Hindi News >>Home >>Odisha Trending

No Night Countries: ଆଜି ହେଉଛି ବର୍ଷର ସବୁଠୁ ଛୋଟ ଦିନ, ହେଲେ ଏହି ଦେଶରେ ହୋଇନଥାଏ ରାତି

No Night Countries News: ହେଲେ ବିଶ୍ୱରେ ଏପରି କିଛି ସ୍ଥାନ ରହିଛି ଯେଉଁଠି ପୃଥିବୀର ଆବର୍ତ୍ତନ ଗତି କାରଣରୁ ହେଉଥିବା ପରିବର୍ତ୍ତନର ବ୍ୟତିକ୍ରୟ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଏଠାରେ ଦିନ ରାତି ମୋଟ ୨୪ ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଆକାଶରେ ଦୃଶ୍ୟମାନ ହୋଇଥାଏ। ବିଶ୍ୱର ଏପରି ସ୍ଥାନ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ନିକଟରେ ଅବସ୍ଥିତ। 

Advertisement
No Night Countries: ଆଜି ହେଉଛି ବର୍ଷର ସବୁଠୁ ଛୋଟ ଦିନ, ହେଲେ ଏହି ଦେଶରେ ହୋଇନଥାଏ ରାତି
Stop
Zee Odisha Desk|Updated: Dec 22, 2022, 11:49 PM IST

Smallest Day of World: ଆଜି ହେଉଛି ଡିସେମ୍ବର ୨୨ ତାରିଖ। ଏହି ଦିନ ବର୍ଷର ସବୁଠାରୁ ଛୋଟ ଦିନ ଭାବେ। ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଡିସେମ୍ବର ୨୨ ତାରିଖରେ ଦିନ ସବୁଠାରୁ ଛୋଟ ହୋଇଥାଏ। 
ଅର୍ଥାତ୍ ଆଜି ସୂର୍ଯ୍ୟ କିରଣ ଖୁବ୍ କମ୍ ସମୟ ପାଇଁ ଦୃଶ୍ୟମାନ ହୋଇଥିବ। ଦିନ ରାତି ହେଉଛି ମିଶି ୨୪ ଘଣ୍ଟା। ଯାହା ମଧ୍ୟରୁ ୧୨ ଘଣ୍ଟା ହେଉଛି ଦିନ ଏବଂ ୧୨ ଘଣ୍ଟା ହେଉଛି ରାତି। ଏପରି ହେଉଛି ମିଶି ୨୪ ଘଣ୍ଟା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  ଡିସେମ୍ବର ୨୨ ତାରିଖରେ  ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ରାତି ସବୁଠାରୁ ବଡ଼ ହୋଇଥିବା ବେଳେ ଦିନ ସବୁଠୁ ଛୋଟ ହୋଇଥାଏ।

ପୃଥିବୀ ଭଳି ବାସୋପଯୋଗୀ ଗ୍ରହର ଦୁଇ ପ୍ରକାର ଗତି ରହିଛି। ତାହା ହେଉଛି ଆବର୍ତ୍ତନ ଏବଂ ପରିକ୍ରମଣ। ଆବର୍ତ୍ତନ ଗତି କାରଣରୁ ପୃଥିବୀରେ ଦିନ-ରାତି ହୋଇଥାଏ। ସେହିପରି ପରିକ୍ରମଣ ଗତି କାରଣରୁ ଋତୁ ପରିବର୍ତ୍ତନ ହୋଇଥାଏ। ଆବର୍ତ୍ତନ ବେଳେ ପୃଥିବୀ ଏହାର ପଥରେ ଏବଂ ପରିକ୍ରମଣ ବେଳେ ଏହାର କକ୍ଷ ପଥରେ ଗତି କରିଥାଏ। 

ହେଲେ ବିଶ୍ୱରେ ଏପରି କିଛି ସ୍ଥାନ ରହିଛି ଯେଉଁଠି ପୃଥିବୀର ଆବର୍ତ୍ତନ ଗତି କାରଣରୁ ହେଉଥିବା ପରିବର୍ତ୍ତନର ବ୍ୟତିକ୍ରୟ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଏଠାରେ ଦିନ ରାତି ମୋଟ ୨୪ ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଆକାଶରେ ଦୃଶ୍ୟମାନ ହୋଇଥାଏ। ବିଶ୍ୱର ଏପରି ସ୍ଥାନ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ନିକଟରେ ଅବସ୍ଥିତ। ସୂର୍ଯ୍ୟ ଏହାର ଅକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ହୋଇ ରହିଥିବାରୁ ଏପରି ଘଟିଥାଏ। ଜାଣନ୍ତୁ ବିଶ୍ୱର ସେହି ସ୍ଥାନ ବିଷୟରେ ଯେଉଁଠାରେ ରାତି ହୁଏ ନାହିଁ ଏବଂ ଏହା କେଉଁ ଦେଶରେ ଅବସ୍ଥିତ।

