Hindi News >>Home >>Odisha Trending

SBI Job: ଏସବିଆଇରେ ପାଇପାରିବେ ନିଯୁକ୍ତି, ସ୍ନାତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

SBI Job 2023: ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରେ ଚାକିରୀ କରିବାକୁ ଇଚ୍ଛୁକ କି? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର ଅଛି ।

Advertisement
SBI Job: ଏସବିଆଇରେ ପାଇପାରିବେ ନିଯୁକ୍ତି, ସ୍ନାତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
Stop
Soubhagya Ranjan Mishra|Updated: Sep 21, 2023, 08:13 PM IST

SBI Job 2023: ଅନେକ ବ୍ୟକ୍ତିଙ୍କର ଇଚ୍ଛା ରହିଥାଏ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ରେ ଚାକିରୀଟିଏ କରିବା ପାଇଁ । ସବୁ ଚାକିରୀ ମଧ୍ୟରେ ବ୍ୟାଙ୍କ ଚାକିରୀ (Bank job)କୁ ଅତ୍ୟନ୍ତ ସର୍ବୋତ୍ତମ ବୋଲି ମଧ୍ୟ ଅନେକ ବିବେଚନା କରିଥାନ୍ତି । ଅନେକ ଲୋକଙ୍କର ଏହା ମଧ୍ୟ ଭାବନା ରହିଛି ଯେ, ବିଶେଷ କରି ମହିଳାଙ୍କ ପାଇଁ ବ୍ୟାଙ୍କ ଚାକିରୀ ଖୁବ ଭଲ । ଯଦି ଆପଣ ମଧ୍ୟ ବ୍ୟାଙ୍କ ଚାକିରୀ କରିବାକୁ ଇଚ୍ଛା ରଖିଛନ୍ତି ତେବେ ଆମେ ଆପଣଙ୍କୁ ଏସବିଆଇ ନିଯୁକ୍ତି (SBI Recruitment) ସମ୍ପର୍କରେ ଅନେକ ତଥ୍ୟ ଦେବାକୁ ଯାଉଛୁ । ଯାହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ହେବ । କାରଣ ଏସବିଆଇରେ ଅନେକ ଗୁଡିଏ ପଦବୀ ଖାଲି ପଡିଛି । ଏଥିପାଇଁ ଆପଣ SBI ର ଅଫିସିଆଲ୍ ୱେବସାଇଟ୍ (Officeial website) sbi.co.in ପରିଦର୍ଶନ କରିବା ସହ ଆବେଦନ ଫର୍ମ ପୂରଣ କରିପାରିବେ ।

ସୂଚନା ମୁତାବକ ଏସବିଆଇରେ ୬,୧୬୦ ଖାଲି ପଦବୀ ପୂରଣ ପାଇଁ ଘୋଷଣା କରାଯାଇଛି । ଏହି ପୋଷ୍ଟଗୁଡିକ ପାଇଁ ଲିଖିତ ଅନଲାଇନ୍ ପରୀକ୍ଷା (Online exam) ଚଳିତ ୨୦୨୩ ମସିହା ଅକ୍ଟୋବର କିମ୍ୱା ନଭେମ୍ବର ମାସରେ କରାଯାଇପାରେ । ଯଦି ଆପଣ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେପ୍ରଥମେ ନିମ୍ନରେ ଦିଆଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଗୁଡ଼ିକୁ ଭଲ ଭାବରେ ପଢିନିଅନ୍ତୁ ।

ଆବେଦନ ପାଇଁ ଦେୟ କେତେ ?
ତଥ୍ୟ ଅନୁଯାୟୀ ଜେନେରାଲ / ଓବିସି / ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି ବାବଦକୁ ୩ଶହ ଟଙ୍କା ଦେବାକୁ ପଡିବ । କିନ୍ତୁ ଏସସି, ଏସଟି ପିଡବ୍ଲ୍ୟୁବିଡି ପ୍ରାର୍ଥୀମାନେ ବିନା କୌଣସି ଦେୟରେ ଆବେଦନ କରିପାରିବେ ।

