Hindi News >>Home >>Odisha Trending

ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ପାଇଁ ବଦଳିଲା ନୀତିକାନ୍ତି, ଏବର୍ଷ କଣ ରହିବ ଏହାର ପ୍ରଭାବ

ସୂର୍ଯ୍ୟ ପରାଗ ଦିନ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ଦର୍ଶନ କରିପାରିବେ ନି ଭକ୍ତ। ଭୋର ୪ଟା ୫୫ ପରେ ଅର୍ଥାତ ପ୍ରଥମ ଭୋଗ ମଣ୍ଡପ ଉଠିବା ପରେ କାଳିଆ ଦର୍ଶନ କରିପାରିବେ ଭକ୍ତ। କେତୁଗ୍ରସ୍ତ ଖଣ୍ଡଗ୍ରାସ ଯୋଗୁଁ ଶ୍ରୀମନ୍ଦିରରେ ନୀତିକାନ୍ତିକୁ ଅନେକ ପରିବର୍ତ୍ତନ କରାଯାଇଛି।

Advertisement
ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ପାଇଁ ବଦଳିଲା ନୀତିକାନ୍ତି, ଏବର୍ଷ କଣ ରହିବ ଏହାର ପ୍ରଭାବ
Stop
Sanjaya Kumar Mohapatra|Updated: Oct 21, 2022, 05:32 PM IST

ପୁରୀ (ସଞ୍ଜୟ ମହାପାତ୍ର): ଆସନ୍ତା ୨୫ ତାରିଖରେ ସୂର୍ଯ୍ୟପରାଗ। ଏନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି। ୨୫ ତାରିଖର ନୀତିକାନ୍ତି ୨୪ ତାରିଖ ରାତିରୁ ଆରମ୍ଭ ହେବ। ରାତି ୧୨ଟାରେ ଦ୍ୱାରଫିଟା ନୀତି ହୋଇ ୪ଟା ୫୫ମିନିଟ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ବଢି ନୀତି ଶେଷ ହେବା ସହ ଅବଢା ରୋଷେଇ ବି ସରିବ। ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ଭକ୍ତ। ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ୨୪ ତାରିଖରେ ବଡ଼ବଡ଼ୁଆ ଡାକିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି। କାକୁଡ଼ି ଖାଇ ମନ୍ଦିର ଓ ମଙ୍ଗୁ ମଠ ଭିତରେ ୫ଟି ସ୍ଥାନ ନିରୂପଣ ହୋଇଥିବା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

ସୂର୍ଯ୍ୟ ପରାଗ ଦିନ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ଦର୍ଶନ କରିପାରିବେ ନି ଭକ୍ତ। ଭୋର ୪ଟା ୫୫ ପରେ ଅର୍ଥାତ ପ୍ରଥମ ଭୋଗ ମଣ୍ଡପ ଉଠିବା ପରେ କାଳିଆ ଦର୍ଶନ କରିପାରିବେ ଭକ୍ତ। କେତୁଗ୍ରସ୍ତ ଖଣ୍ଡଗ୍ରାସ ଯୋଗୁଁ ଶ୍ରୀମନ୍ଦିରରେ ନୀତିକାନ୍ତିକୁ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମ ଭୋଗମଣ୍ଡପ ବଢିବା ପରେ ନୀତିକାନ୍ତି ବନ୍ଦ ରହିବ। ପୁନର୍ବାର ଅପରାହ୍ନ ୪ଟା ୫୬ମିନିଟ ୫୨ ସେକେଣ୍ଡରେ ଯେତେବେଳେ ଗ୍ରହଣ ସ୍ପର୍ଶ କରିବ ସେହି ସମୟରୁ ପୁଣି ମହାପ୍ରଭୁଙ୍କ ନିକଟରେ ନୀତିକାନ୍ତି ଚାଲିବ। ସକାଳୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ। 

