Hindi News >>Home >>Odisha Trending

Tomato Price: ଟମୋଟ ଦରକୁ ନେଇ ଆସିଲା ଖୁସି ଖବର, ୯୦ ଟଙ୍କା ତଳକୁ ଖସିଗଲା ଦର !

ନୂଆଦିଲ୍ଲୀ: କିଛି ସପ୍ତାହ ମଧ୍ୟରେ ଭାରତରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଛି। ଟମାଟୋ କିଲୋ ପିଛା ପାଇଁ ୧୫୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ବର୍ତ୍ତମାନ ସେଠାରେ ସରକାର ଏକ ଭଲ ଘୋଷଣା କରିଛନ୍ତି ଯାହା ଦ୍ୱାରା ସହରର ବାସିନ୍ଦାମାନେ ଟମାଟୋ କିଣି ପାରିବେ। ଏହି ଅଧିକ ଟମାଟୋ ମୂଲ୍ୟରେ ଅସୁବିଧା ହେଉଥିବା ଗ୍ରାହକଙ୍କ ପାଇଁ ରିଲିଫ୍ ଖବର ଅଛି। ସରକା

Advertisement
Tomato Price: ଟମୋଟ ଦରକୁ ନେଇ ଆସିଲା ଖୁସି ଖବର, ୯୦ ଟଙ୍କା ତଳକୁ ଖସିଗଲା ଦର !
Stop
Zee Odisha Desk|Updated: Jul 15, 2023, 07:43 AM IST

Tomato Price: ନୂଆଦିଲ୍ଲୀ: କିଛି ସପ୍ତାହ ମଧ୍ୟରେ ଭାରତରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଛି। ଟମାଟୋ କିଲୋ ପିଛା ପାଇଁ ୧୫୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ବର୍ତ୍ତମାନ ସେଠାରେ ସରକାର ଏକ ଭଲ ଘୋଷଣା କରିଛନ୍ତି ଯାହା ଦ୍ୱାରା ସହରର ବାସିନ୍ଦାମାନେ ଟମାଟୋ କିଣି ପାରିବେ। ଏହି ଅଧିକ ଟମାଟୋ ମୂଲ୍ୟରେ ଅସୁବିଧା ହେଉଥିବା ଗ୍ରାହକଙ୍କ ପାଇଁ ରିଲିଫ୍ ଖବର ଅଛି। ସରକାର ଶସ୍ତା ମୂଲ୍ୟରେ ଟମାଟୋ ଉପଲବ୍ଧ କରାଇବେ। ନ୍ୟାସନାଲ କୋଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନସିସିଏଫ୍) ଆଜି ଦିଲ୍ଲୀ-ଏନସିଆରରେ କିଲୋଗ୍ରାମ ପିଛା ୯୦ ଟଙ୍କା ସବସିଡି ହାରରେ ଟମାଟୋ ବିକ୍ରି ଆରମ୍ଭ କରିବ।

ଏହି ସବୁ ସ୍ଥାନରେ ମିଳିବ ଟମାଟୋ
ବଜାରରେ ଟମାଟୋ ଦର ଉଚ୍ଚା ରହିଥିବା ବେଳେ ଏବେ ମୋବାଇଲ ଭ୍ୟାନ ଯୋଗେ ବିକ୍ରି କରାଯିବ। ଖାଉଟିଙ୍କୁ ଶସ୍ତାରେ ଟମାଟୋ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ନୋଏଡ଼ା ଅଧିକାରୀ। ତେବେ ଏହି ବ୍ୟବସ୍ଥା କେବଳ ନୋଏଡ଼, ଗ୍ରେଟର ନୋଏଡା ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଏନସିସିଏଫ୍ କାର୍ଯ୍ୟାଳୟରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଟମାଟୋ ଦିଆଯିବ ବୋଲି ନୋଏଡ଼ାର ଜଣେ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ସମବାୟ ସମିତି ସପ୍ତାହକ ମଧ୍ୟରେ ଲକ୍ଷ୍ନୌ, କାନପୁର ଏବଂ ଜୟପୁର ସମେତ ଅନ୍ୟ ସହରରେ ବିକ୍ରି ଆରମ୍ଭ କରିବ।

କେନ୍ଦ୍ର ସରକାରଙ୍କ ଗ୍ରାହକ ବ୍ୟାପାର ବିଭାଗ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଟମାଟୋ କିଣିବାକୁ ରାଜି ହୋଇଛି। ଦିଲ୍ଲୀ-ଏନସିଆରରେ ଟମାଟୋ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଏହା କରାଯାଇଛି। ସରକାରଙ୍କ ତରଫରୁ ଫେଡେରାଲ୍ ଏଜେନ୍ସି ନାଫେଡ୍ ଏହି ରାଜ୍ୟଗୁଡ଼ିକରୁ ଟମାଟୋ କିଣିବ। ଏହା ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ଏକାଧିକ ବିତରଣ କେନ୍ଦ୍ରରେ ବଣ୍ଟନ କରାଯିବ। 

