Hindi News >>Home >>Odisha Trending

T20 World Cup 2022: କାହାକୁ ମିଳିବ ସେମିଫାଇନାଲ ଟିକେଟ, କଣ କହୁଛି ସମୀକରଣ

ଗ୍ରୁପ-୧ରେ ନ୍ୟୁଜିଲାଣ୍ଡ ଦଳ ସେମିଫାଇନାଲରେ ଏକ ପ୍ରକାର ସ୍ଥାନ ପକ୍କା କରିସାରିଛି। ଏହା ବ୍ୟତୀତ ଦ୍ୱିତୀୟ ଦଳ କିଏ ହେବ ଯିଏ ସେମିଫାଇନାଲରେ ପ୍ରବେଶ କରିବ। ଏନେଇ କୌଣସି ଚିତ୍ର ଏକ ସ୍ପଷ୍ଟ ହୋଇ ନାହିଁ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଉଭୟ ଦଳ ସେମି ଦୌଡ଼ରେ ରହିଛନ୍ତି। 

Advertisement
T20 World Cup 2022: କାହାକୁ ମିଳିବ ସେମିଫାଇନାଲ ଟିକେଟ, କଣ କହୁଛି ସମୀକରଣ
Stop
Prabhudatta Moharana|Updated: Oct 29, 2022, 08:28 PM IST

T20 World Cup: ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ବର୍ଷା ଭିଲିଆନ ସାଜିଛି। ବର୍ଷା କାରଣରୁ ଅଧିକାଂଶ ଧିରେ ଧିରେ ବାତିଲ ହେବାରେ ଲାଗିଛି। ଯାହାର ଫଳ ଭୋଗୁଛନ୍ତି ବଡ଼ ବଡ଼ ଦଳ ଗୁଡ଼ିକ। ପ୍ରଦର୍ଶନ ଦମଦାର ଥାଇ ମଧ୍ୟ ସେମି ଦୌଡ଼ରୁ ବାଦ ପଡ଼ିବାର ଆଶଙ୍କା ମଧ୍ୟରେ ଦଳ ଗୁଡ଼ିକ ରହିଛନ୍ତି। ବିଶେଷ କରି ଗ୍ରୁପ-୧ର ଦଳ ଗୁଡ଼ିକ ପାଇଁ ସେମି ଟିକେଟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏହି ଗ୍ରୁପରେ ଅଷ୍ଟ୍ରେଲିଆ ଇଂଲଣ୍ଡ ଭଳି ବଡ଼ ବଡ଼ ଟିମ ରହିଛନ୍ତି। 

ଗ୍ରୁପ-୧ରେ ନ୍ୟୁଜିଲାଣ୍ଡ ଦଳ ସେମିଫାଇନାଲରେ ଏକ ପ୍ରକାର ସ୍ଥାନ ପକ୍କା କରିସାରିଛି। ଏହା ବ୍ୟତୀତ ଦ୍ୱିତୀୟ ଦଳ କିଏ ହେବ ଯିଏ ସେମିଫାଇନାଲରେ ପ୍ରବେଶ କରିବ। ଏନେଇ କୌଣସି ଚିତ୍ର ଏକ ସ୍ପଷ୍ଟ ହୋଇ ନାହିଁ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଉଭୟ ଦଳ ସେମି ଦୌଡ଼ରେ ରହିଛନ୍ତି। 

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଉଭୟ ଦଳର ଗୋଟିଏ ଲେଖାଏଁ ମ୍ୟାଚ ବାତିଲ ହୋଇଛି। ଏହା ବ୍ୟତୀତ ଉଭୟ ଦଳ ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି। ପରବର୍ତ୍ତି ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାରେ ଇଂଲଣ୍ଡ ଖେଳିବାକୁ ଥିବା ବେଳେ ଆୟରଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ମ୍ୟାଚ ଖେଳିବାର ରହିଛି। ତେବେ ଉଭୟଙ୍କୁ ଏହି ଦୁଇଟି ମ୍ୟାଚରେ ବିଜୟ ଲାଭ କରିବାକୁ ହେବ।

ଯଦି ଉଭୟ ଦଳ ଦୁଇଟି ଯାକ ମ୍ୟାଚରେ ବିଜୟ ଲାଭ କରୁଛନ୍ତି ତେବେ ସେମି ଟିକେଟ ପାଇଁ ରନରେଟ ଉପରେ ବିଚାର କରାଯିବ। ଯଦିଓ ଇଂଲଣ୍ଡର ରନରେଟ ଅଷ୍ଟ୍ରେଲିଆ ତୁଳନାରେ ବେଶ ଭଲ ରହିଛି। କିନ୍ତୁ ଉଭୟ ଦଳ ଯଦି ଗୋଟିଏ ବି ମ୍ୟାଚ ପରାଜୟ ବରଣ କରୁଛନ୍ତି ତେବେ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଯିବେ। 

ନ୍ୟୁଜିଲାଣ୍ଡ ନିକଟରେ ତିନୋଟି ମ୍ୟାଚରୁ ୫ଟି ପଏଣ୍ଟ ମିଳିଛି। ଫଳରେ ଦଳର ସ୍ଥିତି ଗ୍ରୁପରେ ବେଶ ମଜବୁତ ରହିଛି। ଗ୍ରୁପର ଶେଷ ସ୍ଥାନରେ ଶ୍ରୀଲଙ୍କା ମାତ୍ର ଦୁଇ ପଏଣ୍ଟ ସହିତ ରହିଛି। ଆଫଗାନିସ୍ତାନକୁ ବର୍ଷା ଏକ ପ୍ରକାର ଆଶିର୍ବାଦ ସଦୃଶ ହୋଇଛି। ଦୁଇଟି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି। ଆୟର୍ଲାଣ୍ଡ ପାଖରେ ୩ ପଏଣ୍ଟ ରହିଛି। 

ଆୟର୍ଲାଣ୍ଡ ଟିମ ଇଂଲଣ୍ଡକୁ ପରାସ୍ତ କରି ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ସେପଟେ ଆଫଗାନିସ୍ତାନକୁ ଏବେ ଅଧିକ ମ୍ୟାଚ ଖେଳିବାର ସୁଯୋଗ ମିଳିନାହିଁ। କିନ୍ତୁ ଅଷ୍ଟ୍ରେଲିଆକୁ ହରାଇଲେ ଆଫଗାନିସ୍ତା ପାଇଁ ସେମି ଟିକଟ ଆଶା ଉଜ୍ଜିବିତ ହୋଇ ପାରିବ।

Read More
{}{}