Hindi News >>Home >>Odisha Trending

Karwa Chauth 2023: ସଚିନଙ୍କ ପାଇଁ କରୱା ଚୌଥ ବ୍ରତ କଲେ ସୀମା ହାଇଦର

Karwa Chauth 2023: ପାକିସ୍ତାନୀ ମହିଳା ସୀମା ହାଇଦର ପାକିସ୍ତାନରୁ ବେଆଇନ ଭାବରେ ଭାରତ ଆସିଥିଲେ । ସୀମାଙ୍କ ସହିତ ତାଙ୍କ ୪ ପିଲା ମଧ୍ୟ ଗ୍ରେଟର ନୋଏଡା ସ୍ଥିତ ସଚିନ ମୀନାଙ୍କ ଘରେ ରୁହନ୍ତି। ଏହାପୂର୍ବରୁ ସୀମା ରକ୍ଷା ବନ୍ଧନ ପର୍ବ ମଧ୍ୟ ପାଳନ କରିଥିଲେ।

Advertisement
Karwa Chauth 2023: ସଚିନଙ୍କ ପାଇଁ କରୱା ଚୌଥ ବ୍ରତ କଲେ ସୀମା ହାଇଦର
Stop
Soubhagya Ranjan Mishra|Updated: Nov 01, 2023, 03:28 PM IST

Karwa Chauth 2023: ଆଜି ସମଗ୍ର ଦେଶରେ କରୱା ଚୌଥ ପର୍ବ ପାଳନ କରାଯାଉଛି । ପତିଙ୍କ ଶୁଭ ମନାସି ପତ୍ନୀ ଏହି ବ୍ରତ ପାଳନ କରିଥାନ୍ତି । ପାକିସ୍ତାନରୁ ଭାରତ ଆସିଥିବା ମହିଳା ସୀମା ହାଇଦର (seema haider) ମଧ୍ୟ ତାଙ୍କ ସ୍ୱାମୀ ସଚିନ ମୀନାଙ୍କ ପାଇଁ କରୱା ଚୌଥ ଉପବାସ କରିଛନ୍ତି। ତାଙ୍କ ବାପ ଘରୁ ସୀମା ହାଇଦରଙ୍କ ପାଇଁ କରୱା ଚୌଥ ପୂଜା ପାଇଁ ସାମଗ୍ରୀ ମଧ୍ୟ ପହଞ୍ଚିଛି । ସୀମା ହାଇଦର ଭାରତ ଆସିବା ପରଠାରୁ ସେ ଏଠାରେ ହିନ୍ଦୁ ଧର୍ମର ପର୍ବ ଗୁଡିକୁ ପାଳନ କରୁଥିବା ଦେଖିବାକୁ ମିଳୁଛି ।

କରୱା ଚୌଥ ପର୍ବ ବିବାହିତ ଦମ୍ପତିଙ୍କ ମଧ୍ୟରେ ପ୍ରେମ ଏବଂ ପ୍ରତିବଦ୍ଧତାର ସ୍ଥାୟୀ ବନ୍ଧନର ଏକ ପ୍ରମାଣ ବୋଲି ବିଶ୍ୱାସ କରାଯାଏ । ସେମାନଙ୍କର କରୱା ଚୌଥ ଉପବାସରେ ସୀମା ହାଇଦର ଏବଂ ସଚିନ୍ ମୀନାଙ୍କ ଭିଡିଓ ଏବଂ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସୀମା ହାଇଦର ସିନ୍ଦୂର, ମଙ୍ଗଳସୁତ୍ର ଏବଂ ସବୁଜ ରଙ୍ଗର ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସୀମା ତାଙ୍କ ବାପ ଘରୁ ଆଣିଥିବା ସାମଗ୍ରୀ ଦେଖାଉଛନ୍ତି। ସୀମା ହାଇଦର କହିଛନ୍ତି ଯେ, ତାଙ୍କ ମାଆ ଅର୍ଥାତ୍ ଓକିଲ ଏପି ସିଂଙ୍କ ମାଆ ତାଙ୍କ ପାଇଁ ସମସ୍ତ ଜିନିଷ  ପଠାଇଛନ୍ତି । ସୀମା ଏପି ସିଂଙ୍କୁ ତାଙ୍କ ଭାଇ କରିଛନ୍ତି। କରୱା ଚୌଥପାଇଁ ଉପହାର ପଠାଇଥିବାରୁ ସେ ଏପି ସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଉପହାର ପାଇବା ପରେ ସେ ବହୁତ ଖୁସି ହୋଇଥିଲେ । 