ସୂଚନାଯୋଗ୍ୟ ଟମାଟୋ ଦର ପୂର୍ବରୁ ଖାଉଟିଙ୍କ ମୁଣ୍ଡ ବିନ୍ଧାଉଛି। ପୂରା ଦେଶରେ ଟମାଟୋ ଦର ପ୍ରାୟତଃ ୧୦୦ ଉପରେ ରହିଛି। କିନ୍ତୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ହେବା ଏବଂ ଦିଲ୍ଲୀର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ହେତୁ ପନିପରିବା ଦର ଆହୁରି ବୃଦ୍ଧି ପାଇଛି। ଜୁଲାଇ ୧୩ରେ ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟରେ ଅହେତୁକ ବୃଦ୍ଧି ଖାଉଟିର ଅବସ୍ଥାକୁ ଖରାପ କରିଦେଇଛି। 

ଆଜାଦପୁର ମଣ୍ଡି ସମେତ ଜାତୀୟ ରାଜଧାନୀର କେତେକ ସ୍ଥାନରେ ଟମାଟୋ କିଲୋଗ୍ରାମରୁ ୧୩୦ ରୁ ୨୪୦ ଟଙ୍କା ପର୍ଯ୍ୟନ୍ତ ଖୁଚୁରା ବିକ୍ରି ହେଉଛି। ହୋଲସେଲର କହିଛନ୍ତି ଯେ ଗତ ଦୁଇ ସପ୍ତାହ ମଧ୍ୟରେ ଟମାଟୋ ସମେତ ପନିପରିବା ଦର ୨ ଗୁଣ ବୃଦ୍ଧି ପାଇଛି। ସମାନ୍ତରାଳ ଭାବେ ବିକ୍ରୟ ମଧ୍ୟ ୪୦ ପ୍ରତିଶତ ହ୍ରାସ ପାଇଛି ବୋଲି ନ୍ୟୁଜ୍ ଏଜେନ୍ସି ବିକ୍ରେତାଙ୍କ ସୂତ୍ରରୁ ପ୍ରକାଶ।

ସେହିପରି ଲକ୍ଷ୍ମୀ ନଗରର ଜଣେ ପନିପରିବା ବ୍ୟବସାୟୀ କହିଛନ୍ତି ଯେ ଲୋକମାନେ ଟମାଟୋ ବଦଳରେ ଟମାଟୋ ପ୍ୟୁରି କିଣୁଛନ୍ତି। ବିକ୍ରି କମ୍ ଥିବାରୁ ମୁଁ ଆଜିକାଲି ମାତ୍ର ୫ କିଲୋଗ୍ରାମ ଟମାଟୋ ଆଣୁଛି। ପୂର୍ବରୁ ଯେତେବେଳେ ଶସ୍ତା ରହିଥିଲା, ସେତେବେଳେ ୨୦ ରୁ ୨୫ କିଲୋଗ୍ରାମ ଟମାଟୋ ବିକ୍ରି ହେଉଥିଲା ବୋଲି ଉକ୍ତ ବ୍ୟବସାୟୀ ଜଣକ କହିଛନ୍ତି। ସେହିପରି ଆଉ ଜଣେ ପରିବା ବ୍ୟବସାୟୀ କହିଛନ୍ତି କି ଲାଉ କିଲୋଗ୍ରାମ ପିଛା ୭୦ ଟଙ୍କାରେ ବିକ୍ରି ହେଉଛି। କ୍ୟାପସିକମ୍ ୮୦, କଲରା ୬୫, ସବୁଜ ଧନିଆ କେଜି ୫୦୦ ଟଙ୍କା, ଭେଣ୍ଡି ୧୩୦ ଟଙ୍କାରେ ବିକ୍ରି ହେଉଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି କାକୁଡିର ମୂଲ୍ୟ ୮୦ ଟଙ୍କା ରହିଥିବା ବେଳେ ସାରୁ ୧୩୦ ଟଙ୍କା, ବିନ୍ସ ୨୨୦ ଟଙ୍କା, ଅଦା ୪୦୦ ରୁ ୪୭୦ ଟଙ୍କାକୁ ବୃଦ୍ଧି ପାଇଛି। କଳା ବାଇଗଣ କିଲୋ ପିଛା ୧୦୦ ରୁ ୧୨୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ପୋଟଳ ଦରରେ ମଧ୍ୟ ଅହେତୁକ ବୃଦ୍ଧି ପାଇଛି। 

Also Read: Cardamom Farming: ବର୍ଷା ଋତୁରେ କରନ୍ତୁ ଏହି ଚାଷ: ମିଳିବ ପ୍ରବଳ ଫାଇଦା

Also Read: vegetables price hike: ରୋଷେଇ ଘର ମହଙ୍ଗା ମାଡ଼: ବନ୍ୟା ପାଇଁ ହୁ' ହୁ' ହୋଇ ବଢିଗଲା ପରିବା ଦର; ଜାଣନ୍ତୁ ଓଡ଼ିଶାରେ କଣ ରହିଛି ସ୍ଥିତି

Also Read: ଦୋସା ସହିତ ସମ୍ୱର ନଦେବା ପଡିଲା ମହଙ୍ଗା: ରେଷ୍ଟୁରାଣ୍ଟକୁ ଜରିମାନା ଦଣ୍ଡ

Read More
{}{}