ଯେହେତୁ ଶ୍ରୀମନ୍ଦିରରେ ବାଳଭୋଗ ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଚାଲିଛି ଏଣୁ ନୀତିକାନ୍ତିରେ ଟିକେ ବିଳମ୍ବ ହେଉଛି। ମାତ୍ର ସୂର୍ଯ୍ଯପରାଗ ଦିନ ଏହାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ଉପରେ ଏକ ଜରୁରୀ ବୈଠକ ଡକାଯାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ସେଦିନ ଭୋଗ ଯେପରି ମାରା ନ ହେବ ସେ ଦିଗକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। 

ଯେହେତୁ ୨୫ ତାରିଖରେ ସୂର୍ଯ୍ୟପରାଗ ରହିଛି, ସେ ଦୃଷ୍ଟିରୁ ପୂର୍ବଦିନ ରାତିରୁ ଦ୍ବାରଫିଟା ପରେ ମହାପ୍ରସାଦ ପ୍ରସ୍ତୁତି ଆରମ୍ଭ କରିବାକୁ ସୁଆର ମହାସୁଆର ନିଯୋଗକୁ କୁହାଯାଇଛି। ସଅଳ ମହାପ୍ରସାଦ ପ୍ରସ୍ତୁତିକୁ ନୀତି ସବକମିଟି ବୈଠକରେ ଗୁରୁତ୍ବ ଦିଆଯାଇଛି। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଓ ଅନ୍ୟାନ୍ୟ ନୀତି ସରିବା ପରେ ଦ୍ବିତୀୟ ଭୋଗମଣ୍ଡପ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଶ୍ରୀ ମହାସୁ୍ଆର ସୁଆର ମହାସୁଆର ନିଯୋଗ ସମ୍ପାଦକ କହିଛନ୍ତି।

ସେପଟେ ୨୫ ତାରିଖ ସୂର୍ଯ୍ଯପରାଗ ଦିନ ଦୀପାବଳି ପଡୁଥିବାରୁ ୨୪ତାରିଖ ଦିନ ପୟାଶ୍ରାଦ୍ଧ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି। ବଡବଡୁଆ ଡାକିବା, କାଉଁରିଆ କାଠି ଜାଳିବା ପାଇଁ କାକୁଡିଖାଇ ଓ ମଙ୍ଗୁମଠ ନିକଟରେ ପାଞ୍ଚଟି ସ୍ଥାନ ଚିହ୍ନଟ କରାଯାଇଛି। ଲୋକେ ଯେପରି ଶୃଙ୍ଖଳିତ ଓ ସୁରକ୍ଷିତ କାଉଁରିଆ ଜାଳି ପାରିବେ, ତାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ତେବେ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଆରମ୍ଭ ହେବ। ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ଅକ୍ଟୋବର ୨୫ ତାରିଖ ପାଇଁ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ୨୪ତାରିଖ ରାତି ୧୨ଟାରେ ଦ୍ବାର ଫିଟା, ସାଢ଼େ ୧୨ଟାରେ ମଙ୍ଗଳ ଆଳତି, ୧ଟା ୧୫ରେ ଅବକାଶ, ୧ଟା ୪୦ରେ ସୂର୍ଯ୍ୟପୂଜା, ରାତି ୨ଟାରେ ଦ୍ବାରପାଳ ପୂଜା, ୨ଟା ୨୦ରେ ଗୋପାଳବଲ୍ଲଭ, ସାଢ଼େ ୨ଟାରୁ ସାଢ଼େ ୩ଟା ସକାଳ ଧୂପ(କୋଠଭୋଗ), ୩ଟା ୪୦ରେ ଭୋଗମଣ୍ଡପ ଉଠିବ, ଭୋର ୪ଟାରେ ବାଳଧୂପ, ୪ଟା ୧୫ରେ ଅମାବାସ୍ୟା ଠାକୁର ଶ୍ରୀନାରାୟଣଙ୍କ ସାଗର ବିଜେ, ୪ଟା ୧୫ରୁ ୪ଟା ୪୦ ପର୍ଯ୍ୟନ୍ତ ମଇଲମ ଓ ବେଶ ଏବଂ ଭୋର ୪ଟା ୫୫ରେ ଭୋଗମଣ୍ଡପ ଶେଷ ହେବ।

Read More
{}{}