Hindi News >>Home >>Odisha Trending

Success Story: ଯାଆଁଳା ଭଉଣୀଙ୍କ ସଫଳତା, CA ଫାଇନାଲରେ ଟପ୍ପର

Success Story: ଚଳିତ ବର୍ଷ ୩୨୯୦୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୦୯୯ଜଣ ପାର୍ଥୀ CA ଫାଇନାଲରେ ସଫଳତା ପାଇଛନ୍ତି । ମୁମ୍ୱାଇରେ ରହୁଥିବା ଦୁଇ ଯାଆଁଳା ଭଉଣୀ ଅତୁଲ ପାରୋଲିଆ ଏବଂ ଶ୍ରୁତି ଅତୁଲ ପାରୋଲିଆ ଟପ୍ ୧୦ରେ ସ୍ଥାନ ପାଇଛନ୍ତି। ଉଭୟ ଭଉଣୀ ଏକାଠି ମିଶି ପାଠ ପଢୁଥିଲେ ।

Advertisement
Success Story: ଯାଆଁଳା ଭଉଣୀଙ୍କ ସଫଳତା, CA ଫାଇନାଲରେ ଟପ୍ପର
Stop
Soubhagya Ranjan Mishra|Updated: Jan 10, 2024, 02:34 PM IST

Success Story: ପ୍ରକାଶ ପାଇଛି CA ଫାଇନାଲ୍ ରେଜଲ୍ଟ  ୨୦୨୩ । ମଙ୍ଗଳବାର ଦିନ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ରେଜଲ୍ଟ ପ୍ରକାଶିତ କରିଛି । CA ଫାଇନାଲର ଫଳାଫଳରେ ଟପ୍ପର ତାଲିକା ମଧ୍ୟ ପ୍ରକାଶିତ ହୋଇଛି (ICAI CA Toppers) । ଟପ୍ପର ତାଲିକା ଆସିବା ପରେ ମୁମ୍ବାଇରେ ରହୁଥିବା ଦୁଇ ଯାଆଁଳା ଭଉଣୀଙ୍କ ବିଷୟରେ ଚର୍ଚ୍ଚା ଆଲୋଚନା ହୋଇଥିଲା। କାରଣ ଦୁଇ ଯାଆଁଳା ଭଉଣୀଙ୍କୁ CA ଫାଇନାଲ୍ ପରୀକ୍ଷାରେ ସଫଳତା ମିଳିଛି । ଉଭୟେ ଟପ୍ ୧୦ରେ ରହିଛନ୍ତି ।

CA ଟପ୍ ୧୦ ରେଜଲ୍ଟରେ ମୁମ୍ବାଇରେ ରହୁଥିବା ଯାଆଁଳା ଭଉଣୀ ସଂସ୍କୃତି ଅତୁଲ ପାରୋଲିଆ ଏବଂ ଶ୍ରୁତି ଅତୁଲ ପାରୋଲିଆ ସ୍ଥାନ ପାଇଛନ୍ତି। ସଂସ୍କୃତି ଟପ୍ ୨ରେ ଥିବା ସମୟରେ ସ୍ମୃତି ଅଷ୍ଟମ ସ୍ଥାନରେ ରହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୁଇ ଭଉଣୀ କହିଛନ୍ତି ଯେ, ସେମାନଙ୍କ ଭାଈ ଏବଂ ପିତା ମଧ୍ୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି ।

ତେବେ ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, CA ଫାଇନାଲ ଟପ୍ପର ଦୁଇ ଭଉଣୀ ପିଲାଟିଦିନରୁ ସ୍କୁଲରୁ କଲେଜ ପର୍ଯ୍ୟନ୍ତ ଏକାଠି ପାଠ ପଢିଛନ୍ତି । ସଂସ୍କୃତି ଏବଂ ଶ୍ରୁତି ଉଭୟେ ମୁମ୍ବାଇରେ ପାଠ ପଢିଥିଲେ । ଉଭୟେ ମେରି ଇମାକ୍ୟୁଲେଟ୍ ବାଳିକା ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ପରେ ନରସି ମୋଞ୍ଜି କଲେଜ ଅଫ୍ ଇକୋନୋମିକ୍ସ ଆଣ୍ଡ କମର୍ସରୁ ଏକାଦଶ ଏବଂ ଦ୍ୱାଦଶ ଅଧ୍ୟୟନ କରିଥିଲେ।

