Hindi News >>Home >>Odisha Trending

Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Advertisement
Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର
Stop
Soubhagya Ranjan Mishra|Updated: Sep 15, 2023, 04:39 PM IST
1. Biswakarma Yojna to Begin from 17th:  ୧୭ରୁ ବିଶ୍ୱକର୍ମା ଯୋଜନା: ରବିବାରଠାରୁ ଆରମ୍ଭ ହେବ ବିଶ୍ୱକର୍ମା ଯୋଜନା।  ରାଜ୍ୟର ୩ଟି ସ୍ଥାନରେ ୧୮ ବୃତ୍ତିଧାରୀଙ୍କୁ ବୈଷୟିକ ଓ ଆର୍ଥିକ ସହାୟତା ଯୋଗାଇବା ଲାଗି ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ବିଷୟରେ ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରିଥିଲେ। , ଡି ଯେଜନା ଅଧିନରେ ହିତାଧିକାରୀଙ୍କୁ ୫% ପ୍ସୁଧହାରରେ ଏକ ଲକ୍ଷ ଟଙ୍କାର ଋଣ ଉପଲବ୍ଧ କରାଯିବ। ବଢ଼େଇ, କମାର, କୁମ୍ଭାର, ଡଙ୍ଗା ଓ ଅସ୍ତ୍ର ନିର୍ମାତା, ମୂର୍ତ୍ତି କାରିଗର,  ହାତୁଡ଼ି ଉପକରଣ କାରିଗର, ପଥର କାରିଗର, ରାଜମିସ୍ତ୍ରୀ, ପାରମ୍ପରିକ ଖେଳଣା କାରିଗର, ଭଣ୍ଡାରି, ବାରିକ, ଧୋବା, ମାଳାକାର, ମାଛ ଜାଲ କାରିଗର, ସୁନାରୀ, ମୋଚି, ଦର୍ଜୀ, ଝଡ଼ୁ କାରିଗର ପ୍ରଭୃତି ପାରମ୍ପରିକ ବୃତ୍ତିଧାରୀ ଏହାର ଲାଭ ପାଇପାରିବେ। 
 
2. Akademi Award:  ୪ ଓଡ଼ିଆଙ୍କୁ କେନ୍ଦ୍ର ସଙ୍ଗୀତନାଟକ ଏକାଡେମୀ ସମ୍ମାନ:  ସଂସ୍କୃତି ଓ କଳା ପ୍ରତି ଥିବା ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ୪ ଜଣ ଓଡ଼ିଆଙ୍କ ସମେତ ୮୪ ଜଣଙ୍କୁ କେନ୍ଦ୍ର ସଙ୍ଗୀତନାଟକ ଏକାଡେମୀ  ଜୀବନବ୍ୟାପୀ ସମ୍ମାନରା ସମ୍ମାନିତ କରିବେ। ଆସନ୍ତା କାଲି ନୂଆଦିଲ୍ଲୀର ବିଜ୍ଞାନଭବନଠାରେ ଏଥିପାଇଁ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯିବ।  ଯେଉଁ ୪ ଓଡ଼ିଆଙ୍କୁ ସମ୍ମାନିତ କରାଯିବ ସେମାନେ ହେଲେ, ‘ଛଉନୃତ୍ୟ’ ପାଇଁ ସିଦ୍ଧେଶ୍ବର ଦାସ, ‘ଥିଏଟର୍‌’ରେ ସାମଗ୍ରିକ ଅବଦାନ ପାଇଁ ଅନନ୍ତ ମହାପାତ୍ର, ଲୋକସଙ୍ଗୀତ ବ୍ରହ୍ମବୀଣା ପାଇଁ ଆନନ୍ଦ ବାଗ ଓ  ଓଡ଼ିଶୀ ନୃତ୍ୟ (ଗୋଟିପୁଅ) ପାଇଁ ଗୋବିନ୍ଦ ଚନ୍ଦ୍ର ପାଲ୍‌ । ସେମାନଙ୍କୁ ପୁରସ୍କାର ବାବଦରେ ନଗଦ ୧ ଲକ୍ଷ ଟଙ୍କା ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ସେମାନଙ୍କ ସହ ୮୪ ଜଣ ବରିଷ୍ଠ କଳାକାରଙ୍କୁ ପୁରସ୍କୃତ କରାଯିବ।
 
3. Rituals Delayed: ଶ୍ରୀମନ୍ଦିରରେ ନୀତି ବିଳମ୍ବ: ସେବାୟତଙ୍କ ଭିତରେ ବିବାଦ ହେତୁ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ ହୋଇଛି। ଜଣେ ସେବା ନିବୃତ୍ତ ସେବାୟତ ନୀତିକାନ୍ତି ବେଳାରେ ଉପସ୍ଥିତ ହେବା ଏବଂ ଶ୍ରୀଜିଉଙ୍କ ରୀତିନୀତି କରିବା ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ପ୍ରଶାସନ ଓ ନିଯୁଗ ପ୍ରତିନିଧିଙ୍କ ଭିତରେ ଆଲୋଚନା ହୋଇ ପୁଣିଥରେ ନୀତି କାନ୍ତି ଆରମ୍ଭ ହୋଇଛି।
 
