Hindi News >>Home >>Odisha Trending

National News in Odia: ନାବାଳିକା ଛାତ୍ରୀଙ୍କୁ ବିବାହ କରି ବନ୍ଧା ହେଲା ରସିକିଆ ଶିକ୍ଷକ

National News in Odia:  ନାବାଳିକା ଛାତ୍ରୀଙ୍କୁ ବିବାହ କରିବାକୁ ଯାଇ ବନ୍ଧା ହୋଇଛି ରସିକିଆ ଶିକ୍ଷକ । ଅଭିଯୁକ୍ତ ଶିକ୍ଷକ ଚଲପତିକୁ(୩୩)କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଏକ ଘରୋଇ ଇଣ୍ଟର କଲେଜରେ କାମ କରୁଥିଲେ । ତାଙ୍କ ବିରୋଧରେ ଯୌନ ଅପରାଧ ସହ ଶିଶୁ ସୁରକ୍ଷା ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 02, 2023, 04:21 PM IST

National News in Odia: ଗୁରୁ ଶିଷ୍ୟ ସଂପର୍କରେ ଲାଗିଲା କଳଙ୍କ । ଗୁରୁଙ୍କୁ ଭଗବାନ ବୋଲି ବିବେଚନା କରାଯାଇଥାଏ । କାରଣ ବାପା ମାଆଙ୍କ ପରେ ଗୁରୁ ବା ଶିକ୍ଷକ ହିଁ ଛାତ୍ରଛାତ୍ରୀଙ୍କ ମାର୍ଗଦଶକ ସାଜିଥାଆନ୍ତି । ତେବେ ଅନେକ ସମୟରେ ଏପରି ଘଟଣା ସାମ୍ନାକୁ ଆସିଥାଏ ଯେଉଁଥି ପାଇଁ ଏହି ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ କଳଙ୍କ ଲାଗିବା ସହ ପ୍ରଶ୍ନ ଉଠିଥାଏ । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ନାବାଳିକା ଛାତ୍ରୀଙ୍କୁ ବିବାହ କରିବାକୁ ଯାଇ ବନ୍ଧା ହୋଇଛି ରସିକିଆ ଶିକ୍ଷକ । ଏନେଇ ରବିବାର ଦିନ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଶିକ୍ଷକ ଚଲପତିକୁ(୩୩)କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ଏକ ଘରୋଇ ଇଣ୍ଟର କଲେଜରେ କାମ କରୁଥିଲେ । ତାଙ୍କ ବିରୋଧରେ ଯୌନ ଅପରାଧ ସହ ଶିଶୁ ସୁରକ୍ଷା ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।

