Hindi News >>Home >>Odisha Trending

ଫେବୃଆରୀରେ ଏହି ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ସବୁ ରାଶିରେ ଆସିବ ବଡ଼ ପରିବର୍ତ୍ତନ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କର ଗତିବିଧି ବିଶେଷ ମହତ୍ୱ ରହିଛି। ଯେଉଁ ରାଶିର କୁଣ୍ଡଳୀରେ ସୂର୍ଯ୍ୟ ମଜବୁତ ରହିଥାନ୍ତି, ସେହି ରାଶିର ବ୍ୟକ୍ତି ବିଶେଷ ସମ୍ମାନ, ପଦ ଓ ପଦୋନ୍ନତି ହାସଲ କରିଥାନ୍ତି। ଚଳନ ପରେ ଗୋଟିଏ ରାଶିରେ ସୂର୍ଯ୍ୟ ଗୋଟିଏ ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ଆସନ୍ତା ମାସ ୧୩ ତାରିଖ ଅର୍ଥାତ ଫେବୃଆରୀ ୧୩

Advertisement
ଫେବୃଆରୀରେ ଏହି ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ସବୁ ରାଶିରେ ଆସିବ ବଡ଼ ପରିବର୍ତ୍ତନ
Stop
Zee Odisha Desk|Updated: Jan 31, 2024, 06:52 PM IST

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କର ଗତିବିଧି ବିଶେଷ ମହତ୍ୱ ରହିଛି। ଯେଉଁ ରାଶିର କୁଣ୍ଡଳୀରେ ସୂର୍ଯ୍ୟ ମଜବୁତ ରହିଥାନ୍ତି, ସେହି ରାଶିର ବ୍ୟକ୍ତି ବିଶେଷ ସମ୍ମାନ, ପଦ ଓ ପଦୋନ୍ନତି ହାସଲ କରିଥାନ୍ତି। ଚଳନ ପରେ ଗୋଟିଏ ରାଶିରେ ସୂର୍ଯ୍ୟ ଗୋଟିଏ ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ଆସନ୍ତା ମାସ ୧୩ ତାରିଖ ଅର୍ଥାତ ଫେବୃଆରୀ ୧୩ ତାରିଖରୁ ସୂର୍ଯ୍ୟ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିବାକୁ ଯାଉଛନ୍ତି। ସୂର୍ଯ୍ୟଙ୍କର ଏହି ଚଳନ ଫଳରେ  ତିନୋଟି ରାଶିରେ ସୁଖ ସମୃଦ୍ଧି ବର୍ଷିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ସମ୍ପର୍କରେ। 

ବୃଷ
ସୂର୍ଯ୍ୟ ଭଗବାନଙ୍କ ଏହି ଚଳନ ଆପଣଙ୍କ ପାଇଁ କର୍ମର ଭାବନାକୁ ଜାଗ୍ରତ କରିବ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଏଥର ଭଲ ଲାଭ ହେବ। କ୍ୟାରିୟର ଦୃଷ୍ଟିରୁ ଏହି ସମୟ ଆପଣଙ୍କୁ ବହୁତ ଉଚ୍ଚ ସ୍ଥାନକୁ ନେଇଯିବ। ପୁରୁଣା ବିନିଯୋଗ ଫଳ ଦେବ ଏବଂ ପୁରୁଣା ଯୋଜନା ମଧ୍ୟ ସଫଳ ହେବ। ଆପଣଙ୍କୁ ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି। ନୂଆ ଚାକିରି ମିଳିବା ସହିତ ଉଚ୍ଚ ପଦବୀରେ ନିଯୁକ୍ତି ପାଇପାରନ୍ତି। 

ସିଂହ
ସୂର୍ଯ୍ୟଙ୍କର ଏହି ଚଳନ ସିଂହ ରାଶିର ଲୋକମାନଙ୍କ ପାଇଁ ବେଶ ଲାଭ ଦାୟକ ସାବ୍ୟସ୍ତ ହେବ। ସୂର୍ଯ୍ୟ ସିଂହ ରାଶିର ସପ୍ତମ ଭାଗକୁ ଚଳନ କରୁଥିବାରୁ ବିବାହିତ ଲୋକଙ୍କ ବେଶ ସୁଖଦଃ ସମୟ ଆସିବ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଆପଣଙ୍କ ପରିଶ୍ରମ ବଳରେ ଅଧିକ ଧନ ଉପାର୍ଜନ କରିପାରିବେ। ଚାକିରି କ୍ଷେତ୍ରରେ ମଧ୍ୟ ବେଶ ଉନ୍ନତି ଘଟିବ। 

ମକର
ସୂର୍ଯ୍ୟଙ୍କ ପରିବର୍ତ୍ତନ ହେତୁ ମକର ରାଶିଙ୍କ ବ୍ୟକ୍ତିବିଶେଷଙ୍କ ଜୀବନରେ ଅନେକ ଗୁଡ଼ିଏ ଲାଭ ମିଳିବ। ଆୟ ବଢିବ। ନିବେଶ କରିଥିଲେ ଆପଣଙ୍କୁ ବହୁ ମାତ୍ରାରେ ଲାଭ ମିଳିବ। ସୂର୍ଯ୍ୟ ଦେବ ଆପଣଙ୍କ ରାଶିର ଅଷ୍ଟମ ଭାଗରେ ସ୍ୱାମୀ ଗ୍ରହ ରହିଛନ୍ତି। ଏଭଳି ସ୍ଥଳେ ଶୋଧ କାର୍ଯ୍ୟ କ୍ଷେତ୍ରରେ ନିୟୋଜିତ ହୋଇଥିବା ବ୍ୟକ୍ତିବିଶେଷଙ୍କର ମାନ, ସମ୍ମାନ ଅର୍ଥ ବୃଦ୍ଧି ପାଇବ। 

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ଜାଣିବା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ ।

Read More
{}{}