Hindi News >>Home >>Odisha Trending

T20 World Cup: ନେଦରଲ୍ୟାଣ୍ଡକୁ ୧୮୦ର ଟାର୍ଗେଟ ଦେଲା ଭାରତ

ଭାରତ ଧାର୍ଯ୍ୟ ଓଭରରେ ଦୁଇ ଓ୍ୱିକେଟ ହରାଇ ୧୭୯ ରନ କରିଥିଲା। 

Advertisement
T20 World Cup: ନେଦରଲ୍ୟାଣ୍ଡକୁ ୧୮୦ର ଟାର୍ଗେଟ ଦେଲା ଭାରତ
Stop
Prabhudatta Moharana|Updated: Oct 27, 2022, 02:22 PM IST

T20 world cup: ନୂଆଦିଲ୍ଲୀ: ଚଳିତ ବିଶ୍ୱକପର ୨୩ତମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ଭେଟିଛି ଭାରତ। ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଧାର୍ଯ୍ୟ ଓଭରରେ ଦୁଇ ଓ୍ୱିକେଟ ହରାଇ ୧୭୯ ରନ କରିଥିଲା। ଭାରତ ପକ୍ଷରୁ କେଏଲ ରାହୁଲ ଓ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ।

କିନ୍ତୁ ଦଳ ପାଇଁ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ କେଏଲ ରାହୁଲ। ୧୨ ବଲ ଖେଳି ମାତ୍ର ୯ ରନ କରିଥିଲେ ରାହୁଲ। କିନ୍ତୁ ରୋହିତ ଶର୍ମା ଓ ବିରାଟ କୋହଲି ଦଳ ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ରୋହିତ ଶର୍ମା ୩୯ ବଲରେ ୫୩ରନ କରିଥିଲେ। ଉଭୟଙ୍କ ଭାଗିଦାରୀରେ ଦଳୀୟ ସ୍କୋରରେ ୮୪ ରନ ଯୋଡ଼ି ହୋଇଥିଲା। ପରେ ରୋହିତ ଶର୍ମା ଆଉଟ ହେବା ପରେ ତାଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ମୈଦାନକୁ ଓହ୍ଲାଇଥିଲେ। 

ଉଭୟ ବିରାଟ ଓ ସୂର୍ଯ୍ୟକୁମାରଙ୍କ ଭାଗୀଦାରିରେ ଦଳ ୧୭୯ ରନ କରିପାରିଥିଲା। ସୂର୍ଯ୍ୟ କୁମାର ୫୧ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ବ୍ୟକ୍ତିଗତ ୬୨ ରନ କରି ଅପରାଜିତ ରହିଥିଲେ। ନେଦରଲ୍ୟାଣ୍ଡ ପକ୍ଷରୁ ଫ୍ରେଡ଼ କ୍ଲାସେନ (ରୋହିତଙ୍କୁ ଆଉଟ କରିଥିଲେ) ଓ ପଲ ମିକେରେନ (ରାହୁଲଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ) ଗୋଟିଏ ଲେଖାଏଁ ଓ୍ୱିକେଟ ହାତେଇ ଥିଲେ। 

Read More
{}{}