Hindi News >>Home >>Odisha Trending

Earthquake: ଭୂକମ୍ପ ସମୟରେ ମୀମ୍ସ ଦ୍ୱାରା ଘେରି ହୋଇଗଲା ଟ୍ୱିଟର, ଦେଖିବା ପରେ ଆପଣ ରୋକିପାରିବେ ନାହିଁ ହସ

Delhi NCR Earthquake: ଗତ ନଭେମ୍ବର ୯ ତାରିଖ ରାତି ୧ଟା ୫୭ ମିନିଟ ସମୟରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୬.୬ ରହିଥିବା ରିକ୍ଟର ସ୍କେଲ ରେକର୍ଡ କରିଥିଲା। ଏହା ସହିତ ନଭେମ୍ବର ୧୨ ତାରିଖ ସନ୍ଧ୍ୟା ୭ଟା ୫୭ ମିନିଟ ସମୟରେ ଅନ୍ୟ ଏକ ଭୂମିକମ୍ପ କମ୍ପନ ଅନୁଭୂତ ହୋଇଥିଲା।

Advertisement
Earthquake: ଭୂକମ୍ପ ସମୟରେ ମୀମ୍ସ ଦ୍ୱାରା ଘେରି ହୋଇଗଲା ଟ୍ୱିଟର, ଦେଖିବା ପରେ ଆପଣ ରୋକିପାରିବେ ନାହିଁ ହସ
Stop
Subhramjit Ray|Updated: Nov 13, 2022, 11:48 PM IST

Memes on Earthquake: ବିଗତ କିଛ ଦିନ ହେବ ଭୂମିକମ୍ପ ଝଟକାରେ କମ୍ପିଉଠିଛି ଉତ୍ତର ଭାରତର ବିଭିନ୍ନ ଅଞ୍ଚଳ। ଯେଉଁଥିରୁ ବାଦ ପଡି଼ନାହିଁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏବଂ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର। ବାରମ୍ବାର ଭୂମିକମ୍ପ କମ୍ପନ ଅନୁଭବ ହେବା ପ୍ରକୃତରେ ଚିନ୍ତାର ବିଷୟ। ସଦ୍ୟ ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ରହିଥିବା ଜଣାପଡ଼ିଛି। ଭୂକମ୍ପ ଅନୁଭୂତ ହେବା ପରେ ସୋସିଆଲ ମିଡିଆ ଜରିଆରେ ଅନେକ ପ୍ରକାର ମୀମ୍ସ ମଧ୍ୟ ସେୟାର କରାଯାଇଛି।

ଗତ ନଭେମ୍ବର ୯  ତାରିଖ ରାତି ୧ଟା ୫୭ ମିନିଟ ସମୟରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୬.୬ ରହିଥିବା ରିକ୍ଟର ସ୍କେଲ (Richter Scale) ରେକର୍ଡ କରିଥିଲା। ଏହା ସହିତ ନଭେମ୍ବର ୧୨ ତାରିଖ ସନ୍ଧ୍ୟା ୭ଟା ୫୭ ମିନିଟ ସମୟରେ ଅନ୍ୟ ଏକ ଭୂମିକମ୍ପ କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ୫.୪ ରହିଥିବା ରେକର୍ଡ କରାଯାଇଥିଲା। ଲୋକେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଥଟ୍ଟା ମଜା କରୁଥିବାର ଦେଖିବାକୁ ମିଳିଥିଲା। ଭୂମିକମ୍ପ ସମ୍ପର୍କିତ ଅନେକ ମୀମ୍ସ (Memes on Earthquake) ସୋସିଆଲ ମିଡ଼ିଆ (Social Media) ଜରିଆରେ ଭାଇରାଲ ହୋଇଛି।

ଅନେକ ଲୋକ ବିଭିନ୍ନ ସୋସିଆଲ ମିଡିଆ ଜରିଆରେ ଏକରୁ ଅଧିକ ମୀମ୍ସ ସେୟାର କରୁଥିବା ଦେଖାଯାଇଥିଲା। କିଛି ଲୋକ ବଲିଉଡ ଚଳଚ୍ଚିତ୍ରର ଦୃଶ୍ୟ ସହିତ ମଜାଳିଆ କ୍ୟାପସନ ଲେଖି ନିଜର ହାସ୍ୟରସ ସହିତ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଥିବାର ଦେଖାଯାଇଥିଲା। ଅନ୍ୟପକ୍ଷରେ କିଛି ଲୋକ ଏହାକୁ ମ୍ୟାଚ୍ ସହ ଏବଂ କିଛି ଦିଲ୍ଲୀ ବାୟୁ ପ୍ରଦୂଷଣ (Delhi Air Pollution) ସହିତ ଜଡିତ କରିଥିଲେ।

 

 

ସୋସିଆଲ ମିଡିଆ ଜରିଆରେ ଅନେକ ପୋଷ୍ଟ (Social Media Post) ନିଆଁ ଭଳି ବ୍ୟାପିବାରେ ଲାଗିଥିଲା। ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ (Social Media Users) ଏପରି ମୀମ୍ସ ଭାରୀ ପସନ୍ଦ ହୋଇଥିବାର ଦେଖିବାକୁ ମିଳିଥିଲା। ଭୂକମ୍ପ ସହ ଜଡିତ ମୀମ୍ସ ମଧ୍ୟ ଟ୍ୱିଟର ରେ ଟ୍ରେଣ୍ଡ (Twitter Trend) କରିବାରେ ଲାଗିଥିଲା। ହେଲେ ତଥାପି ଏହି ଉପାୟରେ ବାରମ୍ବାର ପୃଥିବୀ କମ୍ପିବା ସମଗ୍ର ବିଶ୍ୱ ପାଇଁ ବିପଦଜନକ ବୋଲି ପ୍ରମାଣିତ ହୋଇପାରେ।

Also Read: Coal Crisis ବେଳେ କାହିଁକି ଚର୍ଚ୍ଚାକୁ ଆସିଲେ Shah Rukh Khan

Also Read: Evergreen Container: ସମୁଦ୍ରରେ ଟ୍ରାଫିକ ଜାମ; ଭାଇରାଲ ହେଉଛି Memes

Also\ Read: Couple ପାଳିଲେ Valentines Day ଆଉ Single ପାଇଁ Memes

 

Read More
{}{}