Hindi News >>Home >>Odisha Trending

Arapana Rath: ମଉଡ଼ମଣିଙ୍କୁ ପିକ୍ ଅପ ଭ୍ୟାନରେ ବୁଲାଉଛନ୍ତି ସରକାର, ସାଂସଦଙ୍କ ପ୍ରଶ୍ନ ଏହା କେତେ ଦୂର ଠିକ୍?

Arapana Rath: ପୋଷ୍ଟରରେ ରାଜନେତାଙ୍କ ଫଟୋ କାହିଁକି ଲାଗିଛି। ଯାହା ଫଳରେ ଏହା ଆଧ୍ୟାତ୍ମିକ ନୁହେଁ ରାଜନୈତିକ ପ୍ରୋପାଗେଣ୍ଡା ବୋଲି ଅଭିଯୋଗ ହୋଇଛି। ସେପଟେ ଏହି ପ୍ରସଙ୍ଗରେ ଅର୍ପଣ ରଥକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜୋରଦାର ଟାର୍ଗେଟ କରିଛନ୍ତି । ମହାପ୍ରଭୁ ୯ ଦିନ ପାଇଁ ମନ୍ଦିରରୁ ବାହାରନ୍ତି, ଏଠି କେମିତି ଗାଁ ଗାଁ ବୁଲୁଛନ୍ତି ବୋଲି ସାଂସଦ ପ୍ରଶ୍ନ କରିଛନ୍ତି ।   

Advertisement
Arapana Rath: ମଉଡ଼ମଣିଙ୍କୁ ପିକ୍ ଅପ ଭ୍ୟାନରେ ବୁଲାଉଛନ୍ତି ସରକାର, ସାଂସଦଙ୍କ ପ୍ରଶ୍ନ ଏହା କେତେ ଦୂର ଠିକ୍?
Stop
Rasmita Sahoo|Updated: Jan 14, 2024, 09:20 AM IST

Arapana Rath: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଅଙ୍କୁରପୂଜନ। ପୌଷ ଶୁକ୍ଳ ତୃତୀୟା ଅବସରରେ ସାରା ଦିନ ତମାମ ଚାଲିବ ବିଧି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ପ୍ରକ୍ରିୟା। ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ମଙ୍ଗଳାରୋପଣ ସମାପନ କରାଯାଇଥିଲା। ପୂଜା ବିଧି ସମ୍ପନ୍ନ ପରେ ଗୁଆ, ପଇତା, ନଡିଆ, ବସ୍ତ, ମୁଦି, ପାତ୍ର ଓ ଯଜ୍ଞ ପାଇଁ ପାତ୍ରୀ, ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ ଗଜପତି ମହାରାଜା। ଶ୍ରୀହସ୍ତରେ ଏହି ଭବ୍ୟ ଓ ଦିବ୍ୟ ଗୁଆ, ନଡିଆ ପଇତା ଆଦି ପ୍ରଥମେ ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ ଗଜପତି। ପରେ ପ୍ରଧାନାଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ, ପୁସ୍ତାକାଚାର୍ଯ୍ୟ, ମଣ୍ଡଳାଚାର୍ଯ୍ଯ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କକରାଯାଇଥିଲା। ପୂର୍ବରୁ ପଞ୍ଚଵର୍ଣ୍ଣ ମୁରୁଜରେ ମଣ୍ଡଳ କରାଯାଇଥିଲା। 

ଆଉ ଏଥିପାଇଁ ସାରା ରାଜ୍ୟରେ ବୁଲୁଛି ଶ୍ରୀଜଗନ୍ନାଥ ଅର୍ପଣ ରଥ (Sri Jagannath Arpan Rath) । ଏହା ସହ ଗାଁ ଗାଁ ବୁଲି ଚାଉଳ ଗୁଆ ସଂଗ୍ରହ କରୁଛି ଅର୍ପଣ ରଥ । ହେଲେ ଏହାକୁ ନେଇ ଦେଖାଦେଲାଣି ବିବାଦ। ଅନେକ ସ୍ଥାନରେ ଏହି ଅର୍ପଣ ରଥ ସାଢେ ୪ କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି। କିଛି ସ୍ଥାନରେ ଗାଡିକୁ ଅଟକାଯାଇଛି। ଅଭିଯୋଗ ଯେ, ପୋଷ୍ଟରରେ ରାଜନେତାଙ୍କ ଫଟୋ କାହିଁକି ଲାଗିଛି। ଯାହା ଫଳରେ ଏହା ଆଧ୍ୟାତ୍ମିକ ନୁହେଁ ରାଜନୈତିକ ପ୍ରୋପାଗେଣ୍ଡା ବୋଲି ଅଭିଯୋଗ ହୋଇଛି। ସେପଟେ ଏହି ପ୍ରସଙ୍ଗରେ ଅର୍ପଣ ରଥକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜୋରଦାର ଟାର୍ଗେଟ କରିଛନ୍ତି । ମହାପ୍ରଭୁ ୯ ଦିନ ପାଇଁ ମନ୍ଦିରରୁ ବାହାରନ୍ତି, ଏଠି କେମିତି ଗାଁ ଗାଁ ବୁଲୁଛନ୍ତି ବୋଲି ସାଂସଦ ପ୍ରଶ୍ନ କରିଛନ୍ତି । 

 

ସାଂସଦଙ୍କ କହିବା କଥା, ପ୍ରଭୁଙ୍କୁ ଏକ ପିକ୍ ଅପ ଭ୍ୟାନରେ ଖରା, ଶୀତ, କାକରରେ ବାହାରେ ରଖାଯାଉଛି। ଗାଡ଼ିକୁ ଅଳିଆ ଗଦା ପାଖରେ ପାର୍କିଂ କରି ରଖାଯାଉଛି ଲୋକମାନେ ଚପଲ ପିନ୍ଧି ଗାଡି ପାଖକୁ ଆସୁଛନ୍ତି। ଅର୍ପଣ ରଥକୁ ସ୍ୱାଗତ କରିବା ନାଁରେ ହୋଇଥିବା ମୂରୁଜ ଉପରେ ଛିଡା ହୋଇ ଅପମାନ କରାଯାଇଛି। ରାଜ୍ୟ ସରକାରଙ୍କୁ ଯିଏ ବି ପରାମର୍ଶ ଦେଉଛନ୍ତି, ତାହା ଭୁଲ୍ ପରାମର୍ଶ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sarangi)। ସାଂସଦଙ୍କ କହିଛନ୍ତି ଯେ, 'ଗୁଆ ଦେଇ ନିମନ୍ତ୍ରଣ କରାଯାଏ, କିନ୍ତୁ ଏଠି ଗୁଆ ନେଇ ନିମନ୍ତ୍ରଣ ହେଉଛି। ଏହା କି ପ୍ରକାର ନିମନ୍ତ୍ରଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। ତା’ସହ ସୋସିଆଲ୍ ମିଡିଆ ଆକାଉଣ୍ଟ ‘X’ରେ ମଧ୍ୟ ରାଜ୍ୟ ସରକାରଙ୍କୁ ଶାଣିତ ଢଙ୍ଗରେ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ । ବୋକାମୀର ଏଭଳି ଭିନ୍ନ ଚିତ୍ର ଆଜି ସମସ୍ତଙ୍କୁ କଷ୍ଟ ଦେଉଛି ବୋଲି Xରେ କହିଛନ୍ତି ଅପରାଜିତା । 

Read More
{}{}