ଦ୍ୱାଦଶ ଶେଷ ହେବା ପରେ ସଂସ୍କୃତି ଏବଂ ଶ୍ରୁତି ଏଚଆର କଲେଜ ଚର୍ଚ୍ଚଗେଟରେ ବି.କମ୍ ରେ ଆଡମିଶନ କରିଥିଲେ । ସ୍ନାତକ ଶେଷ ପରେ CA ପାଇଁ ଆଗ୍ରହ ସହିତ ଦୁହେଁ ଅଧ୍ୟୟନ ଆରମ୍ଭ କରିଥିଲେ । ପରୀକ୍ଷା ଦେବା ପରେ ଦୁଇ ଭଉଣୀଙ୍କୁ ସଫଳତା ମିଳିଛି । ଦୁଇଜଣ ଟପ୍ ୧୦ରେ ଥିବାରୁ ପରିବାରରେ ଖୁସିର ଲହରୀ ଖେଳିଯାଇଛି । CA ଫାଇନାଲରେ ୨ ସ୍ଥାନ ପାଇଥିବା ସଂସ୍କୃତିଙ୍କ ମାର୍କ ୭୪.୮୮% ଥିଲା । ସେ ମୋଟ ମାର୍କ ୮୦୦ ରୁ ୫୯୯ ନମ୍ୱର ପାଇଛନ୍ତି । ଶ୍ରୁତିଙ୍କ ରାଙ୍କ୍ ରହିଛି ନମ୍ୱର ୮ ।

ସଂସ୍କୃତି କହିଛନ୍ତି ଯେ, ପ୍ରଥମ ପ୍ରୟାସରେ CAରେ ଦୁଇ ଭଉଣୀ କୃତକାର୍ଯ୍ୟ ହୋଇଛନ୍ତି । ଉଭୟ ଭଉଣୀ ଏକାଠି CA ଗ୍ରୁପ୍ ୧ ଏବଂ ଗ୍ରୁପ୍ ୨ ପରୀକ୍ଷା ଦେଇଥିଲେ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଚଳିତ ବର୍ଷ CA ଫାଇନାଲରେ କେବଳ ୯.୪୬ ପ୍ରତିଶତ ଛାତ୍ର ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଦ୍ୱିତୀୟ ଗୋଷ୍ଠୀରେ, ୬୨୬୭୯ଜଣକ ମଧ୍ୟରୁ ୧୩୫୪୦ଜଣଙ୍କୁ ସଫଳତା ମିଳିଛି । ଦ୍ୱିତୀୟ ଦଳରେ ପାସ୍ ହାର ୨୧.୬  ପ୍ରତିଶତ ରହିଛି ।  ଉଭୟ ଗୋଷ୍ଠୀର ୩୨୯୦୭ ପ୍ରାର୍ଥୀଙ୍କ ମଧ୍ୟରୁ ସମୁଦାୟ ୩୦୯୯ ଜଣ ସଫଳତାର ସହ ଉତିର୍ଣ୍ଣ ହୋଇଛନ୍ତି ।

Also Read- ଅମ୍ୱାନୀ-ଆଦାନୀଙ୍କଠାରୁ ଆଗକୁ ବଢିଲା ରତନ ଟାଟାଙ୍କ ଏହି କମ୍ପାନୀ, ୭୧ ହଜାର କୋଟିର ନୂଆ ବଜେଟ୍

Also Read- Puri News: ଅଦୃଶ୍ୟ ହୋଇଗଲା ନୀଳଚକ୍ର ! ଦର୍ଶନରୁ ନିରାଶ ହେଲେ ଭକ୍ତ

Read More
{}{}