Hindi News >>Home >>Odisha Trending

Social Media Account Ban: ୫୦ ଲକ୍ଷରୁ ଉର୍ଦ୍ଧ୍ୱ ସୋସିଆଲ ମିଡ଼ିଆ ଆକାଉଣ୍ଟ ବ୍ଲକ କଲେ ୱାଟ୍ସଆପ୍-ଟ୍ୱିଟର, ଜାଣନ୍ତୁ କାରଣ

Social Media Account: ସୋସିଆଲ ମିଡ଼ିଆ ହ୍ୱାଟସ୍ ଆପ୍ ୪୫ ଲକ୍ଷରୁ ଉର୍ଦ୍ଧ୍ୱ ଭାରତୀୟ ଆକାଉଣ୍ଟ ସବୁଦିନ ପାଇଁ ବ୍ୟାନ କରି ଦେଇଛି। ଅନ୍ୟପକ୍ଷରେ, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ମଧ୍ୟ ୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ସବୁଦିନ ପାଇଁ ଡିଲିଟ କରିଦେଇଛି। 

Advertisement
Social Media Account Ban: ୫୦ ଲକ୍ଷରୁ ଉର୍ଦ୍ଧ୍ୱ ସୋସିଆଲ ମିଡ଼ିଆ ଆକାଉଣ୍ଟ ବ୍ଲକ କଲେ ୱାଟ୍ସଆପ୍-ଟ୍ୱିଟର, ଜାଣନ୍ତୁ କାରଣ
Stop
Zee Odisha Desk|Updated: Apr 03, 2023, 05:02 PM IST

Social Media Account Ban India: ଗତ ଫେବୃଆରୀରେ ଜାରି ହୋଇଥିବା ରିପୋର୍ଟ ଅନୁସାରେ ସୋସିଆଲ ମିଡ଼ିଆ ଆପ୍ ହ୍ୱାଟସ୍ ଆପ୍ ୪୫ ଲକ୍ଷରୁ ଉର୍ଦ୍ଧ୍ୱ ଭାରତୀୟ ଆକାଉଣ୍ଟ ସବୁଦିନ ପାଇଁ ବ୍ୟାନ କରି ଦେଇଛି। ଅନ୍ୟପକ୍ଷରେ, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ମଧ୍ୟ ୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ସବୁଦିନ ପାଇଁ ଡିଲିଟ କରିଦେଇଛି। ବ୍ଲକ୍ ହୋଇଥିବା ସୋସିଆଲ ମିଡ଼ିଆ ଆକାଉଣ୍ଟ, ଯାହାକୁ ଭାରତୀୟ ବ୍ୟବହାରାକରୀ ବ୍ୟବହାର କରୁଥିଲେ ସେମାନେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଲାଗି ସ୍ଥିର ହୋଇଥିବା ନିୟମର ଉଲ୍ଲଂଘନ କରୁଥିଲେ। ଡିଲିଟ ହୋଇଥିବା ଟ୍ୱିଟର ଆକାଉଣ୍ଟ ମଧ୍ୟରେ ଏପରି ୬ ଲକ୍ଷ ୮୨ ହଜାର ୪୨୦ ଟ୍ୱିଟର ଆକାଉଣ୍ଟ୍ ରହିଥିଲା ଯାହା ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଏବଂ ଯୌନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ପୋଷ୍ଟ ସେୟାର କରୁଥିଲା। ଅନ୍ୟପଟେ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଏହାର ପ୍ରାୟ ୧୫୪୮ ଆକାଉଣ୍ଟ ସବୁଦିନ ପାଇଁ ହଟାଇ ଦେଇଛି। କାରଣ ଏହି ଆକାଉଣ୍ଟ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିଲା।

