Hindi News >>Home >>Odisha Trending

Stubble Burning: ନଡ଼ା ଜାଳିବା ଦ୍ୱାରା କେତେ ମାତ୍ରାରେ ହେଉଛି ପ୍ରଦୂଷଣ?

Stubble Burning Case: ନଡ଼ା ଜାଳିବା ଦ୍ୱାରା ହେଉଥିବା ପ୍ରଦୂଷଣ ସମ୍ପର୍କରେ ଆସିଛି ଏକ ବଡ଼ ଖବର।

Advertisement
Stubble Burning: ନଡ଼ା ଜାଳିବା ଦ୍ୱାରା କେତେ ମାତ୍ରାରେ ହେଉଛି ପ୍ରଦୂଷଣ?
Stop
Zee Odisha Desk|Updated: Nov 28, 2023, 04:41 PM IST

How much pollution is caused by Stubble Burning: ସୋମବାର ସନ୍ଧ୍ୟା ଏବଂ ମଙ୍ଗଳବାର ସକାଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବର୍ଷା ବିଷାକ୍ତ ବାୟୁକୁ କିଛି ପରିମାଣରେ ସଫା କରିଦେଇଛି। ଏହି ସମୟରେ ଆଉ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ତାହା ହେଉଛି ନଡ଼ା ଜଳିବା ଘଟଣା ମଧ୍ୟ ହ୍ରାସ ପାଉଛି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ପଞ୍ଜାବ ଏବଂ ହରିୟାଣା ଭଳି ରାଜ୍ୟରେ ଦୈନିକ ନଡ଼ା ଜାଳିବା ଘଟଣା ୧୦୦ ତଳକୁ ହ୍ରାସ ପାଇଛି। ବିଗତ ୪ ବର୍ଷ ମଧ୍ୟରେ ଉଭୟ ରାଜ୍ୟରେ ନଡ଼ା ଜାଳିବା ହ୍ରାସ ପାଇଥିବାର ରେକର୍ଡ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ବୃଦ୍ଧି ପାଇଛି।

ପଞ୍ଜାବରେ ୨୬% ହ୍ରାସ ପାଇଛି ନଡ଼ା ଜାଳିବା ଘଟଣା
ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖରୁ ନଭେମ୍ବର ୨୭ ମଧ୍ୟରେ ପଞ୍ଜାବରେ ୩୬,୬୧୪ ନଡ଼ା ଜାଳିବା ଘଟଣା ସାଟେଲାଇଟ୍ ଦ୍ୱାରା ଚିହ୍ନଟ ହୋଇଛି। ଗତ ବର୍ଷ ୪୯,୮୮୮, ୨୦୨୧ ବର୍ଷରେ ୭୧,୨୮୬, ୨୦୨୦ ବର୍ଷରେ ୮୨,୮୪୨ ନଡ଼ା ଜାଳିବା ଘଟଣା ଘଟିଥିଲା। ଏହି ଆକଳନରୁ ଜଣାପଡୁଛି ଯେ ଚଳିତ ବର୍ଷ ନଡ଼ା ଜାଳିବା ଘଟଣା ୨୬% ହ୍ରାସ ପାଇଛି। ଯାହା ଦର୍ଶାଉଛି ଯେ ଚଳିତ ବର୍ଷ ଶୀତ ଦିନେ ସବୁଠାରୁ ଅଧିକ ନଡ଼ା ଜାଳିବା ଘଟଣା ହ୍ରାସ ପାଇଛି। 