କେଉଁ ଆଧାରରେ ଚୟନ ?
SBI ଆପ୍ରେଣ୍ଟିସ୍ ନିଯୁକ୍ତି ୨୦୨୩ ପାଇଁ ଚୟନ ପ୍ରକ୍ରିୟା ପ୍ରଥମେ ଅନଲାଇନ୍ ପଞ୍ଜୀକରଣ (Online registration) ମାଧ୍ୟମରେ କରାଯିବ ପରେ ଅନଲାଇନ୍ ମାଧ୍ୟମରେ ଲିଖିତ ପରୀକ୍ଷା, ସ୍ଥାନୀୟ ତଥା ଆଞ୍ଚଳିକ ଭାଷା ପରୀକ୍ଷା ଏବଂ ସର୍ବଶେଷରେ ଡାକ୍ତରୀ ପରୀକ୍ଷା (Medical examination) କରାଯିବ ।

ପରୀକ୍ଷା ସମୟ
ଏସବିଆଇ ଆପ୍ରେଣ୍ଟିସ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ସମୁଦାୟ ୧୦୦ ମାର୍କର ୧୦୦ଟି ପ୍ରଶ୍ନ 100 ପ୍ରଶ୍ନ (100 questions of 100 marks) ଦିଆଯିବ । ସେହି ପ୍ରଶ୍ନ ଗୁଡିକର ଉତ୍ତର ୧ ଘଣ୍ଟା (1 hour) ମଧ୍ୟରେ ଦେବାକୁ ପଡିବ ।

ଶିକ୍ଷାଗତ ଯୋଗ୍ୟତା
ଏସବିଆଇରେ ବାହାରିଥିବା ଏବି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଯେକୈଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ (Recognized University)ରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ନିହାତି ଆବଶ୍ୟକ ।

ବିଜ୍ଞପ୍ତି ଦେଖିବା ପାଇଁ ଆପଣ SBI sbi.co.in ର ଅଫିସିଆଲ୍ ୱେବସାଇଟ୍ କୁ ଭିଜିଟ୍ କରିପାରିବେ । ପରେ କ୍ୟାରିଅର୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ କରେଣ୍ଟ୍ ଭ୍ୟାକାନ୍ସ ଉପରେ କ୍ଲିକ୍ କରନ୍ତୁ । ପେଜ୍ କୁ ସାମାନ୍ୟ ସ୍କ୍ରୋଲ୍ କରନ୍ତୁ ଏବଂ ଆପ୍ରେଣ୍ଟିସ୍ ନିଯୁକ୍ତି ଉପରେ କ୍ଲିକ୍ କରନ୍ତୁ । ଅନଲାଇନ୍ ଆବେଦନ ପେଜକୁ ଯାଆନ୍ତୁ । ପ୍ରଥମେ ଡକ୍ୟୁମେଣ୍ଟରେ ଥିବା ତଥ୍ୟ ଅନୁସାରେ ନିଜର ପଞ୍ଜିକରଣ କରନ୍ତୁ । ପରେ ଲଗଇନ୍ ପ୍ରମାଣପତ୍ର (Login credentials)କୁ ନିଜ ପାଖରେ ରଖନ୍ତୁ ।  ଆବେଦନ ଫର୍ମ ପୂରଣ କରିବା ସହିତ ଅନଲାଇନରେ ଦେୟ ଦେଇପାରିବେ ଆପଣ । ଫର୍ମକୁ ପ୍ରିଣ୍ଟଆଉଟ କରି ଭବିଷ୍ୟତରେ ବ୍ୟବହାର ପାଇଁ ଏକ କପି ରଖନ୍ତୁ ।

Also Read- Akhil Mishra Death: ଟେବୁଲରୁ ଖସି ବଲିଉଡ ଅଭିନେତା ଅଖିଳ ମିଶ୍ରଙ୍କ ମୃତ୍ୟୁ

Also Read- Indian railway: ରେଳ ଦୁର୍ଘଟଣାର ଶିକାର ଲୋକଙ୍କୁ ମିଳିବ ୧୦ ଗୁଣ ଅଧିକ କ୍ଷତି ପୂରଣ, ଜାଣନ୍ତୁ କାହାକୁ ମିଳିବ କେତେ?

Read More
{}{}