Hindi News >>Home >>Top 10 News

TOP 10 News: ସଂକ୍ଷେପରେ ପଢ଼ନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର...

Top 10 News Headlines Odisha: ଆଜି ସକାଳର ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ବିଷୟରେ ଜାଣିବା। 

Advertisement
TOP 10 News: ସଂକ୍ଷେପରେ ପଢ଼ନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର...
Stop
Priyambada Rana|Updated: Oct 06, 2023, 04:15 PM IST

1.ଆଜିଠୁ ଷୋଳପୂଜା: ଶ୍ରୀମନ୍ଦିର ସମେତ ବିଭିନ୍ନ ଦେବୀ ପୀଠରେ ଆଜିଠାରୁ ଷୋଳପୂଜା ଆରମ୍ଭ ହେବ। ଶକ୍ତି ଆରାଧନାରେ ଏହି ୧୬ ଦିନକୁ ବିଶେଷ ଦିନ ଭାବେ ଗ୍ରହଣ କରାଯାଏ। ବିଧି ଅନୁସାରେ ଶ୍ରୀମନ୍ଦିରରେ ଏଥିଲାଗି ବିଶେଷ ନୀତି ପାଳନ ହେବ।   ପ୍ରଥମ ୮ ଦିନ ଦୁର୍ଗା ଦେବୀ ଓ କାଳ ପୁରୁଷୋତ୍ତମଙ୍କୁ ମା’ ବିମଳାଙ୍କ ଖଟ ଉପରେ ବିଜେ କରାଯିବ। ବିଭିନ୍ନ ପୂଜା ପାଠ ପରେ ନବମ ଦିନରୁ ଦଶହରା ଯାଏ  ଏହି ଦୁଇ ମୂର୍ତ୍ତିଙ୍କୁ ମନ୍ଦିର ବାହାରେ ଥିବା ନାରାୟଣୀ ମନ୍ଦିରକୁ ନିଆଯିବ। ଏଠାରେ ଭୋଗ ବନ୍ଦାପନା ପରେ ପୁଣି ଶ୍ରୀମନ୍ଦିର ଭଣ୍ଡାର ଘରକୁ ଅଣାଯିବ। ସପ୍ତମୀ ଯାଏ ମା’ ବିମଳାଙ୍କୁ ସଙ୍କୁଡ଼ି ଭୋଗ ହେବ ନାହିଁ। ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିର ଅଧରାତିରେ ବଳି ଓ ସଙ୍କୁଡ଼ି ଭୋଗ ହେବ। ଶ୍ରୀ ଜଗନ୍ନାଥଙ୍କ ବଡ଼ ସିଂହାର ପରେ ଏହି ନୀତି ଅନୁଷ୍ଠିତ ହେବ।  ଏହି ଷୋଳ ଦିନ ବିମଳାଙ୍କ ମନ୍ଦିରରେ ପ୍ରବେଶ ନିଷେଧ ରହିଛି।

2.ଛାତ୍ର ସଂସଦ ନିର୍ବାଚନରେ ଜବାବ ଦେବେ ରାଜ୍ୟ ସରକାର: ଛାତ୍ର ନିର୍ବାଚନ ବାତିଲ୍‍ ସମ୍ପର୍କରେ ହାଇକୋର୍ଟରେ ମତ ରଖିବେ ରାଜ୍ୟ ସରକାର। ଏଥିପାଇଁ ହାଇକୋର୍ଟ ୭ ଦିନ ସମୟ ଦେଇଛନ୍ତି। ଏବିଭିପି ପକ୍ଷରୁ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ବିଚାର ପାଇଁ କ୍ରହଣ କରି ହାଇକୋର୍ଟ ଏଥିପାଇଁ ନୋଟିସ ଜାରି କରିଛନ୍ତି।

3.ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ:  ବାହାଘରକୁ ନେଇ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଚର୍ଚ୍ଚା ପରିସରକୁ ଆସିଛନ୍ତି। ବାନ୍ଧବୀ ସୋମାଲିକା ଦାସଙ୍କୁ ନେଇ ଆଇନଗତ ଛନ୍ଦି ହୋଇ ରହିଥିବା ବିଜୟ ଏବେ ଆଉଜଣେ ଯୁବତୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବାକୁ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ଏହା ଜାଣିବା ପରେ ସୋମାଲିକା କହିଛନ୍ତି, ବିଜୟ ଶାସକ ଦଳରେ ରହିଥିବାରୁ ତାଙ୍କୁ ସୁରକ୍ଷା ମିଳୁଛି। ତାଙ୍କ ମାମଲା ବିଚାରାଧୀନ ଥିବାବେଳେ ସେ ପୁଣିଥରେ ବିବାହ ପାଇଁ ଆବେଦନ କରିବା ଏକ ଅପରାଧ ବୋଲି ସେ କହିଛନ୍ତି।

