Hindi News >>Home >>Odisha Trending

Shocking News: ପରସ୍ପର ସହ ପିଟାପିଟା ହେଲେ ଟାଟା ନାନୋ-ମହୀନ୍ଦ୍ରା ଥର, ଜାଣନ୍ତୁ କିଏ କାହା ଉପରେ ପଡିଲା ଭାରୀ?

Tata Nano Mahindra Thar Accident: ଏଭଳି ଆଶ୍ଚର୍ଯ୍ୟଜନକ ଦୁର୍ଘଟଣା ଛତିଶଗଡ ଦୁର୍ଗ ଜିଲ୍ଲାର ମିନି ଷ୍ଟାଡିୟମ୍ ଛକ ଠାରେ ଘଟିଥିଲା। ଦ୍ରୁତ ବେଗରେ ଛକ ଅତିକ୍ରମ କରୁଥିବା ମହୀନ୍ଦ୍ରା ଥର ଅପର ପାର୍ଶ୍ୱରୁ ଆସୁଥିବା ହାଇ ସ୍ପୀଡ୍ ଟାଟା ନାନୋ ସହିତ ସିଧାସଳଖ ଧକ୍କା ହୋଇଥିଲା। ନାନୋ ମଧ୍ୟ ଦ୍ରୁତ ବେଗରେ ଛକ ଅତିକ୍ରମ କରୁଥିଲା। ଏହି ଧକ୍କାରେ କେବଳ ନାନୋ ବୋନେଟ୍ ନଷ୍ଟ ହୋଇ ଯାଇଥିବା ବେଳେ ମହୀନ୍ଦ୍ରା ଥର୍ ଓଲଟି ପଡିଥିଲା

Advertisement
Shocking News: ପରସ୍ପର ସହ ପିଟାପିଟା ହେଲେ ଟାଟା ନାନୋ-ମହୀନ୍ଦ୍ରା ଥର, ଜାଣନ୍ତୁ କିଏ କାହା ଉପରେ ପଡିଲା ଭାରୀ?
Stop
Zee Odisha Desk|Updated: Feb 17, 2023, 11:01 PM IST

Tata Nano Mahindra Thar Collision: ସଦ୍ୟ ଛତିଶଗଡ ଦୁର୍ଗ ଜିଲ୍ଲାରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଦୁର୍ଘଟଣା। ଏଠାରେ ପରସ୍ପର ସହ ପିଟାପିଟି ହୋଇଥିଲେ ମହୀନ୍ଦ୍ରା ଏସୟୁଭି ଥର ଏବଂ ଟାଟା ନାନୋ। ଏହି ଦୁଇ ଗାଡ଼ି ପରସ୍ପର ସହ ବହୁ ଜୋରରେ ଧକ୍କା ହୋଇଥିଲେ। ଘଟଣାସ୍ଥଳରେରେ ଉପସ୍ଥିତ ରହିଥିବା ଲୋକ ଏହି ଦୁର୍ଘଟଣା ଦେଖିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ମହୀନ୍ଦ୍ରା ଥର ସହ ପିଟି ହେବା ପରେ ଟାଟା ନାନୋ ବଡ଼ ଧରଣର କ୍ଷତି ସହିଥିବ। ହେଲେ ବାସ୍ତବରେ ତାହା ହୋଇନାହିଁ। ଟାଟ ନାନୋ ସହ ଧକ୍କା ହେବା ପରେ ଓଲଟି ପଡିଛି ମହୀନ୍ଦ୍ରା ଥର।

ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ ଏହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯେତେବେଳେ ନାନୋ ଥର ସହିତ ମୁହାଁମୁହିଁ ହୋଇଥିଲେ, ସେତେବେଳେ ନାନୋ ଜିତି ଯାଇଥିଲେ ଆଉ ଅନ୍ୟପଟେ ଥର ଓଲଟି ପଡିଥିଲା। ଆଶ୍ୱସ୍ତିର କଥା ଏହା ଯେ ଏହି ଦୁର୍ଘଟଣାରେ ଉଭୟ ଗାଡିର ଚାଳକଙ୍କର କୌକ୍ଷତି ହୋଇ ନାହିଁ। ଉଭୟ ଗାଡ଼଼ି ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।