4. Odisha Cabinet to Meet today: ଆଜି ମନ୍ତ୍ରିପରିଷଦ ବୈଠକ: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରିପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏଥିରେ ୨୦୨୩-୨୪ ବର୍ଷ ଲାଗି ଅତିରିକ୍ତ ବଜେଟ୍‍ର ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ମନ୍ତ୍ରି ମଣ୍ଡଳର ସଦସ୍ୟମାନେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ବିଭିନ୍ନ ଚିଠା ପ୍ରସ୍ତାବକୁ ଅନୁମୋଦନ କରିବେ। ଆସନ୍ତା ୨୨ ତାରିଖରେ ବିଧାନସଭାର ଶୀତ ଅଧିବେଶନ ବୈଠକ  ସ୍ଥିର ହୋଇଛି।
 
5. Monday for Nomination: ସୋମବାର ନାମାଙ୍କନ: ଓଡ଼ିଶା ବିଧାନସଭାରେ ଖାଲି ପଡ଼ିଥିବା ବାଚସ୍ପତି ପଦ ଲାଗି ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୧୮ ତାରିଖ ଅର୍ଥାତ୍‍ ସୋମବାରଦିନ ନାମାଙ୍କନ ଦାଖଲ ହେବ। ଯେହେତୁ ଶାସକ ଦଳ ସଂଖ୍ୟା ଗରିଷ୍ଠ ରହିଛି ଏଣୁ ଏକାଧିକ ପ୍ରାର୍ଥୀପତ୍ର ଦାଖଲ ହେବାର ସମ୍ଭାବନା ନାହିଁ। ତଥାପି ଯଦି ଅନ୍ୟ କେହି ପ୍ର୍ରାର୍ଥୀପତ୍ର ଦାଖଲ କରନ୍ତି ତେବେ ବିଧାନସଭାର ଏକ ଅଧିବେଶନରେ ନିର୍ବାଚନ ଅନୁଷ୍ଠିତ ହେବ। ନହେଲେ ସଂକଳ୍ପ ବା ପ୍ରାର୍ଥୀପତ୍ରକୁ ବିଧାୟକମାନେ ୨୧ ତାରିଖର ନିର୍ବାଚନ ପାଇଁ ଅନୁଷ୍ଠିତ ବୈଠକରେ ପାରିତ କରିବେ। 
 
6. BJP To Boycott after congress: ବିଧାନସଭାର ବାଚସ୍ପତି ପଦବୀ ଲାଗି ହେବାକୁ ଥିବା ନିର୍ବାଚନକୁ ବର୍ଜନ କରିବ ବିଜେପି। ବିରୋଧି ଦଳ ନେତା ଓ ବିଜେପି ବିଧାୟକ ଦଳର ନିଷ୍ପତ୍ତି କ୍ରମେ ବିଜେପି ଏହି ପଦକ୍ଷେପ ନେବାକୁ ଯାଉଛି।  ପୂର୍ବରୁ କଂଗ୍ରେସ ବାଚସ୍ପତିଙ୍କ ନିର୍ବାଚନକୁ ବର୍ଜନ କରିବ ବୋଲି ଘୋଷଣା କରିଥିଲା। ଆଜି ବିଧାୟକ ନାଉରି ନାୟକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି। କଂଗ୍ରେସ ଓ ବିଜେପିର  ନିର୍ବାଚନ ବର୍ଜନ ପ୍ରସଙ୍ଗରେ ସମାନ କାରଣ ରହିଛି। ତାହା ହେଲା ଏହି ସମୟରେ ପଡ଼ୁଥିବା ପଶ୍ଚିମ ଓଡ଼ିଶାର ବଡ଼ ପର୍ବ ନୂଆଖାଇ। ଏହି ପର୍ବ ଦୁଇଦିନ ଧରି ପାଳନ ହୁଏ। ଗଣପର୍ବ ଭାବେ ଏହା ପରିଚିତ। ଏଣୁ ବାଚସ୍ପତି ନିର୍ବାଚନକୁ ଏହା ପରେ କରିବା ପାଇଁ ବିରୋଧି ଦଳ ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ତାହା ଗ୍ରହଣ ହୋଇ ନଥିବାରୁ ବିଜେପି ଓ କଂଗ୍ରେସ ଏହି ନିର୍ବାଚନକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି। ଏହା ସରକାରଙ୍କ ପଶ୍ଚିମ ଓଡ଼ିଶାକୁ ବୈମାତୃକ ଭାବ ପ୍ରଦର୍ଶନର ଏକ ନମୁନା ବୋଲି କହିଛନ୍ତି ଶ୍ରୀ ନାୟକ।
 
