Hindi News >>Home >>Odisha Trending

Tamil Nadu Governor: ଏହି ରାଜ୍ୟର ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ, ସୃଷ୍ଟି ହେଲା ରାଜନୈତିକ ଝଡ଼!

Tamil Nadu Governor:  ଡିଏମକେ ଆଇଟି ୱିଙ୍ଗ ଓ ଦଳର ସମର୍ଥକମାନେ #ତାମିଲନାଡୁ ପୋଷ୍ଟ କରିବା ଆରମ୍ଭ କଲେ । ଏହି ସମୟରେ ଡିଏମକେ କୋଷାଧ୍ୟକ୍ଷ ତଥା ସାଂସଦ ଟିଆର ବାଲୁ ରାଜ୍ୟପାଳଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜ୍ୟପାଳ ଆରଏନ୍ ରବିଙ୍କୁ ଭାରତୀୟ ଜନତା ପାର୍ଟିର ଦ୍ୱିତୀୟ ପ୍ରଦେଶାଧ୍ୟକ୍ଷ ଭାବରେ କାର୍ଯ୍ୟ ବନ୍ଦ କରିବା ଆବଶ୍ୟକ । 

Advertisement
Tamil Nadu Governor: ଏହି ରାଜ୍ୟର ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ, ସୃଷ୍ଟି ହେଲା ରାଜନୈତିକ ଝଡ଼!
Stop
Tamal Bakchi|Updated: Jan 07, 2023, 04:40 PM IST

Tamil Nadu Governor: ତାମିଲନାଡୁର ରାଜ୍ୟପାଳ (Tamil Nadu Governor) ଆରଏନ୍ ରବି (RN Ravi) ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି । ରାଜ୍ୟପାଳ ଆରଏନ୍ ରବି କହିଛନ୍ତି ଯେ, ରାଜ୍ୟର ନାମ ଥମିଝାଗାମ (Thamizhagam) ତାମିଲନାଡୁ (Tamil Nadu) ଅପେକ୍ଷା ଅଧିକ ଉପଯୁକ୍ତ ହେବ । ଯାହା ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ରାଜ୍ୟପାଳ ଆରଏନ୍ ରବିଙ୍କ ମନ୍ତବ୍ୟ ପରେ ଟ୍ୱିଟରରେ #TamilNadu ଟ୍ରେଣ୍ଡ କରିବାକୁ ଲାଗିଥିଲା । ଡିଏମକେ ଆଇଟି ୱିଙ୍ଗ ଓ DMK ଦଳର ସମର୍ଥକମାନେ #ତାମିଲନାଡୁ ପୋଷ୍ଟ କରିବା ଆରମ୍ଭ କଲେ । ଏହି ସମୟରେ ଡିଏମକେ କୋଷାଧ୍ୟକ୍ଷ ତଥା ସାଂସଦ ଟିଆର ବାଲୁ (TR Balu) ରାଜ୍ୟପାଳଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜ୍ୟପାଳ ଆରଏନ୍ ରବିଙ୍କୁ ଭାରତୀୟ ଜନତା ପାର୍ଟି (BJP) ର ଦ୍ୱିତୀୟ ପ୍ରଦେଶାଧ୍ୟକ୍ଷ ଭାବରେ କାର୍ଯ୍ୟ ବନ୍ଦ କରିବା ଆବଶ୍ୟକ ।

ଟିଆର ବାଲୁ (TR Balu) କହିଛନ୍ତି ଯେ, "ରାଜ୍ୟପାଳ (Tamil Nadu Governor) ଆରଏନ୍ (RN Ravi) ରବି ଦ୍ୱନ୍ଦ୍ୱ, ବିଭାଜନ ଏବଂ ସଂଘର୍ଷ ସୃଷ୍ଟି କରିବା ପାଇଁ ଦୈନିକ ଆଧାରରେ କିଛି ବିବାଦୀୟ ମନ୍ତବ୍ୟ ଦିଅନ୍ତି । ସେ କହିଛନ୍ତି ଯେ ଦ୍ରାବିଡ଼ ରାଜନୀତିର ୫୦ ବର୍ଷ ମଧ୍ୟରେ ଲୋକଙ୍କୁ ଧୋକା ଦିଆଯାଇଛି, ଏହା ଅତ୍ୟନ୍ତ ନିନ୍ଦନୀୟ କାରଣ ତାଙ୍କୁ ଏହା ରାଜ ଭବନରୁ ନୁହେଁ ବରଂ ବିଜେପି ରାଜ୍ୟ ମୁଖ୍ୟାଳୟ କମଲାଲାୟମରୁ କହିବା ଉଚିତ୍ ।" ଡିଏମକେ ସାଂସଦ ଟିଆର ବାଲୁ ଆହୁରି କହିଛନ୍ତି ଯେ, "ରାଜ୍ୟପାଳ କହୁଛନ୍ତି କି ପ୍ରତ୍ୟେକ ସ୍ତରର ପ୍ରତ୍ୟେକ ବ୍ୟକ୍ତି ନିଜକୁ ଜଣେ ଭାରତୀୟ ବୋଲି ଭାବିବା ଉଚିତ୍ । ଆଜ୍ଞା ହଁ, ଜଣେ ଭାରତୀୟ ଭାବରେ ଏକତା ଭାବିବାରେ କିଛି ଭୁଲ୍ ନାହିଁ । କିନ୍ତୁ କଣ ରାଜ୍ୟପାଳ ଧାର୍ମିକ ରାଜନୀତି, ବର୍ଣ୍ଣାସନମ୍, ସନାତନମ୍ ବିରୋଧରେ ପ୍ରଶ୍ନ ଉଠାଇ ପାରିବେ କି, ଯାହା ସମସ୍ତ ଏକତାର ବିରୋଧୀ ।"