Also Read: No Night Countries: ଆଜି ହେଉଛି ବର୍ଷର ସବୁଠୁ ଛୋଟ ଦିନ, ହେଲେ ଏହି ଦେଶରେ ହୋଇନଥାଏ ରାତି

୧. ଆଇସଲ୍ୟାଣ୍ଡ:  ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡ କଥା କୁହାଯାଏ ତାହେଲେ ଏହି ଦେଶ ଅନ୍ୟ ଏକ କାରଣକୁ ନେଇ ମଧ୍ୟ ପ୍ରସିଦ୍ଧ। କାରଣ ଏଠାରେ ଗୋଟିଏ ହେଲେ ମଶା ନାହାନ୍ତି। ଆଇସଲ୍ୟାଣ୍ଡ ଭଳି ଦେଶରେ ଜୁନ୍ ମାସରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଶୀତ ପ୍ରଧାନ ଦେଶ ହୋଇଥିଲେ ଏଠାରେ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟକିରଣ ଚମକି ଉଠିଥାଏ।

୨.କାନାଡ଼: ଉତ୍ତର ଆମେରିକୀୟ ଦେଶ କାନାଡାରେ ନୁନାବତ ନାମକ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ସୂର୍ଯ୍ୟ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଅସ୍ତ ହୋଇନଥାନ୍ତି। ସେହିଭଳି ଶୀତ ଋତୁରେ ଏହି ସ୍ଥାନରେ ଏହି ସ୍ଥାନରେ ଲଗାତାର ୩୦ ଦିନ ପାଇଁ ନିରନ୍ତର ଅନ୍ଧକାର ଛାଇ ରହିଥାଏ। ଏହାର କାରଣ ହେଉଛି ଏଠାରେ ସୂର୍ଯ୍ୟ ପ୍ରାୟ ମାସେ କାଳ ଧରି ଅସ୍ତ ହୋଇଯାଇଥାନ୍ତି। 

୩. ସ୍ୱୀଡେନ: ଅନ୍ୟତମ ୟୁରୋପୀୟ ଦେଶ ସ୍ୱୀଡେନ ହେଉଛି ଏପରି ଏକ ଦେଶ ଯେଉଁଠାରେ ୬ ମାସ ପର୍ଯ୍ୟନ୍ତ ଦିନ ରହିଥାଏ। ମେ ମାସ ଆରମ୍ଭରୁ ଅଗଷ୍ଟ ଶେଷ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଏଠାରେ ମଧ୍ୟରାତ୍ରିରେ ଅସ୍ତ ହୋଇଥାନ୍ତି। ପୁଣି ଭୋର ଚାରିଟା ସମୟରେ ପୁନର୍ବାର ସୂର୍ଯ୍ୟୋଦୟ ହୋଇଥାଏ।

୪. ନରୱେ: ଉତ୍ତର ମେରୁ ନିକଟରେ ଅବସ୍ଥିତ ୟୁରୋପୀୟ ଦେଶ ନରୱେ ମଧ୍ୟ ରାତ୍ରୀର ସୂର୍ଯ୍ୟ ମଧ୍ୟ ରାତ୍ରୀରେ ସୂର୍ଯ୍ୟୋଦୟ ଦେଶ ଭାବେ ଜଣାଶୁଣା। ପ୍ରାୟ ୭୬ ଦିନ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟାସ୍ତ ହୁଏ ନାହିଁ।

୫. ଆଲାସ୍କା: ଉତ୍ତର ଆମେରିକୀୟ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ଏକ ରାଜ୍ୟ ହେଉଛି ଆଲାସ୍କା। ଯାହା ଦେଶର ମୁଖ୍ୟ ଭୂଖଣ୍ଡ ପରିବର୍ତ୍ତେ ପଡୋଶୀ କାନାଡା ସୀମାରେ ଅବସ୍ଥିତ। ନଭେମ୍ବର ଆରମ୍ଭରେ ଆଲାସ୍କା ପ୍ରଦେଶରେ ଲଗାତାର ସୂର୍ଯ୍ୟାସ୍ତ ହୋଇଥାଏ। ହେଲେ ମେ ମାସ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟ ଥରେ ପାଇଁ ମଧ୍ୟ ଅସ୍ତ ହୁଅନ୍ତି ନାହିଁ। ଏହି ସମୟରେ ସବୁବେଳେ ସୂର୍ଯ୍ୟ କିରଣ ଉପଲବ୍ଧ ରହିଥାଏ।

 

Read More
{}{}