Hindi News >>Home >>Odisha Trending

Train Cancelled: ଆଜିଠୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏହି ସବୁ ରୁଟରେ ଗଡି଼ବନି ଟ୍ରେନ୍, ନଜର ପକାନ୍ତୁ ପୂରା ତାଲିକା ଉପରେ...

Train Cancelled: ଯାତ୍ରୀମାନେ ( Railway Passenger) ଦୟାକରି ଧ୍ୟାନ ଦିଅନ୍ତୁ । ଯଦି ଆପଣ ଆଜି ଟ୍ରେନରେ (train) ଯାତ୍ରା କରୁଛନ୍ତି । ତେବେ, ଏହି ଖବରଟି ଖାସ୍ ଆପଣଙ୍କ ପାଇଁ । ଆଜିଠାରୁ କିଛି ଆସନ୍ତା ଅକ୍ଟୋବର ୧୫ ପର୍ଯ୍ୟନ୍ତ କିଛି ଟ୍ରେନକୁ ବାତିଲ (Train Cancelled) କରାଯାଇଛି । ଯାହା ଦ୍ବାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 29, 2023, 07:31 AM IST

Train Cancelled: ଯାତ୍ରୀମାନେ ( Railway Passenger) ଦୟାକରି ଧ୍ୟାନ ଦିଅନ୍ତୁ । ଯଦି ଆପଣ ଆଜି ଟ୍ରେନରେ (train) ଯାତ୍ରା କରୁଛନ୍ତି । ତେବେ, ଏହି ଖବରଟି ଖାସ୍ ଆପଣଙ୍କ ପାଇଁ । ଆଜିଠାରୁ କିଛି ଆସନ୍ତା ଅକ୍ଟୋବର ୧୫ ପର୍ଯ୍ୟନ୍ତ କିଛି ଟ୍ରେନକୁ ବାତିଲ (Train Cancelled) କରାଯାଇଛି । ଯାହା ଦ୍ବାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ। ତୃତୀୟ ରେଳଲାଇନ , ସିଗ୍‌ନାଲ ଓ  ଇଣ୍ଟରଲକିଂ ବ୍ୟବସ୍ଥା ଆଦି କାର୍ଯ୍ୟର ଉନ୍ନତୀକରଣ ପାଇଁ (ଶୁକ୍ରବାର) ଆଜି ଠୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଉରକେଲା ଷ୍ଟେସନ (Rourkela  railway station) ଦେଇ ଯାଉଥିବା ରେଳ ସେବା ବ୍ୟାହାତ ହୋଇଛି। ଏନେଇ ରେଳବାଇ ପକ୍ଷରୁ କେତେକ ଏକ୍ସପ୍ରେସ୍‌, ପାସେଞ୍ଜର ଓ ବନ୍ଦେ ଭାରତ ଆଦି ଟ୍ରେନ୍‌କୁ ମିଶାଇ ପ୍ରାୟ ୬୬ଟି ଟ୍ରେନ୍‌ ବାତିଲ ହୋଇଛି।  ଖାସ୍ କରି ଏତେ ଗୁଡିଏ ଟ୍ରେନ୍ ବାତିଲ ହୋଇଥିବାରୁ ଟିକଟ୍‌ ବୁକିଂ କରିଥିବା ଏବଂ ଦୂର ସ୍ଥାନକୁ ଯିବାକୁ ଚାହୁଁଥିବା ଯାତ୍ରୀଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ । 

ଏହାବି ପଢନ୍ତୁ : Today Horoscope: ଆଜି ଶୁଭଫଳ ପାଇବେ ଏହି ସବୁ ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ?

ଏହି ସବୁ ଟ୍ରେନ୍ ଗୁଡି଼କ ହେବ ବାତିଲ୍ :

