Hindi News >>Home >>Odisha Trending

SSC GD Constable Recruitment 2024: ସରକାରୀ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ

SSC GD Constable Recruitment 2024: ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଏହା ଏକ ଖୁସି ଖବର । ଖାଲିଥିବା ପଦବୀ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି । ପୂର୍ବରୁ ୨୬ ହଜାର ପଦବୀ ଘୋଷଣା କରାଯାଇଥିବା ସମୟରେ ବର୍ତ୍ତମାନ ତାଲିକାରେ ୪୬,୬୧୭ ପଦବୀ ପୂରଣ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Advertisement
SSC GD Constable Recruitment 2024: ସରକାରୀ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ
Stop
Soubhagya Ranjan Mishra|Updated: Jun 14, 2024, 10:27 PM IST

SSC GD Constable Recruitment 2024: ବହୁ ପ୍ରତୀକ୍ଷିତ ଷ୍ଟାଫ୍ ସିଲେକ୍ସନ କମିଶନ କନଷ୍ଟେବଲ୍ ନିଯୁକ୍ତି ୨୦୨୪ ପାଇଁ କର୍ମଚାରୀ ଚୟନ ଆୟୋଗ (SSC) ଏକ ସଂଶୋଧିତ ଖାଲି ତାଲିକା ପ୍ରକାଶ କରିଛି । ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଏହା ଏକ ଖୁସି ଖବର । ଖାଲିଥିବା ପଦବୀ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି । ପୂର୍ବରୁ ୨୬ ହଜାର ପଦବୀ ଘୋଷଣା କରାଯାଇଥିବା ସମୟରେ ବର୍ତ୍ତମାନ ତାଲିକାରେ ୪୬,୬୧୭ ପଦବୀ ପୂରଣ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ (ସିଏପିଏଫ୍), ଶସସ୍ତ୍ର ସୀମା ବଳ (ଏସ୍ଏସ୍ଏଫ୍) ଏବଂ ଆସାମ ରାଇଫଲ୍ସରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁଯୋଗ । ସବିଶେଷ ତଥ୍ୟ ଅନୁଯାୟୀ ପୁରୁଷମାନଙ୍କ ପାଇଁ ୪୧,୪୬୭ ପଦବୀ ରହିଥିବା ସମୟରେ ମହିଳାଙ୍କ ପାଇଁ ୫,୧୫୦ ପଦବୀ ରହିଛି । ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବସାଇଟ୍ https://ssc.nic.in/ ରେ ସବିଶେଷ ତଥ୍ୟ ଯାଞ୍ଚ କରିପାରିବେ । ଫେବୃଆରୀ ଏବଂ ମାର୍ଚ୍ଚ ୨୦୨୪ ରେ  କନଷ୍ଟେବଳ GD ପୋଷ୍ଟ ପାଇଁ SSC ଦ୍ୱାରା ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ତେବେ ବର୍ତ୍ତମାନ ଏହାର ଅଦ୍ୟତନ ବିଜ୍ଞପ୍କି ପ୍ରକାଶ ପାଇଛି ।

ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଯୋଗ୍ୟତା ଏବଂ ପ୍ରସ୍ତୁତି ମାନଦଣ୍ଡ ସମ୍ପର୍କରେ ଅବଗତ ହେବା ଆବଶ୍ୟକ । ସର୍ବପ୍ରଥମେ, କର୍ମଚାରୀ ଚୟନ ଆୟୋଗର ଅଫିସିଆଲ୍ ୱେବସାଇଟ୍ ssc.gov.in ପରିଦର୍ଶନ କରନ୍ତୁ । “ପ୍ରାର୍ଥୀମାନଙ୍କ ପାଇଁ” ବିଭାଗକୁ ଯାଆନ୍ତୁ ଏବଂ “ସମ୍ଭାବ୍ୟ ପଦବୀ” ଟ୍ୟାବ୍ ଚୟନ କରନ୍ତୁ । ସେଠାରୁ, “GD କନଷ୍ଟେବଲ୍ ପରୀକ୍ଷା” ଚୟନ କରି କ୍ଲିକ୍ କରନ୍ତୁ । ବର୍ତ୍ତମାନ “SSC GD 2024 ପାଇଁ ସମ୍ଭାବ୍ୟ ଖାଲି” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ । ଖୋଲୁଥିବା ପୃଷ୍ଠାରେ, "SSC GD ସଂଶୋଧିତ ଖାଲି 2024 PDF" ଡାଉନଲୋଡ୍ କରନ୍ତୁ । ପରେ ଆପଣ ଉକ୍ତ ଫର୍ମକୁ ପ୍ରିଣ୍ଟଆଉଟ୍ କରିପାରିବେ ।

Also Read- ନୂଆ ସିଜିନ ସହ ଆରମ୍ଭ ହେବାକୁ ଯାଉଛି 'ଦିଦି ନମ୍ବର ୧'

Also Read- ଛତିଶା ନିଯୋଗ ବୈଠକରେ ପ୍ରଭୁଙ୍କ ବିଶେଷ ନୀତିକୁ ଅନୁମୋଦନ

Read More
{}{}