Hindi News >>Home >>Odisha Trending

DNA Host: 'କୃଷ୍ଣା' ହେଲେ DNAର 'ସାରଥୀ', DNAରେ ନଜର ଆସିବେ ସୌରଭ

'କୃଷ୍ଣ'ଙ୍କ ନାମ ଆସିବା ମାତ୍ରେ ଅର୍ଜୁନଙ୍କ ରଥ ଭାବରେ ମହାଭାରତରେ କୃଷ୍ଣଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାର ଦୃଶ୍ୟ ସାମ୍ନାକୁ ଆସେ। ରିଲ ଜୀବନରେ ଅର୍ଥାତ୍ କୃଷ୍ଣ ସିରିୟଲରେ ଶ୍ରୀ କୃଷ୍ଣଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସୌରଭ ରାଜ ଜୈନ।

Advertisement
DNA Host: 'କୃଷ୍ଣା' ହେଲେ DNAର 'ସାରଥୀ', DNAରେ ନଜର ଆସିବେ ସୌରଭ
Stop
Zee Odisha Desk|Updated: Aug 01, 2023, 01:12 PM IST

DNA Host:  ନୂଆଦିଲ୍ଲୀ: 'କୃଷ୍ଣ'ଙ୍କ ନାମ ଆସିବା ମାତ୍ରେ ଅର୍ଜୁନଙ୍କ ରଥ ଭାବରେ ମହାଭାରତରେ କୃଷ୍ଣଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାର ଦୃଶ୍ୟ ସାମ୍ନାକୁ ଆସେ। ରିଲ ଜୀବନରେ ଅର୍ଥାତ୍ କୃଷ୍ଣ ସିରିୟଲରେ ଶ୍ରୀ କୃଷ୍ଣଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସୌରଭ ରାଜ ଜୈନ। ବର୍ତ୍ତମାନ ରିଅଲ ଲାଇଫରେ ସୌରଭ ରାଜ ଜୈନ ଦେଶର ପ୍ରସିଦ୍ଧ ତଥା ଲୋକପ୍ରିୟ ନ୍ୟୁଜ୍ ସୋ ଡିଏନ୍ଏ ଆୟୋଜନ କରୁଥିବା ଦେଖିବାକୁ ମିଳିବ। ଡିଏନ୍ଏ ବିଷୟରେ କିଏ ଜାଣନ୍ତି ନାହିଁ, ଜି ନ୍ୟୁଜ୍ ରେ ରାତି ୯ ଟାରେ ପ୍ରସାରିତ ଏକ ଶୋ। ଲୋକମାନେ ଡିଏନ୍ଏ ଦେଖିବା ପାଇଁ ଏବଂ ରାତି ୯ଟା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ଏବଂ ଏହି ଶୋ ପାଇଁ ସେମାନଙ୍କର ସମୟ ବିତାଇଥାଆନ୍ତି। ବର୍ତ୍ତମାନ ଏହି ସୋରେ ସୌରଭ ରାଜ ଜୈନ ଉପସ୍ଥାପନା କରିବେ। 

 