4 .ନରଓ୍ୱେ ସାହିତ୍ୟିକଙ୍କୁ ନୋବେଲ୍‍:  ସାହିତ୍ୟ ପାଇଁ ଗୁରୁବାର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ନରଓ୍ବେ ସାହିତିକ ଜନ ଫୋସେଙ୍କୁ ତାଙ୍କର ଅଭିନବ ନାଟକ ଏବଂ ଗଦ୍ୟ ଲାଗି ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

5.ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ପାଇଁ ଭାରତକୁ ସମର୍ଥନ: ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‍ ପୁଣିଥରେ ଭାରତର ପ୍ରତିନିଧିତ୍ୱକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଜାତି ସଂଘର ସୁରକ୍ଷା ପରିଷଦରେ ଭାରତ ସ୍ଥାୟୀ ସଦସ୍ୟ ମାନ୍ୟତା ପାଇଁ ଜରୁରୀ। ଭାରତ ସହ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍‍ର ସ୍ଥାୟୀ ସଦସ୍ୟତା ମଧ୍ୟ ସମର୍ଥନ କରିଛନ୍ତି ପୁଟିନ୍‍। ଋଷ ବିଶ୍ୱର ପ୍ରତିଟି ସଭ୍ୟତାକୁ ସମର୍ଥନ କରେ। ଗଠନମୂଳକ ଭାବେ ସମସ୍ତଙ୍କୁ ସମର୍ଥନ କରିବାକୁ ଚାହେଁ। କିନ୍ତୁ ପଶ୍ଚିମୀ ଦେଶଗୁଡ଼ିକ ନିଜର ସ୍ୱାର୍ଥ ପାଇଁ ଚିନ୍ତା କରନ୍ତି। ଅତୀତରେ ଭାରତ ସହ ସେମାନେ ଏପରି ଖେଳ ଖେଳିଛନ୍ତି ବୋଲି ପୁଟିନ୍‍ କହିଛନ୍ତି।

6.ଆଜିଠୁ ବଢ଼ିବ ବିମାନ ଭଡ଼ା:  ଶୁକ୍ରବାର ଠାରୁ ଦେଶରେ ବିମାନ ଭଡ଼ା ବଢ଼ିବାକୁ ଯାଉଛି। ବିଶେଷକରି ଇଣ୍ଡିଗୋରେ ଯାତ୍ରା କରୁଥିବା ବିମାନଯାତ୍ରୀଙ୍କୁ ଏହି ବର୍ଦ୍ଧିତ ଭଡ଼ା ଦେବାକୁ ହେବ। ଏହି ବିମାନ କମ୍ପାନୀ ଯାତ୍ରୀଙ୍କ ଟିକଟରେ ଦୂରତା ଅନୁସାରେ ଏକ ଇନ୍ଧନ ଭଡ଼ା ଯୋଡ଼ିବାକୁ ଯାଉଛନ୍ତି। ଏହାଦ୍ୱାରା ଯାତ୍ରୀଙ୍କୁ ୩୦୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ଲେଖାଏଁ ଅଧିକ ଭଡ଼ା ଦେବାକୁ ହେବ। ବିମାନ ଇନ୍ଧନ ଦର ବଢଆିବାରୁ କମ୍ପାନୀ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।

7.ଆରମ୍ଭ ହେଲା ବିଶ୍ୱକପ୍‍ କ୍ରିକେଟ୍‍: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‍ ରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱକପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ। ପ୍ରଥମ ମ୍ୟାଚ୍‍ ରେ ଇଂଲଣ୍ଡ ଦଳ ନ୍ୟୁଜିଲ୍ୟାଣ୍ଡକୁ ଭେଟିଛି। ପ୍ରଥମରେ ଇଂଲଣ୍ଡ ବ୍ୟାଟିଂ କରି ୯ ଓ୍ୱିକେଟ୍‍ ବିନିମୟରେ ୨୮୨ ରନ୍‍ ସଂଗ୍ରହ କରିଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୮୩ ରନ୍‍ର ଟାର୍ଗଟ୍‍କୁ ଟିମ୍‍ ୩୬.୨ ଓଭରରେ ମାତ୍ର ୧ ଓ୍ୱିକେଟ୍‍ ବିନିମୟରେ ସଂଗ୍ରହ କରି ବିଜୟୀ ହୋଇଛି। ଆଜି ପାକିସ୍ତାନ ବିପକ୍ଷରେ ନେଦରଲ୍ୟାଣ୍ଡ ଖେଳିବ। ଏହି ମ୍ୟାଚ୍‍ ହାଇଦ୍ରାବାଦ୍‍ରେ ଖେଳାଯିବ।

