Hindi News >>Home >>Odisha Trending

Train Seat Types: ବିଭିନ୍ନ ପ୍ରକାରର ହୋଇଥାଏ ଟ୍ରେନ ସିଟ୍; ଯାତ୍ରା ପୂର୍ବରୁ ସିଟ୍ ବିଷୟରେ ଜାଣିରଖନ୍ତୁ

Train Seat Position: ରେଳଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବିଭିନ୍ନ ଧରଣର ସିଟ୍ ଉପଲବ୍ଧ ହୋଇଥାଏ। ଅନେକ ଥର ସିଟ୍ ବୁକିଂ କରିବା ସମୟରେ ଲୋକେ କେଉଁ ସିଟ୍ ବୁକ୍ କରିବେ ତାହାକୁ ନେଇ ଅସୁବିଧାରେ ପଡ଼ିଥାନ୍ତି।

Advertisement
Train Seat Types: ବିଭିନ୍ନ ପ୍ରକାରର ହୋଇଥାଏ ଟ୍ରେନ ସିଟ୍; ଯାତ୍ରା ପୂର୍ବରୁ ସିଟ୍ ବିଷୟରେ ଜାଣିରଖନ୍ତୁ
Stop
Zee Odisha Desk|Updated: Jul 29, 2023, 06:51 PM IST

Types of Train Seat: ଟ୍ରେନ୍ ଯାତ୍ରା ରୋମାଞ୍ଚରେ ପରିପୂର୍ଣ୍ଣ ହୋଇଥାଏ। ଯାତ୍ରା ସମୟରେ ଆପଣ ଅନେକ ଲୋକଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି। ଯାତ୍ରା ସମୟରେ ବିଭିନ୍ନ ବିଭିନ୍ନ ଅଞ୍ଚଳର ଭୌଗୋଳିକ ଅବସ୍ଥିତି ଦେଖିବାକୁ ପାଇଥାନ୍ତି। ହେଲେ କ'ଣ ଆପଣ ଟ୍ରେନ ଯୋଗେ ଯାତ୍ରା କରିବା ଆପଣ ବସିବା ପାଇଁ ବ୍ୟବାହର କରୁଥିବା ସିଟ ଉପରେ ନଜର ପକାଇଛନ୍ତି। ଟ୍ରେନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବିଭିନ୍ନ ଧରଣର ସିଟ୍ ଉପଲବ୍ଧ ହୋଇଥାଏ। ଅନେକ ଥର ଟିକେଟ୍ ବୁକିଂ କରିବା ସମୟରେ ଲୋକେ କେଉଁ ସିଟ୍ ବୁକ୍ କରିବେ ତାହାକୁ ନେଇ ଅନେକ ସମୟୟରେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଏବେ ଆମେ ଆପଣଙ୍କ ବିଭିନ୍ନ ପ୍ରକାରର ଟ୍ରେନ୍ ସିଟ୍ ବିଷୟରେ କହୁଛୁ।

ଏସି କୋଚ୍
ଯାତ୍ରୀବାହୀ ରେଳଗାଡି଼ରେ ୩ ପ୍ରକାରର ଶୀତତାପ ନିୟନ୍ତ୍ରିତ କୋଚ୍ (Air Conditioned Coach) ରହିଥାଏ। ଏହି ଏସି କୋଚ ତୃତୀୟ ଶ୍ରେଣୀ (AC 3 Tier Coach), ଦ୍ୱିତୀୟ ଶ୍ରେଣୀ (AC 2 Tier Coach) ଏବଂ ପ୍ରଥମ ଶ୍ରେଣୀ ବର୍ଗରେ (AC 1 Tier Coach) ବିଭକ୍ତ ହୋଇଥାଏ। ତୃତୀୟ ଶ୍ରେଣୀର ଏସି କୋଚ ମଧ୍ୟରେ ଗୋଟିଏ ପାର୍ଶ୍ୱରେ ୩-୩ ଲେଖାଁଏ ସିଟ୍ ରହିଥାଏ। ଏହା ସହିତ ଏହାର ଉପର ଏବଂ ତଳ ପାର୍ଶ୍ୱରେ ସିଟ୍ (Side Lower Side Upper Seat) ରହିଥାଏ। ଯେଉଁଠି ଦ୍ୱିତୀୟ କିମ୍ବା ପ୍ରଥମ ଶ୍ରେଣୀ କୋଚ ମଧ୍ୟରେ କୌଣସି ମଧ୍ୟମ ସିଟ୍ (Middle Berth) ନାହିଁ। ହେଲେ ତଥାପି ଏହାର ଉପର ଏବଂ ନିମ୍ନ ପାର୍ଶ୍ୱରେ କେବଳ ଦୁଇଟି ଲେଖାଁଏ ସିଟ୍ ରହିଥାଏ। ଏହି ଦୁଇଟି ସିଟ୍ ବ୍ୟତୀତ ପ୍ରଥମ ଶ୍ରେଣୀ ଏସି କୋଚ ମଧ୍ୟରେ କ୍ୟାବିନ ନିର୍ମିତ (AC 1 Tier Coach Cabin) ହୋଇଥାଏ। ଯେଉଁଥିରେ ଦୁଇଟି ସିଟ୍ ପରସ୍ପର ଆଡକୁ ମୁହାଁଇଥାନ୍ତି। ଏହି କୋଚ ମଧ୍ୟରେ କୌଣସି ଉପର କିମ୍ବା ତଳ ସିଟ୍ ନଥାଏ। 