ଆଜିଠାରୁ ଅର୍ଥାତ୍ ଶୁକ୍ରବାର ଠାରୁ  ଆସନ୍ତା ଅକ୍ଟୋବର ମାସ ୧୫ ତାରିଖ ପର୍ଯ୍ୟନ୍ତ  ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ୍‌, ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି, ରାଉରକେଲା-ଜଗଦଲପୁର-ରାଉରକେଲା ଇଣ୍ଟରସିଟି ସୁପରଫାଷ୍ଟ, ରାଉରକେଲା-ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସ୍‌, ଟାଟାନଗର-ବିଳାସପୁର ଏକ୍ସପ୍ରେସ୍‌ ବାତିଲ କରାଯାଇଛି । ସେହିପରି, ରାଉରକେଲା-ଚକ୍ରଧରପୁର ଏକ୍ସପ୍ରେସ୍‌, ହଟିଆ- ରାଉରକେଲା ପାସେଞ୍ଜର, ବୀରମିତ୍ରପୁର-ବରସୁଆଁ ପାସେଞ୍ଜର, ଚକ୍ରଧରପୁର-ରାଉରକେଲା ମେମୁ, ରାଉରକେଲା-ଝାରସୁଗୁଡା ମେମୁ ଟ୍ରେନ ମଧ୍ୟ ଗଡିବନି । କେବଳ ସେତିକି ନୁହେଁ, ରାଜଖରସୁଆଁ, ଚକ୍ରଧରପୁର, ଗୋଏଲକେରା, ମନୋହରପୁର, ରାଉରକେଲା,ଟାଟାନଗର, ସିନି, ରାଜଗାଙ୍ଗପୁର, ଝାରସୁଗୁଡ଼ା ଆଦି ଷ୍ଟେସନ ଦେଇ ଦୈନିକ ଯାତାୟତ କରୁଥିବା ଟ୍ରେନ୍‌ଗୁଡ଼ିକ ଆସନ୍ତା ଅକ୍ଟୋବର ୧୫ ତାରିଖ ଭିତରେ ବହୁ ସଂଖ୍ୟାରେ ବାତିଲ ରହିବ ବୋଲି ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଆଜିଠାରୁ ଇତୱାରୀ-ଟାଟା ଏକ୍ସପ୍ରେସ୍‌ କୁ ଆସନ୍ତା ଅକ୍ଟୋବର ୪ ପର୍ଯ୍ୟନ୍ତ  ବାତିଲ  କରାଯାଇଛି । ଆସନ୍ତା ୩୦, ଅକ୍ଟୋବର ୨, ୪, ୯, ୧୧, ୧୩ ଓ ୧୪ ତାରିଖ କଣ୍ଟାବାଞ୍ଜି ଓ ହାୱଡା ଇସ୍ପାତ ଏକ୍ସପ୍ରେସ୍‌, ସେହିପରି ପୁରୀ-ହଟିଆ ଏକ୍ସପ୍ରେସ୍‌ କୁ ଅକ୍ଟୋବର ୧୧ରୁ ୧୪ ପର୍ଯ୍ୟନ୍ତ 
ବାତିଲ ହୋଇଛି। 

ସେହିପରି ଆସନ୍ତାକାଲି ଠାରୁ ଅର୍ଥାତ୍ (ସେପ୍ଚେମ୍ବର ୩୦) ରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ  ସାନ୍ତରାଗାଛି-ପୁରୀ ହମସଫର ଏକ୍ସପ୍ରେସ୍‌, ୩ ଅକ୍ଟୋବରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ମୁମ୍ବାଇ ‌ଲୋକମାନ୍ୟ ତିଲକ ଟର୍ମିନସ୍‌ କାମାକ୍ଷା କର୍ମଭୂମି ଏକ୍ସପ୍ରେସ୍‌, ଅକ୍ଟୋବର ୮ରୁ ୧୧ ପର୍ଯ୍ୟନ୍ତ ପୁନେ ହଟିଆ ଏକ୍ସପ୍ରେସ୍‌, ଅକ୍ଟୋବର ୯ରୁ ୧୩ ପର୍ଯ୍ୟନ୍ତ ହଟିଆ-ପୁନେ ଏକ୍ସପ୍ରେସ୍‌ ବାତିଲ ରହିବ। ଅନ୍ୟପଟେ, ଅକ୍ଟୋବର ୧୧ରୁ  ୧୪ ତାରିଖ ପର୍ଯ୍ୟନ୍ତ ହାୱଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ୍‌ ବାତିଲ ହୋଇଥିବା ଜଣାପଡିଛି । ଜଗଦଲପୁର-ହାୱଡା ସମଲେଶ୍ବରୀ ଏକ୍ସପ୍ରେସ୍‌ ବି ଅକ୍ଟୋବର ୧୨ରୁ ୧୫ ପର୍ଯ୍ୟନ୍ତ ବାତିଲ ‌ହୋଇଛି।

ଏହି ସବୁ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି  :

ସେହିପରି ଆଉ କିଛି ଟ୍ରେନର ଗତିପଥ ମଧ୍ୟ ଆଜିଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ  ପରିବର୍ତ୍ତନ କରାଯାଇଛି । ସେହି ଟ୍ରେନ୍ ଗୁ଼ଡିକ ହେଲା, ପୁରୀ-ଯୋଗନଗରୀ ରିଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ସମ୍ବଲପୁର ରୁଟ୍ ଦେଇ ଚଳାଚଳ କରିବ। ସେହିପରି, ଆସନ୍ତାକାଲି ଓ ଅକ୍ଟୋବର ୧୪ରେ ଚଳାଚଳ କରିବାକୁ ଥିବା ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଭଦ୍ରକ, ମେଦିନାପୁର, ଆଦ୍ରା, ଭୋଜୁଡି‌ହି ,କଟକ, ଯାଜପୁର ଓ କେନ୍ଦୁଝର ରୋଡ ଦେଇ ଗଡିବ। ୧୧ ଅକ୍ଟୋବରୁ ଚାଲିବାକୁ ଥିବା ଏର୍ଣ୍ଣାକୁଲମ୍‌-ଟାଟାନଗର ଏକ୍ସପ୍ରେସ୍‌  ଜରୋଲି, ରାଜଖରସୁଆଁ ,କଟକ, ଜଖପୁରରା, ନୟାଗଡ଼ ଦେଇ ଚାଲିବ।  ୧ ଅକ୍ଟୋବରୁ ଚାଲିବାକୁ ଥିବା ଜମ୍ମୁତୱି-ସମ୍ବଲପୁର ଏକ୍ସପ୍ରେସ୍‌ ସମ୍ବଲପୁର ଯିବା ପରିବର୍ତ୍ତେ ହଟିଆ ରୁଟ୍ ପର୍ଯ୍ୟନ୍ତ ଆସିବ।

 

Read More
{}{}