଧ୍ୟ ସଚିବ ଏହି ଅବସରରେ ଗ୍ରହଣ କରିଛନ୍ତି। 
 
5. India Records GDP growth rate 7.8%  in April-June quarter: ଜିଡିପିରେ ୭.୮% ଅଭିବୃଦ୍ଧି: ସରକାରୀ ତଥ୍ୟ ଅନୁସାରେ ଭାରତର ଅର୍ଥନୀତିକ ପ୍ରଗତି ୭.୮% ହୋଇଚି। ଏପ୍ରିଲ୍-ଜୁନ୍‍ ତ୍ରୈମାସିକ ରିପୋର୍ଟ ଅନୁସାରେ ଏହା ସ୍ପଷ୍ଟ ହେଉଛି। ଏନ୍‍ଏସ୍‍ଓ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। 
 
6. Serum Announces Dengue and Malaria Vaccine: ବର୍ଷକ ପରେ ଡେଙ୍ଗୁ, ମ୍ୟାଲେରିଆ ଟିକା, : କରୋନା ଟିକା ତିଆରି କରି ଚର୍ଚାରେ ଥିବା ଟିକା ନିର୍ମାତା ସିରିମ ଇନ୍‍ଷ୍ଟିଚ୍ୟୁଟ୍‍ ଆସନ୍ତା ବର୍ଷ ଡେଙ୍ଗୁ ଟିକା ତିଆରି କରିବାକୁ ଘୋଷଣା କରିଛି। ସଂସ୍ଥାର ଉପାଧ୍ୟକ୍ଷ  ସାଇରସ୍‍ ପୁନାଓ୍ୱାଲା କହିଛନ୍ତି, କୋଭିସିଲ୍ଡ ସଫଳତା ପରେ ଆାମେ ମ୍ୟାଲେରିଆ ଟିକା ଶୀଘ୍ର ଉପଲ୍ବଧ କରାଇବାକୁ ଯାଉଛି’। 
 
7. Supreme court warns on fake website: ସୁପ୍ରିମ୍‍କୋର୍ଟଙ୍କ ନାଁରେ ଜାଲି ଓ୍ୱେବ୍‍ସାଇଟ୍‍: ସୁପ୍ରିମ୍‍ କୋର୍ଟଙ୍କ ନାଁରେ ଖୋଲିଛି  ଜାଲି ଓ୍ୱେବସାଇଟ୍‍। ଖାଲି ସେତିକି ନୁହେଁ, ଏହି ସାଇଟରେ ହ୍ୟାକର ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ମାଗୁଛି। ଆଉ ସେସବୁ ପାଇଲେ ସୁପ୍ରିମ୍‍ କୋର୍ଟଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ହେଉଛି ଗୋଲ୍‍। ଏଣୁ ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମ୍‍ କୋର୍ଟଙ୍କ କାର୍ଯ୍ୟାଳୟ।
 
8. Flight service under UDAAN Begins to Utkela: ଉତ୍‍କେଲାକୁ ବିମାନ ସେବା: କଳାହାଣ୍ଡି ଜିଲ୍ଲାର ଉତ୍‍ କେଲା ବିମାନବନ୍ଦରକୁ ପ୍ରଥମ ବିମାନ ଉଡ଼ାଣ କରିଛି। ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମ ଯାତ୍ରୀ ଭାବେ ପରିବହନମନ୍ତ୍ରୀ ଟୁକୁନି ସାହୁ ଯାତ୍ରା କରିଛନ୍ତି।  ଉଡାନ୍‍ ଯୋଜନା ଅଧୀନରେ ଏହି ବିମାନ ଚଳାଚଳ କରିବ। 
 
9. Now Twitter will facilitate Video call says Musk: ଟ୍ୱିଟରରେ ଭିଡିଓ କଲ୍‍: ଏଣିକି ବିନା ନମ୍ବରରେ ଭିଡିଓକଲ୍‍ କରିହେବ। ମାଇକ୍ରୋବ୍ଲଗିଂ ସାଇଟ୍‍ ଟ୍ୱିଟର ତଥା ଏକ୍ସ ଏହି ନିଷ୍ପତ୍ତି ନେଇଛି। ଏଲନ୍‍ ମସ୍କ ଏ ବାବଦରେ ସୂଚନା ରଖିଛନ୍ତି। 
 
10. Crocodile fear in Odisha rises: ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ: ଆାଜି ପୁଣିଥରେ ରାଜ୍ୟରେ କୁମ୍ଭୀର ଜଣେ ମଇଁଷି ଚରାଳିଙ୍କୁ ଟାଣି ନେଇଥିବା ଜଣାପଡ଼ିଛି। ଏହି ବ୍ୟକ୍ତିଙ୍କ ନାମ ବ ଭାସ୍କର ରାଉତ। ତାଙ୍କ ବୟସ ୫୦। ସେ ନିଖୋଜ ରହିଛନ୍ତି।
Read More
{}{}