ସ୍ଲିପର କୋଚ 
ସ୍ଲିପର୍ କୋଚ (Sleeper Coach) ମଧ୍ୟରେ ୫ ପ୍ରକାରର ସିଟ୍ ରହିଥାଏ। ଏହାର ଉପରେ ଗୋଟିଏ ସିଟ୍ ଉପରେ, ମଧ୍ୟ ଭାଗରେ ଗୋଟିଏ ସିଟ୍ ଏବଂ ତଳ ଭାଗରେ ଗୋଟିଏ ସିଟ୍ ରହିଥାଏ। ଯାହାର ଅର୍ଥ ହେଉଛି ତିନୋଟି ସିଟ୍ ମୁହାଁମୁହିଁ ହୋଇ ରହିଥାଏ। ଏହା ବ୍ୟତୀତ ପାର୍ଶ୍ୱରେ ଉପର ଏବଂ ତଳ ଭାଗରେ ଗୋଟିଏ ଲେଖାଁଏ ସିଟ୍ ରହିଥାଏ। ଏହି କୋଚ ସିଟ୍ ପାଇବା ପାଇଁ ଯାତ୍ରୀଙ୍କୁ ପ୍ରଥମେ ସିଟ୍ ସଂରକ୍ଷିତ (Train Seat Reservation) କରିବାକୁ ପଡ଼ିଥାଏ। ସଂରକ୍ଷଣ ପରେ ଯାତ୍ରୀଙ୍କୁ ସିଟ୍ ମିଳିଥାଏ। ଯାହାର ଅର୍ଥ ହେଉଛି ଆପଣଙ୍କ ଆସନରେ ଅନ୍ୟ କେହି ବସିପାରିବେ ନାହିଁ। ଏହି ନିୟମ ଏସି କୋଚ ପାଇଁ ମଧ୍ୟ ଲାଗୁ ହୋଇଥାଏ।

ଜେନେରାଲ ବଗି  
ଜେନେରାଲ ବଗି (General Coach) ମଧ୍ୟରେ ଭ୍ରମଣ ପାଇଁ ନିଶ୍ଚିତ ହୋଇଥିବା ବର୍ଥ ଉପଲବ୍ଧ ହୋଇନଥାଏ। ତାହା ହେଉଛି ଆପଣ ନେଇଥିବା ଟିକେଟ୍ ଉପରେ ନିର୍ଭର କରି ଆପଣ ଏହି ବିଭାଗରେ ଭ୍ରମଣ କରିବାର ସୁଯୋଗ ପାଇବେ। ଆପଣ ଯେଉଁଠାରେ ଆସନ ପାଇବେ ସେଠାରେ ଆପଣ ବସିପାରିବେ। ଏହି ବିଭାଗରେ ଏକ ଲମ୍ବା ସିଟ୍ ରହିଛି। ଯେଉଁଠାରେ ୫-୬ ଜଣ ଲୋକ ବସିପାରିବେ।

ଚେୟାର କାର୍ କୋଚ୍ 
ସ୍ୱଳ୍ପ ଦୂରତା ଅତିକ୍ରମ କରିବା ପାଇଁ ଟ୍ରେନ ଚେୟାର କାର୍ କୋଚ୍ (Chair Car Coach) ସ୍ଥାପିତ ହୋଇଥାଏ। ସେଠାରେ କିଛି ଟ୍ରେନ୍ ଅଛି ଯେଉଁଥିରେ ସ୍ଥାୟୀ ଚେୟାର କାର୍ କୋଚ୍ ରହିଛି। ଏଥିରେ କ୍ରମାଗତ ୫ ସିଟ୍ ରହିଥାଏ। ଯେଉଁଠି ତିନୋଟି ଏବଂ ଦୁଇଟି ସିଟ୍ ପୃଥକ ପୃଥକ ଭାବରେ ଅଲଗା ରହିଥାଏ। ପ୍ରିମିୟମ ଟ୍ରେନ ପ୍ରିମିୟମ କୋଚ ମଧ୍ୟରେ ଲଗାତାର ଚାରିଟି ଆସନ ରହିଥାଏ। ଏହି ଆସନକୁ ସହଜରେ ପଛକୁ ଘୁଞ୍ଚାଯାଇ ପାରିବ।

 

Read More
{}{}