Hindi News >>Home >>Odisha Trending

BJP On protest: ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ରଣ ହୁଙ୍କାର

ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। କଂଗ୍ରେସର ଆନ୍ଦୋଳନ ପରେ ଏବେ ସମାନ ଦାବି ଦୋହରାଇଛି ବିଜେପି। 

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Oct 31, 2022, 06:45 PM IST

BJP On protest ଭୁବନେଶ୍ୱର (ଦେବବ୍ରତ ରାୟ): ଅର୍ଚ୍ଚନା ନାଗ (Archana Nag) ଓ ଧର୍ମେନ୍ଦ୍ର ସାହୁ (Dharmendra Sahoo) ଆତ୍ମହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ସରକାରଙ୍କୁ (State Government) ଟାର୍ଗେଟ କରିଛି ବିଜେପି (BJP)। ଭୁବନେଶ୍ୱର (Bhubaneswar) ଘଣ୍ଟ ବାଡେଇ, ପଥପ୍ରାନ୍ତ ନାଟକ କରି ବାଜା ବଜାଇ ବିଜେପି (BJP) ପ୍ରତିବାଦ କରିଛି। ଶିଶୁଭବନ ଛକରେ (SishuBhawan Square) ବିଜେପି କର୍ମୀ ଓ ପୋଲିସ ଭିତରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ।

ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। କଂଗ୍ରେସର ଆନ୍ଦୋଳନ ପରେ ଏବେ ସମାନ ଦାବି ଦୋହରାଇଛି ବିଜେପି। ଦୁଇଟି ଯାକ ଘଟଣାରେ ଶାସକ ଦଳର ସମ୍ପୃକ୍ତି ରହିଥିଲେ ବି ଏ ଯାଏ ଆକ୍ସନ ଶୂନ ରହିଛି। ଉଭୟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ନବୀନ ନିବାସ ଅଭିମୁଖେ ବିଜେପିର ବିଶାଳ ରାଲି ବାହାରିଥିବା ବେଳେ ପୋଲିସ ଶିଶୁ ଭବନ ଛକରେ ବିଜେପି କର୍ମୀଙ୍କୁ ଅଟକାଇଛି। 

ପୁଣି ବିଜେପି ଟାର୍ଗେଟରେ ବିଜେଡି। ଗୋପ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ହତ୍ୟା ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛି ବିଜେପି। ରାଜଧାନୀରେ ବିଜେପି କର୍ମୀ ପୋଲିସ ମୁହାଁମୁହିଁ। ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି ଓ ଠେଲାପେଲା ଆଇନ ଶୃଙ୍ଖଳା ପରିସ୍ଥିତି ଘଟଣାରେ ବିଜେଡି ସୁପ୍ରିମୋଙ୍କୁ ଦାୟୀ କରିଛି ବିଜେପି।

ନବୀନ ଜାଣିଶୁଣି ଚେଇଁ ଶୋଇଛନ୍ତି ବୋଲି ଦଳ କରିଛି। ବିଜେପି ପାର୍ଟି ଅଫିସରୁ ନବୀନ ନିବାସ ଯିବା ରାସ୍ତାରେ ଶିଶୁ ଭବନ ଛକରେ ନବୀନ ନିବାସ ଘେରାଉ ପାଇଁ ବାହାରି ଥିବା ବେଳେ ପୋଲିସ ଅଟକାଇଥିଲା। ଆଉ ଏହା ପରେ ହିଁ ଆରମ୍ଭ ହୋଇଥିଲା ପୋଲିସ ବିଜେପି କର୍ମୀ ମୁହାଁମୁହିଁ। ତେବେ ନବୀନ ନିବାସ ଘେରାଉ ଉଦ୍ୟମ କରୁଥିବା ବେଳେ ବିଜେପିର ଶହଶହ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିଜେପି କର୍ମୀମାନେ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ ଓ ଏଥି ସହିତ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଏହି ଘଟଣାରେ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ଓ ମନ୍ତ୍ରୀ  ଇସ୍ତଫା ଦେଉ ନାହାନ୍ତି ଏହି ଦାବି ଦୋହରାଇଛି ଦଳ।

ତେବେ ରାଜ୍ୟରେ ବିରୋଧୀ ଦଳ ମାନେ ରାଜ୍ୟର ଏହି ଦୁଇ ହାତରେ ପ୍ରସଙ୍ଗକୁ ନେଇ ବାରମ୍ବାର ସରକାରଙ୍କୁ ଘେରିବା ପାଇଁ ଚେଷ୍ଟା କରୁଛନ୍ତି  ଦାବି ନଶୁବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛି ବିଜେପି।

ଅଧିକ ପଢନ୍ତୁ: Ravi Shastri predicted: ପାକିସ୍ତାନ ଖେଳାଳିଙ୍କୁ ନେଇ ଏପରି ଅନୁମାନ କଲେ ରବି ଶାସ୍ତ୍ରୀ, କହିଲେ ବିଶ୍ୱକପ ପରେ ଅବସର ନେଇଯିବେ ବୋଧେ...

ଅଧିକ ପଢନ୍ତୁ: IND vs BAN T20 World Cup: ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ବଦଳିବ ଟିମ ଇଣ୍ଡିଆର ପ୍ଲେଇଂ ଏକାଦଶ: କାହା ସ୍ଥାନ ନେବେ କେଉଁ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Read More
{}{}