କୃଷ୍ଣା ସିରିଅଲରେ ସୌରଭ ରାଜ ଜୈନଙ୍କ ଅଭିନୟ ଲୋକଙ୍କ ଦ୍ୱାରା ଆଦୃତ ହୋଇଥିଲା। ଲୋକମାନଙ୍କ ନିକଟରୁ ବହୁ ମାତ୍ରାରେ ଭଲପାଇବା ପାଇଥିଲେ। କେବଳ କୃଷ୍ଣା ସିରିଏଲ ନୁହେଁ, ତଙ୍କୁ ସାବଧାନ ଇଣ୍ଡିଆ ଓ ଉତରନ ଭଳି ସିରିଏଲରେ ମଧ୍ୟ ଦେଖିବାକୁ ମିଳିଥିଲା। ନିଜର ଦମଦାର ଅଭିନୟ ବଳରେ ସେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଛାଡ଼ିଥିଲେ। ମହାକାଳୀ ସିରିଅଲରେ ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଥିଲେ। ଦେବଙ୍କ ଦେବ ମହାଦେବରେ ମଧ୍ୟ ଭଗବାନ ବିଷ୍ଣୁଙ୍କ ଭୁମିକାରେ ବେଶ ନିଖୁଣ ଭାବେ ଅଭିନୟ କରିଥିଲେ। ସେହିପରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଧାରାବାହିକ ସିରିଅଲରେ ସୌରଭ ରାଜ ଜୈନ ନେଗେଟିଭ ରୋଲରେ ନଜର ଆସିଥିଲେ। ପରେ ସୌରଭ ନଚ ବଲିଏ ୯ ଓ ଖତରୋଁ କେ ଖିଲାଡ଼ିରେ ମଧ୍ୟ ନଜର ଆସିଥିଲେ। ଏବେ ସେ ଦେଶର ସବୁଠାରୁ ଲୋକପ୍ରିୟ ଶୋ ଡିଏନଏରେ ନଜର ଆସିବେ। ଏହା ସହିତ ଏହି ଚ୍ୟାଲେଞ୍ଜକୁ ସେ ସ୍ୱିକାର କରିବା ସହିତ ଏହି ଶୋକୁ ଉପସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। 

 

ନଚ ବଲିଏ ୯ରେ ସୌରଭ ରିଦ୍ଧିମା ଜୈନଙ୍କ ସହିତ ନଜର ଆସିଥିଲେ। ପରବର୍ତ୍ତି ସମୟରେ ରିଦ୍ଧିମାଙ୍କୁ ହିଁ ନିଜର ଜୀବନସାଥି ଭାବେ ବାଛି ନେଇଥିଲେ। ୨୧ ଅଗଷ୍ଟ ୨୦୧୭ ତାରିଖରେ ସୌରଭ ଓ ରିଦ୍ଧିମାଙ୍କ ଯମଜ ସନ୍ତାନ ଜନ୍ମ ନେଇଥିଲେ। ଉଭୟଙ୍କ ନାଁ ଋଷଭ ଓ ହୃଶଭ ନାଁ ରଖିଥିଲେ। ସୌରଭ ୨୦୦୪ ମସିହାରେ ନିଜର ପ୍ରଥମ ସୋ ରିମିକ୍ସରେ କାମ କରିଥିଲେ। ଏହା ପରେ ହଲିଉଡ଼ ସିନେମାରେ ମଧ୍ୟ ସେ ନଜର ଆସିଥିଲେ। କେବଳ ସେତିକି ନୁହେଁ, ତେଲୁଗୁ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଓମ ନମୋଃ ଭେଙ୍କଟେସାୟ ସିରିଏଲରେ ବିଷ୍ଣୁଙ୍କ ଭୁମିକାରେ ଅବତୀର୍ଣ୍ଣ ହୋଇଥିଲେ। ସୌରଭ ୨୦୨୧ରେ ଓ୍ୱେବ ସିରିଜ କୁବୁଲ ହେ 2.0ରେ ହସନ ଫାରୁକୀ ଚରିତ୍ରରେ ଅଭିନୟ କରିଥିଲେ। 

ସେହିପରି ଯଦି ଆମେ ତାଙ୍କ ସମ୍ମାନ ସମ୍ପର୍କରେ କଥା ହେବା ତେବେ ୨୦୧୪ ମସିହାରେ ମହାଭାରତ ମୁଖ୍ୟ ଭୂମିକାରେ ଅଭିନୟ ପାଇଁ ତାଙ୍କୁ ଇଣ୍ଡିଆନ ଟେଲି ଆଓ୍ୱାର୍ଡରେ ସମ୍ମାନୀତ କରାଯାଇଥିଲା। 

Also Read: DNA: ସୌରଭ ରାଜ ଜୈନଙ୍କ ସହିତ ଏବେ ଡିଏନଏ

Read More
{}{}