Hindi News >>Home >>Odisha Trending

Today Petrol Diesel Price: ଆଜିର ତୈଳଦରକୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଲିଟର ପିଛା ମୂଲ୍ୟ

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛ

Advertisement
Today Petrol Diesel Price: ଆଜିର ତୈଳଦରକୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଲିଟର ପିଛା ମୂଲ୍ୟ
Stop
Prabhudatta Moharana|Updated: Jun 19, 2024, 10:00 AM IST

Petrol Diesel Price: ନୂଆଦିଲ୍ଲୀ: ଆଜି ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଛି। ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

ଭୁବନେଶ୍ୱରରେ ତୈଳଦର ଅପରିବର୍ତ୍ତିତ ରହିଥିବା ଦେଖିବାକୁ ମିଳିଛି। ଆଜି ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୦.୯୨ ଟଙ୍କାରେ କାରବାର କରୁଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ସ୍ଥିର ରହିଛି। ଦିଲ୍ଲୀରେ ଲିଟର ପିଛା ୯୪.୭୨, କୋଲକାତାରେ ୧୦୩.୯୪ ଟଙ୍କା, ମୁମ୍ବାଇରେ ୧୦୪.୨୧ ଓ ଚେନ୍ନାଇରେ ୧୦୦.୭୫ ଟଙ୍କାରେ କାରବାର କରୁଛି। ଗୁଡଗାଓଁରେ ୯୪.୮୦ ଟଙ୍କା ଓ ନୋଏଡାରେ ୯୪.୭୨ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଦରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ଭୁବନେଶ୍ୱରରେ ଲିଟର ପିଛା ୯୨.୫୦ ଟଙ୍କାରେ କାରବାର କରୁଥିବା ବେଳେ ନୂଆଦିଲ୍ଲୀରେ ୮୭.୬୨ ଟଙ୍କା, କୋଲକାତାରେ ୯୦.୭୬ ଟଙ୍କା, ମୁମ୍ବାଇ ୯୨.୧୫ ଟଙ୍କା, ଚେନ୍ନାଇ ୯୨.୩୪ କାରବାର କରୁଥିବା ଦେଖିବାକୁ ମିଳିଛି।  

ଏମିତି ଭାବେ ପ୍ରତ୍ୟେକ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିପାରିବେ:
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ:
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।

{}{}