ପୂର୍ବରୁ ରକ୍ଷାବନ୍ଧନ ପାଳନ କରିଥିଲେ ।

ଏହାପୂର୍ବରୁ ଅଗଷ୍ଟ ମାସରେ ସୀମା ହାଇଦର ମଧ୍ୟ ଭାରତର ସ୍ୱାଧୀନତା ଦିବସ ପାଳନ କରିଥିଲେ। ସେ ସଚିନ ମୀନାଙ୍କ ସହ 'ହର ଘର ତ୍ରିକୋଣ ଅଭିଯାନ'ରେ ଭାଗ ନେଇଥିଲେ। ସେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ଆବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ରାକ୍ଷୀ ପଠାଇଥିଲେ।

ନେପାଳ ରାସ୍ତାରେ ଭାରତ ଆସିଥିଲେ

ବେଆଇନ ଭାବେ ଭାରତରେ ପ୍ରବେଶ କରିବା ପରେ ସୀମା ହାଇଦର ଗ୍ରେଟର ନୋଏଡାରେ ସଚିନ ମୀନାଙ୍କ ସହ ରହୁଥିଲେ। ସେ ତାଙ୍କ ଚାରି ପିଲାଙ୍କୁ ମଧ୍ୟ ସାଥିରେ ପାକିସ୍ତାନରୁ ଆଣିଥିଲେ। ସୀମା କହିଛନ୍ତି ଯେ, ସେ ନେପାଳରୁ ଭାରତ ଆସିଥିଲେ। ସେ ପ୍ରଥମେ ପାକିସ୍ତାନରୁ ଦୁବାଇ ଏବଂ ସେଠାରୁ ନେପାଳରେ ପହଞ୍ଚିଥିଲେ । ନେପାଳରୁ ସେ ଭାରତରେ ପହଞ୍ଚିବା ପାଇଁ ଏକ ବସ୍ ର ସହାୟତା ନେଇଥିଲେ । ସୀମା ସଚିନଙ୍କ ସହିତ ଏକ ଭଡା ଘରେ ରହୁଥିଲେ । ଧିରେ ଧିରେ ସତ ଜଣା ପଡିବା ପରେ ସୀମା ହାଇଦର ଚର୍ଚ୍ଚାକୁ ଆସିଥିଲେ । ଦେଶ ସମେତ ସମଗ୍ର ବିଶ୍ୱରେ ଏହି ଖବର ଚର୍ଚ୍ଚାକୁ ଆସିଥିଲା । ଅନ୍ୟପଟେ ପାକିସ୍ତାନ ଫେରିବାକୁ ସୀମା ଗଣମାଧ୍ୟମ ସାମ୍ନାରେ ମନା କରିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଫେରିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ତେଣୁ ସେ ଭାରତରେ ରହିବେ । ଯାହା ଦଣ୍ଡ ମିଳିଳେ ମିଳୁ ପଛେ ଭାରତରୁ କୁଆଡେ ଯିବେନି ବୋଲି ସୀମା ରୋକ ଠୋକ୍ କହିଛନ୍ତି । ଭାରତର ସମସ୍ତ ପର୍ବକୁ ସେ ଜଣେ ଭାରତୀୟ ଭାବରେ ପାଳନ କରୁଛନ୍ତି । ଏପରି କି କ୍ରିକେଟ୍ ଖେଳରେ ମଧ୍ୟ ସୀମା ଭାରତକୁ ସବୁବେଳେ ସମର୍ଥନ କରି ଆସିଥିବା ଦେଖିବାକୁ ମିଳିଛି ।

Also Read- କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Also Read- Health Tips: ଡେଙ୍ଗୁ ସମୟରେ ପଇଡ ପାଣି, ଅମୃତଭଣ୍ଡା ପତ୍ର ରସ ପିଉଛନ୍ତି କି? ଜାଣନ୍ତୁ ସଠିକ ପଦ୍ଧତି

Read More
{}{}