ଅଧିକ ପଢ଼ନ୍ତୁ:-ଚାକିରି କରୁଥିବା ପୁରୁଷ ମାନଙ୍କ ପାଇଁ ବଡ଼ ଖୁସି ଖବର! ଏଣିକି ବାପା ହେବାରୁ ମିଳିବ ୩ ମାସର ଛୁଟି

ଅଧିକ ପଢ଼ନ୍ତୁ:-କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର; ଋଷଭ ପନ୍ତଙ୍କୁ ନେଇ ଆସିଲା ବଡ଼ ଅପଡେଟ୍

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ହଠାତ୍ ହେବାକୁ ଯାଉଛି ଏହି ଖତରନାକ୍ ଖେଳାଳିଙ୍କ ଏଣ୍ଟ୍ରି! ରାହୁଲ ଦ୍ରାବିଡ ଦେଲେ ବଡ଼ ଅପଡେଟ୍

ଏହାପୂର୍ବରୁ ବୁଧବାର କାଶୀ-ତାମିଲ ସଙ୍ଗମର ଆୟୋଜକ ତଥା ସ୍ୱୟଂ ସେବକ ମାନଙ୍କୁ ସମ୍ମାନିତ କରିବା ପାଇଁ ରାଜ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ (Tamil Nadu Governor) ଆରଏନ୍ ରବି (RN Ravi) କହିଛନ୍ତି ଯେ, "ଦୁର୍ଭାଗ୍ୟବଶତଃ ତାମିଲନାଡୁରେ ଏକ ପ୍ରତିକ୍ରିୟାଶୀଳ ରାଜନୀତି ରହିଛି କି ଆମେ ହେଉଛୁ ଦ୍ରାବିଡ଼ ଓ ସମ୍ବିଧାନର ଆଧାର ଉପରେ ଆମକୁ ଏକାଠି କରାଯାଇଛି । ଅର୍ଦ୍ଧ ଶତାବ୍ଦୀରେ ସଂପୂର୍ଣ୍ଣ ପ୍ରୟାସ କରାଯାଇଛି କି ଏହି ନେରେଟିଭକୁ ପୃଷ୍ଟି କରାଯାଉ କି ଆମେ ରାଷ୍ଟ୍ରର ଅଂଶ ନୁହେଁ, ରାଷ୍ଟ୍ରର ଅଭିନ୍ନ ଅଙ୍ଗ ।  ଏବଂ ଏକ ଭିନ୍ନ ପ୍ରକାରର କାହାଣୀ ମଧ୍ୟ ସୃଷ୍ଟି କରାଯାଇଛି । ଯାହା ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ, ତାମିଲନାଡୁ ଏହାକୁ 'ନା' କହିଥାଏ ।"

ରାଜ୍ୟପାଳ ଆଗକୁ କହିଛନ୍ତି ଯେ, "ଏହା ଏକ ଅଭ୍ୟାସରେ ପରିଣତ ହୋଇଛି । ଅନେକ ଗବେଷଣା ଲେଖାଯାଇଛି - ସମସ୍ତ ମିଛ ଓ ଶସ୍ତା ଉପନ୍ୟାସ । ଏହାକୁ ଭାଙ୍ଗିବା ଉଚିତ୍ । ସତ୍ୟର ଜୟ ହେବା ଜରୁରୀ । ବାସ୍ତବରେ ତାମିଲନାଡୁ ହେଉଛି ସେହି ଭୂମି ଯାହା ଭାରତର ଆତ୍ମାକୁ ଧାରଣ କରିଥାଏ । ଏହା ହେଉଛି ଭାରତର ପରିଚୟ । ପ୍ରକୃତରେ ଥାମିଝଗାମ୍ ଏହାକୁ କହିବା  ଉପଯୁକ୍ତ ଶବ୍ଦ ହେବ ।"

Read More
{}{}