ସେହିପରି ଅନ୍ୟତମ ସୋସିଆଲ ମିଡ଼ିଆ ଆପ୍ ହ୍ୱାଟସ୍ ଆପ୍ ଗତ ଜାନୁଆରୀରେ ପ୍ରାୟ ୩୦ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହା ପୂର୍ବରୁ ଗତ ଡିସେମ୍ବରରେ ୩୬ ଲକ୍ଷ ଏବଂ ନଭେମ୍ବରରେ ୩୭ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ବ୍ୟାନ ଲଗାଇଥିଲା ହ୍ୱାଟସ୍ ଆପ୍। ଗତ ୨୦୨୧ ବର୍ଷରେ ଆସିଥିବା ନୂତନ ଆଇଟି ନିୟମ ଅନୁସାରେ କାରଣରୁ ସମସ୍ତ ସୋସିଆଲ୍ ମିଡିଆ କମ୍ପାନୀ ପରିଚାଳନା କରୁଥିବା ସଂସ୍ଥାକୁ ପ୍ରତି ମାସରେ ଏକ ରିପୋର୍ଟ ଜାରି କରିବାକୁ ପଡ଼ିଥାଏ। ଗୋଟିଏ ମାସରେ କେତେ ସଂଖ୍ୟାକ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି ସେ ସମ୍ପର୍କିତ ଏକ ରିପୋର୍ଟ ଜାରି କରାଯାଏ। ଏହି ରିପୋର୍ଟ ସୋସିଆଲ୍ ମିଡିଆ କମ୍ପାନୀ ପକ୍ଷରୁ ଜାରି କରାଯାଇଥାଏ। ଏପରିକି ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ପକ୍ଷରୁ କରାଯାଇଥିବା ବିଭିନ୍ନ ଅଭିଯୋଗ ଉପରେ କେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କିତ ତଥ୍ୟ ଏହି ସଂସ୍ଥାକୁ ପ୍ରଦାନ କରିବାକୁ ହୋଇଥାଏ। ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ଲୋକଙ୍କ ତଥ୍ୟ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ନିରାପଦ ରଖିବା ହେଉଛି ଏହି ନୂତନ ଆଇଟି ନିୟମର ଉଦ୍ଦେଶ୍ୟ।

ଗତ ୨୫ ଜାନୁଆରୀ ୨୬ ଫେବୃଆରୀ ମଧ୍ୟରେ ଭାରତ ପକ୍ଷରୁ ଟ୍ୱିଟର ପାଖକୁ ପ୍ରାୟ ୭୩ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ କମ୍ପାନୀ ତୁରନ୍ତ ୨୭ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ହେଲେ ବିସ୍ତୃତ ଭାବରେ ଅଧିକ ଅନୁସନ୍ଧାନ କରାଯିବା ପରେ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ କମ୍ପାନୀ ଏହାର ୧୦ ଆକାଉଣ୍ଟ ଫେରାଇ ଦେଇଥିଲା।ଅନ୍ୟପଟେ ହ୍ୱାଟସ୍ ଆପ୍ ଫେବୃଆରୀ ମାସରେ ୨୮୦୪ ଅଭିଯୋଗ ଗ୍ରହଣ କରିଥିଲା। ଯେଉଁଥିରୁ କମ୍ପାନୀ ୫୦୪ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୋଟ ଅଭିଯୋଗ ମଧ୍ୟରୁ ୨୫୪୮ ଆକାଉଣ୍ଟ ବ୍ୟାନ କରିବା ଲାଗି ରିପୋର୍ଟ କରାଯାଇଥିଲା।

ଯଦି ଆପଣ ଏହି ସୋସିଆଲ ମିଡ଼ିଆ ଆପ ବ୍ୟବହାର କରୁଛନ୍ତି, ତାହେଲେ କମ୍ପାନୀ ଦ୍ୱାରା ସ୍ଥିର କରାଯାଇଥିବା ନିୟମକୁ ଉଲ୍ଲଂଘନ କରନ୍ତୁ ନାହିଁ। ଯଦି ଆପଣ ନିୟମ ଭଙ୍ଗ କରନ୍ତି, ତାହେଲେ ଆପଣଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଭଲ କାର୍ଯ୍ୟ ପାଇଁ ସର୍ବଦା ସୋସିଆଲ ମିଡିଆ ଆପ୍ ବ୍ୟବହାର କରନ୍ତୁ। ସୋସିଆଲ ମିଡ଼ିଆ ବ୍ୟବହାର କରିବା ବେଳେ କୌଣସି ପ୍ରକାର ନିୟମ ବିରୋଧୀ କାର୍ଯ୍ୟ କଳାପରୁ ଦୂରରେ ରୁହନ୍ତୁ।

 

Read More
{}{}