8.ସମୟ ମାଗିଲେ ରଣବୀର: ‘ମହାଦେବ ଅନଲାଇନ୍ ବେଟିଂ ଆପ୍’ ସ୍କାମ୍‍ରେ ଯୋଡ଼ି ହୋଇଥିବା ଅଭିନେତା ରଣବୀର କପୁର ଇଡିରେ ହାଜି ହେବା ଲାଗି ଅଧିକ ସମୟ ମାଗିଛନ୍ତି। ସମନ ପାଇା ପରେ ଉତ୍ତର ରଖିବା ଲାଗି ତାଙ୍କୁ ୧୦ ଦିନ ସମୟ ଦରକାର ବୋଲି କହିଛନ୍ତି। ଅପରପକ୍ଷେ ରଣବୀରଙ୍କୁ ଶୁକ୍ରବାର ସକାଳ ୧୦ଟାରେ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି। ମାମଲା ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି (ଇଡି)ର ନଜର ‌ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି ।

 

9.ହିଣ୍ଡାଲକୋକୁ ନିରନ୍ତର କଞ୍ଚାମାଲ: ରାୟଗଡ଼ାର କଂସାରୀଗୁଡ଼ାରେ ହିଣ୍ଡାଲ୍‍କୋର ଆଲୁମିନିୟମ୍‍ ପ୍ଲାଣ୍ଟକୁ ନିରନ୍ତର ଭାବେ ବକ୍ସାଇଟ୍‍ ଓ କଞ୍ଚାମାଲ୍‍ ଯୋଗାଇବା ଲାଗି ରାଜ୍ୟ ସରକାର ପ୍ରତିଶୃତି ଦେଇଛନ୍ତି। ଏହିକ୍ରମରେ ଓଡ଼ିଶା ଖଣି ନିଗମ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି କମ୍ପାନୀ। ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏହି ବୁଝାମଣା ବିଶେଷ ସହାୟକ ହେବ ବୋଲି ଆଶା କରାଯାଇଛି। ଏହିକ୍ରମରେ କମ୍ପାନୀ ପକ୍ଷରୁ ରାଜ୍ୟରେ ୮୦୦୦ କୋଟି ଟଙ୍କା ନିବେଶ କରାଯିବ। ଫଳରେ ୫୦୦୦ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

10.ବିକ୍ରି ହେବ ସମବାୟ ସମ୍ପତ୍ତି: ସମବାୟ ସମିତିଗୁଡିକର ସ୍ଥାବର ସମ୍ପତ୍ତିକୁ ବିକ୍ରିହେବ। ଏଥିଲାଗି  ସରକାରଙ୍କୁ ଆବଶ୍ୟକ ଅନୁମୋଦନ କରିବେ ଏକ ଉଚ୍ଚସ୍ତରୀୟ କମିଟି। ଆଜି ଏହି କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଥିବା ଏହି କମିଟିରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ଅତିରିକ୍ତ ଶାସନ ସଚିବ, ସହକାରୀ ଆଇନ ନିର୍ଦ୍ଦେଶକ, ଅତିରିକ୍ତ ସମବାୟ ନିବନ୍ଧ ପ୍ରମୁଖ ସଦସ୍ୟ ରହିଛନ୍ତି । ସେହିଭଳି ସମବାୟ ଉପନିବନ୍ଧକ ଏହି କମିଟିର ଆବହକ ଅଛନ୍ତି । ଏହି କମିଟି ସମବାୟ ନିବନ୍ଧକଙ୍କ ଠାରୁ ସମିତିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ବା ଲିଜ୍‍ ପାଇଁ ପ୍ରସ୍ତାବ ପାଇବାପରେ ତାହାକୁ ପରୀକ୍ଷା ନିରୀକ୍ଷା ସହିତ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ । ସରକାରଙ୍କ ଠାରୁ ଅନୁମୋଦନ ପାଇଲା ପରେ ରାଜ୍ୟ ସମବାୟ ନିବନ୍ଧକ ତାଙ୍କ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ । ଏହି କମିଟିର ବୈଠକ ପ୍ରତି ତିନି ମାସରେ ଥରେ ବସିବା ସହିତ ସମବାୟ ନିବନ୍ଧକଙ୍କ ଠାରୁ ପାଇଥିବା ପ୍ରସ୍ତାବଗୁଡିକର ତର୍ଜମା କରିବ ।

Also Read: Top 10 News Headlines: ଦିନ ଯାକର ପ୍ରମୁଖ ୧୦ ଖବର

Read More
{}{}