ମହୀନ୍ଦ୍ରା ଏସୟୁଭି ଥର ଏବଂ ଟାଟା ନାନୋ ମଧ୍ୟରେ ହୋଇଥିବା ଦୁର୍ଘଟଣା ଫଟୋ ଦେଖିବା ପରେ ଲୋକେ ଟାଟା କମ୍ପାନୀ ଦ୍ୱାରା ବିକଶିତ ହେଉଥିବ ଗାଡ଼ିର ନିର୍ମାଣ ଗୁଣକୁ ପ୍ରଶଂସା କରିବା ଆରମ୍ଭ କରି ଦେଇଛନ୍ତି। ଆଜ୍ଞା ହଁ, ଏପରି ଅନେକ ଭିଡିଓ ପୂର୍ବରୁ ମଧ୍ୟ ଆସିସାରିଛି। ଯେଉଁଥିରେ ମହୀନ୍ଦ୍ରା ସ୍କର୍ପିଓ, ଟୟୋଟା ଇନୋଭା ଏବଂ ଅନ୍ୟାନ୍ୟ ବଡ ବଡ଼ ଏସୟୁଭି ଗାଡି ଟାଟା ମୋଟର୍ସ ଦ୍ୱାରା ପ୍ରସ୍ତୁତ ସଫାରି, ହ୍ୟାରିୟର ଏବଂ ନିକ୍ସନ୍ ଭଳି ଗାଡ଼ି ସହିତ ମୁହାଁମୁହିଁ ହୋଇଛନ୍ତି। ହେଲେ ମୁହାଁମୁହିଁ ହେବା ଘଟଣାରେ ଟାଟା ଦ୍ୱାରା ବିକଶିତ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ହେଲେ ଅନ୍ୟ କମ୍ପାନୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଛିନଛିତ୍କ ହୋଇଯାଇଛନ୍ତି। 

ଦୁର୍ଘଟଣା ସମୟରେ ଉପସ୍ଥିତ ଲୋକ ପରସ୍ପର ମଧ୍ୟରେ କୁହାକୁହି ହୋଇଥିଲେ ଯେ ଟାଟା ନାନୋ ଏତେ ଶକ୍ତିଶାଳୀ ହେବେ ବୋଲି କେହି କେବେ ଆଶା କରି ନଥିଲେ। ଲୋକ କହିଛନ୍ତି ଯେ ନାନୋ ସହ ଧକ୍କା ହେବା ମହୀନ୍ଦ୍ରା ଥର ଓଲଟି ପଡ଼ିବ, ଏହା କେହି କେବେ ଭାବିନଥିଲେ। ହେଲେ ଏଠାରେ ମଧ୍ୟ ଟାଟା ଦ୍ୱାରା ବିକଶିତ ସବୁଠାର ଶସ୍ତା ଏବଂ ହାଲୁକା ଯାନ ମହୀନ୍ଦ୍ରା ଦ୍ୱାରା ସବୁଠାରୁ ବିକଶିତ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଏସୟୁଭି ଉପରେ ଭାରୀ ପଡ଼ିଛିଛି।

ଏଭଳି ଆଶ୍ଚର୍ଯ୍ୟଜନକ ଦୁର୍ଘଟଣା ଛତିଶଗଡ ଦୁର୍ଗ ଜିଲ୍ଲାର ମିନି ଷ୍ଟାଡିୟମ୍ ଛକ ଠାରେ ଘଟିଥିଲା। ଦ୍ରୁତ ବେଗରେ ଛକ ଅତିକ୍ରମ କରୁଥିବା ମହୀନ୍ଦ୍ରା ଥର ଅପର ପାର୍ଶ୍ୱରୁ ଆସୁଥିବା ହାଇ ସ୍ପୀଡ୍ ଟାଟା ନାନୋ ସହିତ ସିଧାସଳଖ ଧକ୍କା ହୋଇଥିଲା। ନାନୋ ମଧ୍ୟ ଦ୍ରୁତ ବେଗରେ ଛକ ଅତିକ୍ରମ କରୁଥିଲା। ଏହି ଧକ୍କାରେ କେବଳ ନାନୋ ବୋନେଟ୍ ନଷ୍ଟ ହୋଇ ଯାଇଥିବା ବେଳେ ମହୀନ୍ଦ୍ରା ଥର୍ ଓଲଟି ପଡିଥିଲା। ନାନୋ ମାତ୍ର ପାଞ୍ଚରୁ ଆଠ ହଜାର ଟଙ୍କା କ୍ଷତି ସହିଛି।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ନାନୋ କାର  ବହୁ ବର୍ଷର ପୁରୁଣା ବୋଲି ଜଣାପଡ଼ିଛି। ହେଲେ ଥର ନୂତନ ବୋଲି ଜଣାପଡ଼ିଛି। ଯାହାକୁ ନିକଟରେ କିଣାଯାଇଥିଲା। ନାନୋ-ଥର ମଧ୍ୟରେ ହଇଥିବା ଦୁର୍ଘଟଣାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି ଭାଇରାଲ ଫଟୋ ଉପରେ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଏହି ଘଟଣାରେସ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

Read More
{}{}