ହରିୟାଣାରେ ୩୭% ହ୍ରାସ ପାଇଛି ନଡ଼ା ଜାଳିବା ଘଟଣା
ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଦ୍ୱାରା ସୂଚିତ ମାନକ ପ୍ରୋଟୋକଲ ଅନୁସରଣ କରୁଥିବା ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ତଥ୍ୟ ଅନୁଯାୟୀ ହରିୟାଣାରେ ସେପ୍ଟେମ୍ବର ୧୫ ତାରିଖରୁ ନଭେମ୍ବର ୨୭ ପର୍ଯ୍ୟନ୍ତ ୨୨୮୫ ନଡ଼ା ଜାଳିବା ଘଟଣା ଘଟିଥିଲା। ଗତ ବର୍ଷ ୩୬୨୯, ୨୦୨୧ ବର୍ଷରେ ୬୯୪୬ ଏବଂ ୨୦୨୦ ବର୍ଷରେ ୪୦୬୩ ନଡ଼ା ଜାଳିବା ଘଟଣା ପଞ୍ଜିକୃତ ହୋଇଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାଳ ଜାଳିବା ଘଟଣା ୩୭% ହ୍ରାସ ପାଇଛି। ମାତ୍ର ଉତ୍ତର ପ୍ରଦେଶରେ ଗତ ବର୍ଷ ୨୬୭୭ ନଡ଼ା ଜାଳିବା ଘଟଣା ଘଟିଥିଲା। ଯାହା ଚଳିତ ବର୍ଷ ବୃଦ୍ଧି ପାଇ ୩୭୪୮ ହୋଇଥିବାର ରେକର୍ଡ କରାଯାଇଛି। 

ନଡ଼ା ଜାଳିବା ଘଟଣାରେ ୬୬ ମାମଲା ପଞ୍ଜୀକୃତ
ପଞ୍ଜାବ ଲୁଧିଆନା ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ନଡ଼ା ଜାଳିବା ଘଟଣାରେ ୬୬ ମାମଲା ରୁଜୁ କରିଛି। ମୁଖ୍ୟ ଶାସନ ସଚିବ, ଡେପୁଟି କମିଶନର ଏବଂ ଡିଜିପି ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ମୋଗା ଏବଂ ଭଟିଣ୍ଡା ଜିଲ୍ଲାରେ ସର୍ବାଧିକ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ଅମୃତସର ଏବଂ ସଙ୍ଗରୁର ଜିଲ୍ଲାରେ ଏୟାର ଆକ୍ଟ ଅନୁଯାୟୀ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା। ଅମଳ ହୋଇଥିବା ଫସଲର  ଅବଶେଷ୍ଟାଂଶ ଜାଳିବା ଘଟଣାରେ ପ୍ରଶାସନ ଏବଂ ପୋଲିସ ଏକ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ଏବଂ ଅପରାଧିଙ୍କ ବିରୋଧରେ ମାମଲା ରୁଜୁ କରିଛି।

ରାଜ୍ୟରେ ନଡ଼ା ଜାଳିବା ଘଟଣା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପଞ୍ଜାବ ଶକ୍ତି ଏଜେନ୍ସି ଗେଲ୍ (GAIL) ସହିତ ବୁଝାମଣା କରିଛି। ନଡ଼ା ଜଳିବାକୁ ବନ୍ଦ କରିବା ପାଇଁ ପଞ୍ଜାବ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (Punjab Energy Development Agency), ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (Gas Authority of India Limited) ସହିତ ସଙ୍କୋଚିତ ବାୟୋଗ୍ୟାସ୍ ପ୍ରକଳ୍ପ (Compressed Biogas Projects) ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ହେଉଛି ବର୍ଷକୁ ପାଞ୍ଚ ଲକ୍ଷ ଟନ୍ ଧାନ ନଡା ପରିଚାଳନା ଏବଂ ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିବା। ପଞ୍ଜାବର ବ୍ୟବସାୟ ଅନୁକୂଳ ନୀତି ବହୁରାଷ୍ଟ୍ରୀୟ ସଂସ୍ଥାନକୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବାରେ ସହଜ କରିବ। ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସହିତ ୩ ଲକ୍ଷ ଟନ୍ ଧାନ ନଡା ଜଳିବାକୁ ରୋକାଯାଇ ପାରିବ। ​

Read More
{}{}