ସୂଚନାଅନୁଯାୟୀ, ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର(Andhra Pradesh) ଚିତ୍ତୋର ଜିଲ୍ଲା ଗଙ୍ଗାବରମ ମଣ୍ଡଳ ଅଞ୍ଚଳରେ । ଏସଆଇ ସୁଧାକର ରେଡ୍ଡୀ ସୂଚନା ଦେଇ କହିଛନ୍ତି ଯେ, ବୁଧବାର ଦିନ ନାବାଳିକାଙ୍କର ଶେଷ ପରୀକ୍ଷା ଥିଲା । ପରୀକ୍ଷା ସରିବା ପରେ ଯାହା ପରେ ଅଭିଯୁକ୍ତ ୧୭ ବର୍ଷିୟା ନାବାଳିକା ଛାତ୍ରୀଙ୍କୁ ତିରୂପତିକୁ ନେଇଥିଲେ। ସେ ନାବାଳିକାଙ୍କୁ କହିଥିଲେ ଯେ, ସେ ଜଣେ ଭଲ ମଣିଷ ଅଟନ୍ତି । ତାଙ୍କୁ ବିଶ୍ୱାସ କରିବା ଉଚିତ୍, ସେ ତାଙ୍କର ଭଲ ଭାବେ ଯତ୍ନ ନେବେ। ଏଭଳି ଭାବେ ବିଭିନ୍ନ ଆଳ ଦେଖାଇ ସେ ଛାତ୍ରୀଙ୍କୁ ବିବାହ କରିବା ନେଇ ରାଜି କରେଇଥିଲେ । ପରେ ଦୁହେଁ ତିରୁପତିଙ୍କ ମନ୍ଦିରରେ ବିବାହ କରିଥିଲେ। ପରେ ନାବାଳିକାଙ୍କୁ(Minor Girl) ତାଙ୍କ ଆଚରଣରେ ପରିବର୍ତ୍ତନ ଦେଖିଥିଲେ । ଏହାପରେ ସେ ଏନେଇ ତାଙ୍କ ପିତାମାତାଙ୍କୁ ପୂରା ଘଟଣା ବିଷୟରେ ଜଣାଇଥିଲେ। ନାବାଳିକା ଜଣଙ୍କ ଗୁରୁବାର ଦିନ ରାତିରେ ପିତାମାତାଙ୍କ ସହ ଆସି ଗଙ୍ଗାବରମ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ । ପ୍ରକାଶଥାଉ କି, ଅଭିଯୁକ୍ତ ଶିକ୍ଷକ ପୂର୍ବରୁ ବିବାହିତ ଥିବାବେଳେ ତାର ଗୋଟେ ଝିଅ ମଧ୍ଯ ରହିଛି । ବିବାହିତ ହୋଇଥିବା ସତ୍ତ୍ବେ ଅଭିଯୁକ୍ତ ବିଭିନ୍ନ ବାହାନା କରି ନାବାଳିକାଙ୍କୁ ବିବାହ କରିଥିଲା । ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତକୁ ପୋକସୋ(Posco) ଆକ୍ଟ ଅନୁଯାୟୀ ଗିରଫ କରାଯାଇ କୋର୍ଟରେ ହାଜର ଚାଲଣ କରାଯାଇଛି।

ପ୍ରକାଶ ଥାଉ କି, ନିକଟରେ ତେଲକୋଇ ଅଞ୍ଚଳରେ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରି ବନ୍ଧା ହୋଇଥିଲେ ରସିକିଆ ପ୍ରଧାନ ଶିକ୍ଷକ । ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଅସଦାଚରଣ କରିବା ସହ ଖରାପ ବ୍ୟବହାର କରୁଥିବା ନେଇ ଛାତ୍ରୀ ଅଭିଯୋଗ କରିଥିଲେ । ଉକ୍ତ ବିଦ୍ୟାଳୟର ପ୍ରାୟ ୧୨ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତି ବାରମ୍ବାର ଖରାପ ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଥିଲେ । ଘଟଣା ଲୋକଲୋଚନକୁ ଆସିବା ପରେ ଗ୍ରାମବାସୀମାନେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ପୋଲିସର ଜିମା ଦେଇଥିଲେ ।  ସେହିପରି ଗତ ଫେବୃୟାରୀ ମାସରେ ରାଉରକେଲାର ଏକ କୋଚଂ ସେଣ୍ଟରରେ ଶିକ୍ଷକତା କରୁଥିବା ଉଦୟ ପ୍ରକାଶ ବୋଇତଙ୍କ ନାମରେ ଛାତ୍ରୀ ସଙ୍ଗୀନ ଅଭିଯୋଗ ଆଣିଥିଲେ । ପାଠ ପଢାଇବା ସମୟରେ ଶିକ୍ଷକ ଦୁର୍ବ୍ୟହାର କରୁଥିବା ନେଇ ଛାତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ । ଛାତ୍ରୀଙ୍କ ପରିବାର ଲୋକେ ଏନେଇ ଜାଣିବା ପରେ କୋଚଂ ସେଣ୍ଟରରେ ପହଞ୍ଚି ଶିକ୍ଷକଙ୍କୁ ମାଡ଼ ମାରି ପୋଲିସର ଜିମା ଦେଇଥିଲେ । ପରେ ପୋଲିସ ଅଭିଯୁକ୍ତ ନାମରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା ।

Also Read-Sambalpur Accident: ଶାସନ କେନାଲରେ ବରଯାତ୍ରୀ ଗାଡ଼ି ଓଲଟି ୭ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

 

 

 

{}{}