7. Another Low Pressure: ଆଜିଠୁ କମିବ, ଗଣେଶପୂଜାକୁ ବର୍ଷା: ବଙ୍ଗାପସାଗରରେ ସୁ ଦୃଶ୍ୟ ହୋଇଥିବା ଲଘୁଚାପ କ୍ରମଶଃ ଓଡ଼ିଶା ଉପକୂରୁ ଘୁଞ୍ଚିଛି। ଅର୍ଥାତ୍‍ ଏହାର ପ୍ରଭାବ ହ୍ରାସ ପାଇଛି। ଏଣୁ ଆଜିଠାରୁ ବର୍ଷା କମିବାର ସମ୍ଭାବନା ରହିଛି। କିନ୍ତୁ ୫ ଜିଲ୍ଲା, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ନୂଆପଡ଼ାରେ ଆଜିବି ବର୍ଷା ସମ୍ଭାବନା ଥିବାରୁ ପୀତ ସତର୍କତା (ୟେଲୋ ଓ୍ୱାର୍ଣ୍ଣିଂ) ଜାରି ହୋଇଛି। ତେବେ ୧୮ ତାରିଖରୁ ଆଉ ଏକ ଳଘୁଚାପ ହେବାର ଆକଳନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରା ଗଣେଶପୂଜା ଏବଂ ନୂଆଖାଇକୁ ବର୍ଷା ହେବାର ଆଶଙ୍କା ରହିଛି।
 
8. Damages by Rain: ବର୍ଷାଯୋଗୁ କ୍ଷତି: ଲଗାଣ ବର୍ଷା ଯୋଗୁ ରାଜ୍ୟର ୫ ଜିଲ୍ଲାରେ ୧୧୨୬୬ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୧୫୨ଟି ଘର ଭାଙ୍ଗିବା ସହ ଦୁଇଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି। କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗିର ଏବଂ ମାଲକାନଗିରି ପ୍ରଭୃତି ଜିଲ୍ଲାରେ ସର୍ବାଧିକ ଘର ଭାଙ୍ଗିଯାଇଥିବା ବେଳେ ସାଧାରଣ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।  
 
9. Agitation Against Tata Power: ଟାଟା ପାଓ୍ୱାର ବିରୁଦ୍ଧରେ ତାତିଛନ୍ତି ବିଦ୍ୟୁତ୍‍ ଠିକାଦାର ସଂଘ। ଟାଟା ପାଓ୍ୱାର ଅଣ ଓଡ଼ିଆ ଠିକାଦାରଙ୍କୁ ଆଣି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହା ପ୍ରଚଳିତ ଆଇନକୁ ବିରୋଧ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହା କମ୍ପାନୀର ଓଡ଼ିଶା ବ୍ୟବସାୟୀ ମାରଣ ନୀତିର ଏକ ନମୁନା ବୋଲି ସେମାନେ କହିଛନ୍ତି।
 
10. Scrub Typhus: ରାଜ୍ୟରେ ସ୍କ୍ରବ୍‍ ଟାଇଫସ୍‍କୁ ନେଇ ଭୟ ସୃଷ୍ଟି ହୋଇଛି।  ସବୁ ଜିଲ୍ଲାରୁ ଏବେ ଏପରି ସଂକ୍ରମିତ ରୋଗୀଙ୍କ ନମୁନା ମିଳୁଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ଏହା ଏକ ପ୍ରକାର ଜ୍ୱର। ପ୍ରଥମରୁ ଚିକିତ୍ସା ନକଲେ ତାହା ଦ୍ରୁତ ଗତିରେ ସଂକ୍ରମିତ ହୋଇ ରୋଗୀକୁ ମୃତ୍ୟୁ ମୁଖରେ ପକାଇଥାଏ। ଏମିତିରେ ଓଡ଼ିଶାର ୬ ଜଣ ଣୋଗୀଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ୪ ଜଣ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି। ଏଣୁ ଏ ବିଷୟରେ ସଚେତନତା ସୃଷ୍ଟି ତଥା ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଲାଗି ଔଷଧ ଏବଂ ପରୀକ୍ଷଣ ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ବିଶେଷକରି ବିଲକୁ ବା ବଣ ଜଙ୍ଗଲକୁ ଯାଉଥିବା ଲୋକଙ୍କୁ ଏହି  ରୋଗ ହେବାର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।
 
Also Read- Ganesh Chaturthi 2023: ଏହି ସ୍ଥାନର ଶ୍ରୀ ଗଣପତିଙ୍କ ମନ୍ଦିର ଖୁବ ପ୍ରସିଦ୍ଧ, ପୂଜା ସମୟରେ ହୁଏ ଅସମ୍ଭାଳ ଭିଡ
{}{}