Hindi News >>Home >>Odisha Trending

'ଜୟ ଶ୍ରୀ ରାମ' ନାମ ସହ ଅଯୋଧ୍ୟାକୁ ଉଡିଲା ପ୍ରଥମ ବିମାନ, ଯାତ୍ରୀଙ୍କୁ କରାଗଲା ଏପରି ସ୍ୱାଗତ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅଯୋଧ୍ୟାର ମହର୍ଷୀ ବାଲ୍ମିକୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଉଦ୍ଘାଟନ ହେବା ପରେ ରାଜଧାନୀ ଦିଲ୍ଲୀରୁ ଧାର୍ମିକ ସହର ଅଯୋଧ୍ୟାକୁ ବିମାନ ସେବା ଆରମ୍ଭ ହୋଇଛି । ଏହି ଅବସରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଇଣ୍ଡିଗୋ ବିମାନର କ୍ୟାପଟେନ ଆଶୁତୋଷ ଶେଖର 'ଜୟ ଶ୍ରୀରାମ' କହିବ

Advertisement
'ଜୟ ଶ୍ରୀ ରାମ' ନାମ ସହ ଅଯୋଧ୍ୟାକୁ ଉଡିଲା ପ୍ରଥମ ବିମାନ, ଯାତ୍ରୀଙ୍କୁ କରାଗଲା ଏପରି ସ୍ୱାଗତ...
Stop
Soubhagya Ranjan Mishra|Updated: Dec 30, 2023, 09:55 PM IST

First Flight To Ayodhya Airport: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅଯୋଧ୍ୟାର ମହର୍ଷୀ ବାଲ୍ମିକୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଉଦ୍ଘାଟନ ହେବା ପରେ ରାଜଧାନୀ ଦିଲ୍ଲୀରୁ ଧାର୍ମିକ ସହର ଅଯୋଧ୍ୟାକୁ ବିମାନ ସେବା ଆରମ୍ଭ ହୋଇଛି । ଏହି ଅବସରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଇଣ୍ଡିଗୋ ବିମାନର କ୍ୟାପଟେନ ଆଶୁତୋଷ ଶେଖର 'ଜୟ ଶ୍ରୀରାମ' କହିବା ସହିତ ଯାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ଏଏନଆଇ ପେଜରେ ଏକ ଭିଡିଓ ଅପଲୋଡ ହୋଇଥିବା ସମୟରେ ଏପରି କିଛି ଦୃଶ୍ୟ ସମସ୍ତଙ୍କ ହୃଦୟକୁ ପ୍ରଭାବିତ କରିଥିବା ଦେଖିବାକୁ ମିଳିଛି ।

ଇଣ୍ଡିଗୋ ବିମାନର କ୍ୟାପଟେନ୍ ଆଶୁତୋଷ ଶେଖର ଯାତ୍ରୀମାନଙ୍କୁ କହିଛନ୍ତି ଯେ, ମୋ ପାଇଁ ବଡ ଭାଗ୍ୟର ବିଷୟ ଏହା ଯେ, ଆଜି ପରି ଦିନରେ ମୁଁ ପ୍ରଥମ ଉଡାଣ ଅଯୋଧ୍ୟାକୁ କରୁଛି । ବିମାନର ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ଯାତ୍ରା ନିଶ୍ଚିତ ଖୁବ ଶୁଭ ହେବ ବୋଲି କହିଥିଲେ ପାଇଲଟ ଆଶୁତୋଷ । ଏହା ପରେ ସମସ୍ତ ଯାତ୍ରୀମାନେ ବିମାନରେ 'ଜୟ ଶ୍ରୀରାମ' କହି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥିଲେ ।

କେବଳ ସେତିକି ନୁହେଁ ବିମାନ ମଧ୍ୟରେ କିଛି ଯାତ୍ରୀ ଶ୍ରୀରାମଙ୍କ ପରମ ଭକ୍ତ ତଥା ସଙ୍କଟ ମୋଚନ ପ୍ରଭୁ ହନୁମାନଙ୍କ ଚାଲିସା ପାଠ କରିଥିଲେ । ଯେତେବେଳେ ବିମାନଟି ରନୱେକୁ ଯାଇଥିଲା ସେତେବେଳେ ଯାତ୍ରୀମାନେ ସ୍ୱରରେ ସ୍ୱର ମିଶାଇ 'ଜୟ ଶ୍ରୀରାମ' କହିଥିଲେ  । ଏହି ଅବସରରେ କିଛି ଯାତ୍ରୀ ନିଜର ପ୍ରତିକ୍ରିୟା ରଖିଥିଲେ । ଜଣେ ଯାତ୍ରୀ ନିଜର ଅନୁଭୂତି ବାଣ୍ଟି କହିଛନ୍ତି ଯେ, ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବା ଖବର ମତେ ଅତ୍ୟନ୍ତ ଖୁସି ପ୍ରଦାନ କରିଛି । ତେଣୁ ମୁଁ ଅତ୍ୟନ୍ତ ଉତ୍ସାହିତ ଅଛି ଏବଂ ନିଶ୍ଚିତ ଭାବରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ଆଶିର୍ବାଦ ଲାଭ କରିବି । ସେହିପରି କର୍ଣ୍ଣାଟକରୁ ଆସିଥିବା ଆଉ ଜଣେ ବିମାନଯାତ୍ରୀ ବିମାନ ସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅତ୍ୟନ୍ତ ଧନ୍ୟବାଦ ଜଣାଇଛନ୍ତି । ଏହା ଏକ ଐତିହାସିକ ଦିନ ବୋଲି ଯାତ୍ରୀଜଣକ କହିଛନ୍ତି । ଅନ୍ୟଜଣେ ଯାତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି କାର୍ଯ୍ୟ ଏକ ସ୍ୱପ୍ନ ପୂରଣ ହେବା ପରି କଥା । ସ୍ୱପ୍ନ ଆଜି ବାସ୍ତବତାର ରୂପ ନେଇଛି ବୋଲି ବିମାନଯାତ୍ରୀ କହିଛନ୍ତି ।

Also Read- Vigilance Raid: ଭିଜିଲାନ୍ସ ଜାଲରେ ଧରାପଡିଲେ ମୟୁରଭଞ୍ଜର ଲାଞ୍ଚୁଆ ଅଫିସର

Also Read- ଓଡ଼ିଶାର ଏହିସବୁ ଷ୍ଟେସନ୍‌ରେ ଅଟକିବ ଅମୃତ ଭାରତ ସୁପରଫାଷ୍ଟ୍ ଏକ୍ସପ୍ରେସ୍

Read More
{}{}