Hindi News >>Home >>Odisha LifeStyle and Others

Smartphone Aap Detect Heart Stroke: ଆସନ୍ନ ହାର୍ଟ ଷ୍ଟ୍ରୋକୁକୁ ଆଗୁଆ ସୂଚାଇ ଥାଏ ଏହି ମୋବାଇଲ ଆପ୍

Smartphone App: ଆଜିକାଲି ହୃଦଘାତ ସମସ୍ୟା ବେଶ ବଢିଯାଇଥିବା ବେଳେ ବର୍ତମାନ ଏହା ଏକ ଚିନ୍ତାଜନକ ବିଷୟ ପାଲଟିଛି, ତେବେ ନିକଟରେ ଏପରି ଏକ ଆପ ଡ଼େଭଲପ କରାଯାଇଛି ଯାହା ଆପଣଙ୍କୁ ସମୟ ଥାଉ ଥାଉ ଷ୍ଟ୍ରୋକ୍ ବିଷୟରେ ଜାଣିପାରିବ । ଖାଲି ଏତିକି ନୁହେଁ ଏହି ଆପ୍ ଷ୍ଟ୍ରୋକର ଲକ୍ଷଣକୁ ମଧ୍ଯ ଠିକ୍ ସମୟରେ ଚିହ୍ନଟ କରି ହସ୍ପିଟାଲ ସେବା ପ୍ରଦାନ କରିବା ନେଇ ମଧ୍ୟ ନିଜେ ବ୍ୟବସ୍ଥା କରିବ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 15, 2023, 08:22 PM IST

Smartphone Aap Detect Heart Stroke: ଆଜିକାଲିର ସ୍ମାର୍ଟ ଯୁଗରେ ସ୍ମାର୍ଟ ଫୋନ ବିନା ସବୁ କାମ ଅଧୁରା । ପାଠ ପଢିବାଠାରୁ ଆରମ୍ଭ କରି ଅନଲାଇନ ସପିଂ ସବୁ କ୍ଷେତ୍ରରେ ଆମେ ସ୍ମାର୍ଟ ଫୋନ ଉପରେ ନିର୍ଭର କରିଥାଉ । ତେବେ ବର୍ତ୍ତମାନ ଆପଣଙ୍କ ସ୍ମାର୍ଟ ଫୋନ ଥିବା ଏକ ଆପ୍‌ ରୋଗ ଚିହ୍ନିବାରେ ମଧ୍ୟ କାମରେ ଆସିପାରେ। କଥାଟି ଶୁଣିକି ଆଶ୍ଟର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ । ସ୍ମାର୍ଟ ଫୋନରେ ଏକ ନୂଆ ଆପ୍‌ ଡ଼େଭେଲପ୍‌ କରାଯାଇଛି ଯାହା ଆପଣଙ୍କ ଶରୀରର ହାର୍ଟ ଷ୍ଟ୍ରୋକର ଲକ୍ଷଣକୁ ଚିହ୍ନିବାରେ ସାହାଯ୍ୟ କରିବା ସହିତ ଏହା ଆପଣଙ୍କୁ ହସ୍ପିଟାଲ ସେବା ପ୍ରଦାନ କରିବା ନେଇ କଲ କରିବାକୁ ମଧ୍ୟ ପ୍ରବର୍ତ୍ତାଇବ । ଏହି ଆପର ନାମ ହେଉଛି FAST.AI । ଏହି ଆପ୍ ଷ୍ଟ୍ରୋକର ଦୀର୍ଘକାଳୀନ ପ୍ରଭାବକୁ ହ୍ରାସ କରିପାବାରେ ସାହାଯ୍ୟ କରିବ ।

ସୂଚନା ମୁତାବିକ, ଏହି ଆପରେ ହୃତଘାତକୁ ଚିହ୍ନିବା ପାଇଁ ପ୍ରୋଗ୍ରାମିଂ ଡେଭେଲପ କରାଯାଇଛି । ଏହାକୁ ବ୍ୟବହାର କରି ମଣିଷର ମୁହଁ ଓ ହାତର ହାତର ଆବଭାବ ଓ କଥାବାର୍ତ୍ତାରେ ପରିବର୍ତ୍ତନକୁ ଦେଖି ଏହା ଷ୍ଟ୍ରୋକ ନେଇ ଅନୁମାନ ଲଗାଇପାରେ । ଏହାସହ ସାମାନ୍ୟରୁ ସାମାନ୍ୟ ଷ୍ଟ୍ରୋକକୁ ମଧ୍ଯ ଚିହ୍ନଟ କରିପାରିଥାଏ । ଖାଲି ଏତିକି ନୁହେଁ ଏହି ଆପଟି ମଣିଷ ମୁହଁର ପ୍ରାୟ ୬୮ଟି ଭାବନାକୁ ଚିହ୍ନଟ କରିପାରେ । ଏହାକୁ ଚିହ୍ନଟ କରିବାଲାଗି ସେ ଫୋନରେ ଥିବା ଭିଡି଼ଓର ବ୍ୟବହାର କରିଥାଏ । ଏନେଇ ନିୟୁରୋଲୋଜିର ପ୍ରଫେସର ଓ କାର୍ଲିଫର୍ନିଆ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଏକ ଅଧ୍ଯୟନରୁ ଜଣାପଡ଼ିଛି ଯେ, ପ୍ରାରମ୍ଭିକ ପରୀକ୍ଷଣରେ ଏହା ସ୍ନାୟୁ ବିଜ୍ଞାନ ଆଧାରରେ ଷ୍ଟ୍ରୋକର ତୀବ୍ରତାକୁ ମାପିବାରେ ସକ୍ଷମ ହୋଇପାରୁଛି। ୨୭୦ ଜଣ ରୋଗୀଙ୍କୁ ନେଇ କରାଯାଇଥିବା ପରୀକ୍ଷଣରେ ଏହି ଆପ୍‌ ଷ୍ଟ୍ରୋକର ଛୋଟରୁ ଛୋଟ ଲକ୍ଷଣ ଓ ସଙ୍କେତକୁ ନିର୍ଭୁଲ ଭାବରେ ଚିହ୍ନଟ କରିପାରୁଛି।

ଷ୍ଟ୍ରୋକ ସମ୍ବନ୍ଧୀୟ ଅନେକ ଲକ୍ଷଣକୁ ଏହି ଆପ୍‌ ସଠିକ ଭାବରେ ଧରି ପାରୁଥିବା ବେଳେ ଅଧ୍ୟୟନରୁ ଜଣା ପଡି଼ଛି ଯେ, ୧୦୦ ପ୍ରତିଶତ ରୋଗୀଙ୍କଠାରେ ଷ୍ଟ୍ରୋକ ସମୟରେ ଦେଖା ଦେଉଥିବା ଫେସିଆଲ ଏକ୍ସପ୍ରେସନକୁ ଚିହ୍ନିବାରେ ଆପ୍‌ ସାହାଯ୍ୟ କରୁଛି। ଏହାଛଡା଼ ଦୁଇ ତୃତୀୟାଂଶ ରୋଗୀଙ୍କ ହାତର ଆବଭାବକୁ ଏହି ଆପ ଡିଟେକ୍ଟ କରିପାରୁଥିବା ଜଣା ପଡି଼ଛି ।

Also Read-Health Alert: ଅଧିକ ମିଠା ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ହୋଇପାରେ ହୃଦରୋଗ

Also Read-Thyroid Effect: ଯଦି ଥାଇରଡ୍ ଥାଏ ତେବେ ହୁଅନ୍ତୁ ସାବଧାନ୍, ସବୁଦିନ ପାଇଁ ହରାଇପାରନ୍ତି ଦୃଷ୍ଟିଶକ୍ତି

 

Read More
{}{}